ତୁର୍କୀକୁ ଇତିହାସ ଏବଂ କୂଟନୀତି ପାଠ ପଢ଼ାଇଲା ଭାରତ

ନୂଆଦିଲ୍ଲୀ: ତୁର୍କୀ ରାଷ୍ଟ୍ରପତି ଟାୟିପ୍‌ ଏର୍ଡୋଗାନ୍‌ ପାକିସ୍ତାନରେ କଶ୍ମୀରକୁ ନେଇ ଦେଇଥିବା ମନ୍ତବ୍ୟକୁ ଭାରତ ପୁଣି ଥରେ ଖଣ୍ଡନ କରିଛି। ସେ କଶ୍ମୀର ସମସ୍ୟାକୁ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ତୁର୍କୀର ଲଢ଼େଇ ସହ ତୁଳନା କରିବା ସହ ଖୋଲାଖୋଲି ଭାବେ ଏହାକୁ ସମର୍ଥନ କରିଥିଲେ। ତେବେ ଆଜି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର କହିଛନ୍ତି, ତୁର୍କୀ ସୀମାପାର ଆତଙ୍କବାଦକୁ ଲଗାତାର ସମର୍ଥନ କରିଆସୁଛି, ଯାହାକି ପାକିସ୍ତାନ ଲଗାତାର କରିଆସୁଛି। ସେ ଆହୁରି ମଧ୍ୟ କହିଛନ୍ତି, […]

Rvish

Subrat Kumar Nayak
  • Published: Monday, 17 February 2020
  • , Updated: 17 February 2020, 08:52 PM IST

ନୂଆଦିଲ୍ଲୀ: ତୁର୍କୀ ରାଷ୍ଟ୍ରପତି ଟାୟିପ୍‌ ଏର୍ଡୋଗାନ୍‌ ପାକିସ୍ତାନରେ କଶ୍ମୀରକୁ ନେଇ ଦେଇଥିବା ମନ୍ତବ୍ୟକୁ ଭାରତ ପୁଣି ଥରେ ଖଣ୍ଡନ କରିଛି। ସେ କଶ୍ମୀର ସମସ୍ୟାକୁ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ତୁର୍କୀର ଲଢ଼େଇ ସହ ତୁଳନା କରିବା ସହ ଖୋଲାଖୋଲି ଭାବେ ଏହାକୁ ସମର୍ଥନ କରିଥିଲେ।

ତେବେ ଆଜି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର କହିଛନ୍ତି, ତୁର୍କୀ ସୀମାପାର ଆତଙ୍କବାଦକୁ ଲଗାତାର ସମର୍ଥନ କରିଆସୁଛି, ଯାହାକି ପାକିସ୍ତାନ ଲଗାତାର କରିଆସୁଛି। ସେ ଆହୁରି ମଧ୍ୟ କହିଛନ୍ତି, “ଭାରତ ତୁର୍କୀ ସରକାରଙ୍କ ନିକଟରେ ରାଷ୍ଟ୍ରପତି ଟାୟିପ୍‌ ଏର୍ଡୋଗାନ୍‌ଙ୍କ ମନ୍ତବ୍ୟକୁ କଡ଼ା ନିନ୍ଦା କରିଛି। ଇସଲାମାବାଦ୍‌ ଗସ୍ତରେ ଜମ୍ମୁ-କଶ୍ମୀର ବାବଦରେ ତାଙ୍କ ମନ୍ତବ୍ୟ ଦର୍ଶାଉଛି ନା ତାଙ୍କର ଇତିହାସ ବାବଦରେ ଜ୍ଞାନ ଅଛି ନା କୂଟନୀତିର ପରିଚାଳନା ବାବଦରେ ଜଣା ଅଛି।”

ଅତୀତର ଘଟଣାକୁ ବିକୃତ ଭାବେ ଉପସ୍ଥାପିତ କରି ତୁର୍କୀ ରାଷ୍ଟ୍ରପତି ବର୍ତ୍ତମାନର ସ୍ଥିତି ବାବଦରେ ଏକ ସଙ୍କୀର୍ଣ୍ଣ ମନୋଭାବ ପୋଷଣ କରିଛନ୍ତି ବୋଲି ରବୀଶ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, “ଅନ୍ୟ ଦେଶର ଅନ୍ତରୀଣ ପ୍ରସଙ୍ଗରେ ତୁର୍କୀ ମୁଣ୍ଡ ଖେଳାଉଥିବାର ଅନ୍ୟତମ ଉଦାହରଣ। ଭାରତ ପାଇଁ ଏହା କଦାପି ଗ୍ରହଣୀୟ ହେବନି।” ଏ ବିଷୟରେ ତୁର୍କୀ ରାଷ୍ଟ୍ରଦୂତ ବିକାଶ ସ୍ୱରୂପଙ୍କ ମାଧ୍ୟମରେ ତୁର୍କୀକୁ ଜଣାଦିଆଯାଇଛି।

Related story