ଶରଦ ପାୱାରଙ୍କୁ ବୁଝିବାକୁ ୧୦୦ ଜନ୍ମ ନେବାକୁ ହେବ: ସଞ୍ଜୟ ରାଉତ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିର ମହାନାଟକ ବର୍ତ୍ତମାନ ମଧ୍ୟ ଜାରି ରହିଥିବାବେଳେ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି, ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କୁ ବୁଝିବାକୁ ହେଲେ ୧୦୦ ଜନ୍ମ ନେବାକୁ ହେବ। ଶିବସେନା ସହ ଏନ୍‌ସିପି ଓ କଂଗ୍ରେସ ମିଶି ସରକାର ଗଠନ କରିବାର ପଦ୍ମ ଘୁଞ୍ଚ ଘୁଞ୍ଚି ଯାଉଥିବା ନେଇ ସାମ୍ବାଦିକଙ୍କ ଉତ୍ତରରେ ଏଭଳି ମତ ରଖିଛନ୍ତି ସଞ୍ଜୟ ରାଉତ। ଦିଲ୍ଲୀସ୍ଥିତ ବାସଭବନରେ ସଞ୍ଜୟ ସାମ୍ବାଦିକମାନଙ୍କୁ କହିଛନ୍ତି, “ପାୱାର ଏବଂ ଆମ ମେଣ୍ଟ ବାବଦରେ ଆପଣମାନେ […]

sanjay_raut_shiv_sena

Subrat Kumar Nayak
  • Published: Tuesday, 19 November 2019
  • , Updated: 19 November 2019, 06:07 PM IST

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିର ମହାନାଟକ ବର୍ତ୍ତମାନ ମଧ୍ୟ ଜାରି ରହିଥିବାବେଳେ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି, ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କୁ ବୁଝିବାକୁ ହେଲେ ୧୦୦ ଜନ୍ମ ନେବାକୁ ହେବ। ଶିବସେନା ସହ ଏନ୍‌ସିପି ଓ କଂଗ୍ରେସ ମିଶି ସରକାର ଗଠନ କରିବାର ପଦ୍ମ ଘୁଞ୍ଚ ଘୁଞ୍ଚି ଯାଉଥିବା ନେଇ ସାମ୍ବାଦିକଙ୍କ ଉତ୍ତରରେ ଏଭଳି ମତ ରଖିଛନ୍ତି ସଞ୍ଜୟ ରାଉତ।

ଦିଲ୍ଲୀସ୍ଥିତ ବାସଭବନରେ ସଞ୍ଜୟ ସାମ୍ବାଦିକମାନଙ୍କୁ କହିଛନ୍ତି, “ପାୱାର ଏବଂ ଆମ ମେଣ୍ଟ ବାବଦରେ ଆପଣମାନେ ଚିନ୍ତା କରିବା ଦରକାର ନାହିଁ। ଖୁବ୍ ଶୀଘ୍ର ଅର୍ଥାତ ଡିସେମ୍ବର ଆରମ୍ଭରେ ମହାରାଷ୍ଟ୍ରରେ ଶିବସେନା ନେତୃତ୍ୱରେ ମେଣ୍ଟ ସରକାର ଗଠନ ହେବ। ଏହା ଏକ ସ୍ଥିର ସରକାର ହେବ।” ସେ କହିଛନ୍ତି, ସରକାର ଗଠନ ନେଇ ଶିବସେନାର କିଛି ଦ୍ୱନ୍ଦ୍ୱ ନାହିଁ। ଗଣମାଧ୍ୟମ ହିଁ ଏଭଳି ଦ୍ୱନ୍ଦ୍ୱ ସୃଷ୍ଟି କରୁଛି।

ସେ ସୋମବାର ଦିନ ପାୱାରଙ୍କ ସହ ମହାରାଷ୍ଟ୍ର ଚାଷୀଙ୍କ ସ୍ଥିତି ନେଇ କଥା ହୋଇଥିବା କହିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶରଦଙ୍କୁ ପ୍ରଶଂସା କରିବା ନେଇ ସେ କହିଛନ୍ତି, “ମୋଦି ଯଦି ପାୱାରଙ୍କୁ ପ୍ରଶଂସା କଲେ ଅସୁବିଧା କୋଉଠି? ମୋଦି ପୂର୍ବରୁ ପାୱାରଙ୍କୁ ରାଜନୀତିକ ଗୁରୁ କହିସାରିଛନ୍ତି। ମୋତେ ଲାଗୁନି ଏଥିରେ କିଛି ରାଜନୀତି ଅଛି।”

ସେ ବିଜେପି ସହ ମେଣ୍ଟ ଭାଙ୍ଗିବା ନେଇ କହିଛନ୍ତି, ଭାରତୀୟ ଜନତା ପାର୍ଟି ଏହାର ସବୁଠାରୁ ପୁରୁଣା ଏବଂ ସର୍ବବୃହତ୍ ମେଣ୍ଟ ସହଯୋଗୀ ହରାଇଛି। ସେ କହିଛନ୍ତି, “ଶିବସେନା ହିଁ ମହାରାଷ୍ଟ୍ରରେ ବିଜେପିର ସଂଗଠନ ନିର୍ମାଣରେ ବଡ଼ ଭୂମିକା ନେଇଥିଲା। ତାଙ୍କୁ ଆସନ ଛାଡ଼ିଲୁ, ତାଙ୍କ ସହ ଥିଲୁ। କିନ୍ତୁ ବିଜେପି ଏବେ ଶିବସେନାଙ ସାଂସଦଙ୍କ ଆସନରେ ପରିବର୍ତ୍ତନ କରାଇଛି ଏବଂ ଏଥିପାଇଁ ସେମାନଙ୍କୁ ବହୁ ମୂଲ୍ୟ ଦେବାକୁ ହେବ।”

Related story