ନେପାଳରେ ପୁଣି ଭୂକମ୍ପ

କାଠମାଣ୍ଡୁ: ନେପାଳରେ ଆଜି ପୁଣି ଥରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ୪.୧ ରହିଥିଲା। ଆଜି ସକାଳ ୬ଟା ୧୦ ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିନାହିଁ। ଗତ ଏପ୍ରିଲରେ ହୋଇଥିବା ଭୂକମ୍ପ ପରେ ଦେଶରେ ପ୍ରାୟ ୪୧୪ ଥର ଭୂକମ୍ପ ଝଟକା ଅନୁଭୂତ ହୋଇସାରିଲାଣି। ଯାହାକୁ ନେଇ ଦେଶବାସୀ ଆତଙ୍କିତ  ହୋଇପଡ଼ିଛନ୍ତି। ପାଞ୍ଚ ଦିନ ତଳେ କାଠମାଣ୍ଡୁର ଗୋଥାଟର୍ ଅଞ୍ଚଳରେ ୩.୦ ତୀବ୍ରତାର ଭୂକମ୍ପ ହୋଇଥିଲା। […]

Nepal quake

Rakesh Mallick
  • Published: Monday, 30 November 2015
  • , Updated: 04 May 2017, 03:44 PM IST

କାଠମାଣ୍ଡୁ: ନେପାଳରେ ଆଜି ପୁଣି ଥରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ୪.୧ ରହିଥିଲା। ଆଜି ସକାଳ ୬ଟା ୧୦ ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିନାହିଁ। ଗତ ଏପ୍ରିଲରେ ହୋଇଥିବା ଭୂକମ୍ପ ପରେ ଦେଶରେ ପ୍ରାୟ ୪୧୪ ଥର ଭୂକମ୍ପ ଝଟକା ଅନୁଭୂତ ହୋଇସାରିଲାଣି। ଯାହାକୁ ନେଇ ଦେଶବାସୀ ଆତଙ୍କିତ  ହୋଇପଡ଼ିଛନ୍ତି।

ପାଞ୍ଚ ଦିନ ତଳେ କାଠମାଣ୍ଡୁର ଗୋଥାଟର୍ ଅଞ୍ଚଳରେ ୩.୦ ତୀବ୍ରତାର ଭୂକମ୍ପ ହୋଇଥିଲା। ଭାରତ ଓ ନେପାଳ ସୀମା ଅବରୋଧ କାରଣରୁ ପାହାଡ଼ିଆ ଅଞ୍ଚଳରେ ଭୂକମ୍ପ ପୀଡିତଙ୍କ ନିକଟକୁ ପହଞ୍ଚିବା କଷ୍ଟକର ହେଉଛି। ଜୀବିତ ଲୋକଙ୍କ ପାଖରେ ଖାଦ୍ୟ ଓ ଅନ୍ୟ ସାମଗ୍ରୀ ପହଞ୍ଚା ଯାଇ ପାରୁ ନ ଥିବା ଉଦ୍ଧାରକାରୀ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।

Related story