ନିଟ୍‌ ରେଜଲ୍ଟ : ଟପ୍ପର କଳ୍ପନା କୁମାରୀଙ୍କ ମାର୍କସିଟ୍‌ ଭାଇରାଲ, ଜାଣନ୍ତୁ କେତେ ମାର୍କ ସେ ରଖିଛନ୍ତି

ନୂଆଦିଲ୍ଲୀ: ନିର୍ଦ୍ଧାରିତ ସମୟର ଗୋଟିଏ ଦିନ ପୂର୍ବରୁ ପ୍ରକାଶ ପାଇଛି ନ୍ୟାସନାଲ ଏଲିଜିବିଲିଟି ଏନଣ୍ଟ୍ରାନ୍ସ ଟେଷ୍ଟ ବା ନିଟ୍ ରେଜଲ୍ଟ।  ସିବିଏସ୍ଇ ଦ୍ୱାରା ପରିଚାଳିତ ଏହି ପରୀକ୍ଷାରେ କଳ୍ପନା କୁମାରୀ ସର୍ବଭାରତୀୟ ଟପ୍ପର ହୋଇଛନ୍ତି। ସେ ମୋଟ ୭୨୦ରୁ ୬୯୧ ମାର୍କ ରଖି ଏକ ନମ୍ବର ସ୍ଥାନରେ ରହିଛନ୍ତି।  ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ କଟଅଫ୍ ମାର୍କ କମ୍ ରହିଛି ।  ମେଡିକାଲ ଓ ବିଡିଏସ୍ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଚଳିତ ବର୍ଷର କଟ୍ଅଫ୍ […]

bihar

Rakesh Mallick
  • Published: Monday, 04 June 2018
  • , Updated: 04 June 2018, 08:45 PM IST

ନୂଆଦିଲ୍ଲୀ: ନିର୍ଦ୍ଧାରିତ ସମୟର ଗୋଟିଏ ଦିନ ପୂର୍ବରୁ ପ୍ରକାଶ ପାଇଛି ନ୍ୟାସନାଲ ଏଲିଜିବିଲିଟି ଏନଣ୍ଟ୍ରାନ୍ସ ଟେଷ୍ଟ ବା ନିଟ୍ ରେଜଲ୍ଟ।  ସିବିଏସ୍ଇ ଦ୍ୱାରା ପରିଚାଳିତ ଏହି ପରୀକ୍ଷାରେ କଳ୍ପନା କୁମାରୀ ସର୍ବଭାରତୀୟ ଟପ୍ପର ହୋଇଛନ୍ତି। ସେ ମୋଟ ୭୨୦ରୁ ୬୯୧ ମାର୍କ ରଖି ଏକ ନମ୍ବର ସ୍ଥାନରେ ରହିଛନ୍ତି।  ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ କଟଅଫ୍ ମାର୍କ କମ୍ ରହିଛି ।  ମେଡିକାଲ ଓ ବିଡିଏସ୍ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଚଳିତ ବର୍ଷର କଟ୍ଅଫ୍ ରହିଛି ୧୧୯ ମାର୍କ (ଏସ୍‌ସି/ଏସ୍‌ଟି) ଏବଂ ଓବିସି ଛାତ୍ରଛାତ୍ରୀଙ୍କ ଲାଗି କଟ୍ଅଫ୍ ୯୬ରୁ ୧୧୮ ମାର୍କ ରହିଛି ।

ବିହାରର କଳ୍ପନା କୁମାରୀ ଏ ବର୍ଷ ନିଟ୍‌ ୨୦୧୮ରେ ଟପ୍‌ର ହୋଇଛନ୍ତି। ପରୀକ୍ଷାରେ ୯୯.୯୯ ପ୍ରତିଶତ ନମ୍ବର ରଖି କଳ୍ପନା ସଭିଙ୍କୁ ଚକିତ କରିଦେଇଛନ୍ତି। ବିହାରରେ କଳ୍ପନାଙ୍କ ଜନ୍ମ ହୋଇଥିବା ବେଳେ ଦିଲ୍ଲୀରେ ରହି ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ ।

ସେହିପରି ନିଟ୍‌ରେ ଟପ୍‌ କରିବା ପରେ ସୋସିଆଲ ମିଡ଼ିଆରେ ତାଙ୍କ ମାର୍କସିଟ୍‌ର ଏକ ଫଟୋ ଭାଇରାଲ ହୋଇଛି । ସୂଚନା ଅନୁଯାୟୀ,  ମେ ୬ରେ ନିଟ୍‌ ପରୀକ୍ଷାର ଅନୁଷ୍ଠିତ ହୋଇଥିବା ବେଳେ ପ୍ରାୟ ୧୩,୩୬୦୦୦ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ ।

Related story