‘ଅବହେଳିତ ନର୍ଥ-ଇଷ୍ଟ ଏବେ ଅଭିବୃଦ୍ଧିର ଇଞ୍ଜିନ୍‌’

ନୂଆଦିଲ୍ଲୀ: ବର୍ଷ ବର୍ଷ ଧରି ଅବହେଳିତ ରହିଥିବା ଉତ୍ତର-ପୂର୍ବ ଭାରତ ଏବେ ଅଭିବୃଦ୍ଧିର ଇଞ୍ଜିନ୍ ପାଲଟିଛି ବୋଲି ଆଜି ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଏହି ଅଞ୍ଚଳର ବିକାଶ ଦିଗରେ କେନ୍ଦ୍ର ସରକାର କାମ କରୁଛନ୍ତି ବୋଲି ସେ କହିଛନ୍ତି। ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ଦେବା ଅବସରରେ ସେ ଏପରି କହିଛନ୍ତି। ମୋଦି କହିଥିଲେ, “କିଛି ବର୍ଷ ପାଇଁ ଏହି ଅଞ୍ଚଳକୁ ଦୂରତା ଏହାକୁ ଅବହେଳା କରିବାର କାରଣ ବୋଲି କୁହାଯାଉଥିଲା। ଏବେ ସମୟ […]

MODI ASSOCHOM

Subrat Kumar Nayak
  • Published: Thursday, 06 February 2020
  • , Updated: 06 February 2020, 02:12 PM IST

ନୂଆଦିଲ୍ଲୀ: ବର୍ଷ ବର୍ଷ ଧରି ଅବହେଳିତ ରହିଥିବା ଉତ୍ତର-ପୂର୍ବ ଭାରତ ଏବେ ଅଭିବୃଦ୍ଧିର ଇଞ୍ଜିନ୍ ପାଲଟିଛି ବୋଲି ଆଜି ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଏହି ଅଞ୍ଚଳର ବିକାଶ ଦିଗରେ କେନ୍ଦ୍ର ସରକାର କାମ କରୁଛନ୍ତି ବୋଲି ସେ କହିଛନ୍ତି। ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ଦେବା ଅବସରରେ ସେ ଏପରି କହିଛନ୍ତି।

ମୋଦି କହିଥିଲେ, “କିଛି ବର୍ଷ ପାଇଁ ଏହି ଅଞ୍ଚଳକୁ ଦୂରତା ଏହାକୁ ଅବହେଳା କରିବାର କାରଣ ବୋଲି କୁହାଯାଉଥିଲା। ଏବେ ସମୟ ବଦଳିଛି। ସେଠାରେ ବିଭିନ୍ନ କ୍ଷେତ୍ରରେ କାମ ଚାଲୁରହିଛି। ମନ୍ତ୍ରୀ ଏବଂ ସଚିବ ଲଗାତାର ସେହି ଅଞ୍ଚଳକୁ ଯାଉଛନ୍ତି।”

ସେ କହିଛନ୍ତି, ଦିନେ ଦିଲ୍ଲୀ ଉତ୍ତର-ପୂର୍ବ ଭାରତଠାରୁ ବହୁତ ଦୂରରେ ଥିଲା। ୫ ବର୍ଷରେ ଏହା ଉତ୍ତର-ପୂର୍ବ ଅଞ୍ଚଳର ଦ୍ୱାର ନିକଟରେ ପହଞ୍ଚିଯାଇଛି। ଏହି ବିକାଶର ଗତି ସାରା ଭାରତରେ ରହିଥିବା ସେ ଉଦାହରଣ ଦେଇଥିଲେ। ୩୭ କୋଟି ଲୋକ ବ୍ୟାଙ୍କ ଆକାଉଣ୍ଟ ଖୋଲିଛନ୍ତି, ୧୧ କୋଟି ଲୋକ ପାଇଖାନା ପାଇଛନ୍ତି ଏବଂ ୧୩ କୋଟି ଲୋକ ଗ୍ୟାସ୍‌ ସଂଯୋଗ ପାଇଲେଣି ବୋଲି ସେ କହିଛନ୍ତି।

Related story