ପ୍ରସାରଣ ଉପରେ କଟକଣା ନେଇ, ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା ଏନଡିଟିଭି ଇଣ୍ଡିଆ 

ନୂଆଦିଲ୍ଲୀ: ପଠାନକୋଟ ଆତଙ୍କୀ ଆକ୍ରମଣକୁ ନେଇ ଏନଡିଟିଭି ଇଣ୍ଡିଆ ନ୍ୟୁଜ ଚାନେଲ ର ୨୪ ଘଣ୍ଟା ପ୍ରସାରଣ ବନ୍ଦକୁ ବିରୋଧ କରି ସଂପୃକ୍ତ ନ୍ୟୁଜ ଚାନେଲ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛି। ଯେଉଁ ଆଧାରରେ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଗୋଟିଏ ଦିନ ପ୍ରସାରଣ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛି ତାହାକୁ ଏନଡିଟିଭି ଇଣ୍ଡିଆ ଖଣ୍ଡନ କରିଛି। ଅନ୍ୟ ନ୍ୟୁଜ ଚାନେଲ ଓ ଖବର କାଗଜ ମଧ୍ୟ ସେହିଦିନ ସମାନ ତଥ୍ୟ ପ୍ରଦାନ କରିଥିବା ସୁପ୍ରିମକୋର୍ଟଙ୍କ […]

supreme_court

Rakesh Mallick
  • Published: Monday, 07 November 2016
  • , Updated: 07 November 2016, 02:46 PM IST

ନୂଆଦିଲ୍ଲୀ: ପଠାନକୋଟ ଆତଙ୍କୀ ଆକ୍ରମଣକୁ ନେଇ ଏନଡିଟିଭି ଇଣ୍ଡିଆ ନ୍ୟୁଜ ଚାନେଲ ର ୨୪ ଘଣ୍ଟା ପ୍ରସାରଣ ବନ୍ଦକୁ ବିରୋଧ କରି ସଂପୃକ୍ତ ନ୍ୟୁଜ ଚାନେଲ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛି। ଯେଉଁ ଆଧାରରେ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଗୋଟିଏ ଦିନ ପ୍ରସାରଣ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛି ତାହାକୁ ଏନଡିଟିଭି ଇଣ୍ଡିଆ ଖଣ୍ଡନ କରିଛି। ଅନ୍ୟ ନ୍ୟୁଜ ଚାନେଲ ଓ ଖବର କାଗଜ ମଧ୍ୟ ସେହିଦିନ ସମାନ ତଥ୍ୟ ପ୍ରଦାନ କରିଥିବା ସୁପ୍ରିମକୋର୍ଟଙ୍କ ନିକଟରେ ଦର୍ଶାଇଛି। ସରକାର ଏପରି କରିବା ଦ୍ୱାରା ଗଣମାଧ୍ୟମଠାରୁ ସ୍ୱାଧୀନତା କ୍ଷୂର୍ଣ୍ଣ କରାଯାଉଥିବା ନ୍ୟୁଜ ଚାନେଲ ଅଭିଯୋଗ କରିଛି।

ପଠାନକୋଟ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଲାଇଭ ଶୋ କରିଥିବା କାରଣରୁ ଏନଡିଟିଭି ଇଣ୍ଡିଆର ପ୍ରସାରଣକୁ ଆସନ୍ତା ୯ତାରିଖରେ ୨୪ଘଣ୍ଟା ପାଇଁ ପ୍ରସାରଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଯାହାକୁ ନେଇ ଦେଶବ୍ୟାପୀ ପ୍ରତିକ୍ରିୟା ଦେଖାଦେଇଛି। ଏନଡିଟିଭି ସହ କେୟାର ୱାଲର୍ଡ ଟିଭିକୁ ୭ଦିନ ଏବଂ ଆସାମର ନ୍ୟୁଜ ଟାଇମ ଟିଭିକୁ ଗୋଟିଏ ଦିନ ପାଇଁ ପ୍ରସାରଣ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Related story