ଚାହିଁ ରହିଲା ଚିକାଗୋ, ଭାବୁକ ହୋଇଗଲେ ଗୋରା ସାହେବ: ପଢନ୍ତୁ କ’ଣ କଲେ ଭାରତୀୟ ଛାତ୍ର

Ordigital Desk
  • Published: Monday, 22 May 2017
  • , Updated: 22 May 2017, 06:31 PM IST
<p>ଚିକାଗୋ: ସ୍ୱତନ୍ତ୍ର କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ଗଢା ଆମ ଭାରତ। ଆମ ଦେଶର ସଂସ୍କୃତି ସତରେ ନିଆରା। ଆଉ ସେ ନିଆରା ସଂସ୍କୃତିରେ ଆସେ ଗୁରୁଜନଙ୍କ ପାଦ ଛୁଇଁ ତାଙ୍କ ପ୍ରତି ଥିବା ସମ୍ମାନକୁ ଜାହିର କରିବା। ଆଉ ଏଇ ନିଆରା ସଂସ୍କୃତି ବିଦେଶରେ ଆମର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଚି&nbsp; କରିଛି। ପ୍ରାରମ୍ଭ ସମାରୋହରେ ଜଣେ ଭାରତୀୟ ଛାତ୍ରଙ୍କ ତାଙ୍କ ବିଶ୍ୱବିଦ୍ୟାଳୟର ଡିନ୍ ଙ୍କ ପାଦ ଛୁଇଁ ଆର୍ଶିବାଦ ନେବା ଦୃଶ୍ୟ ବିଦେଶରେ ଭାରତର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି।</p> <p>ନିକଟରେ ଚିକାଗୋର&nbsp; ଇଲିନୋଇସ ଇନଷ୍ଟିଟ୍ୟୁଟ ଅଫ ଟେକନୋଲୋଜିରେ ପଢୁଥିବା ଏକ ଭାରତୀୟ ଯୁବକ ସେହି ବିଶ୍ୱବିଦ୍ୟାଳୟର ଏକ ସମାରୋହରେ ସମସ୍ତଙ୍କ ସମ୍ମୁଖରେ ବିଶ୍ୱବିଦ୍ୟାଳୟର ଡିନ୍ ଙ୍କ ପାଦ ଛୁଇଁ ଆର୍ଶିବାଦ ନେଇଥିଲେ। ଏପରି ଭିନ୍ନ ଧରଣର ସଂସ୍କୃତିକୁ ଦେଖି ସମାରୋହରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ନିଜେ ଡିନ୍ ମଧ୍ୟ ଏ ଘଟଣାକୁ ଦେଖି ଭାବୁକ ହୋଇ ଯାଇଥିଲେ।</p>

Related story