ନେପାଳରେ ଉଦ୍ଧାର କାର୍ଯ୍ୟ: ଭାରତକୁ ଚୀନର ପ୍ରଶଂସା

ନୂଆଦିଲ୍ଲୀ: ବିନାଶକାରୀ ଭୂକଂପରେ ଧ୍ୱସ୍ତ ହୋଇଯାଇଥିବା ନେପାଳରେ ଜୋରସୋରରେ ଚାଲିଛି ଉଦ୍ଧାର ଓ ରିଲିଫ କାର୍ଯ୍ୟ। ବିଶ୍ୱର ବିଭିନ୍ନ ଦେଶରୁ ସେନାର ଯବାନମାନେ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଛନ୍ତି। ବିଭିନ୍ନ ଦେଶ ରିଲିଫ୍ ସାମଗ୍ରୀ ମଧ୍ୟ ପଠାଉଛନ୍ତି। ଦୁଇ ପାରଂପାରିକ ଶତ୍ରୁ ଭାରତ ଓ ଚୀନ ବି ଲାଗିଛନ୍ତି ଉଦ୍ଧାର କାର୍ଯ୍ୟରେ। ଆଧୁନିକ ଜ୍ଞାନକୌଶଳ ଦୃଷ୍ଟିରୁ ଚୀନ ସେନା ଭାରତୀୟ ସେନାଙ୍କଠାରୁ ବହୁ ଆଗରେ ରହିଥିବା କଥା କୁହାଯାଉଥିଲେ ହେଁ ନେପାଳରେ ଉଦ୍ଧାର କାର୍ଯ୍ୟରେ ଭାରତୀୟ ସେନାକୁ ସମସ୍ତେ […]

armyindian

Rakesh Mallick
  • Published: Friday, 01 May 2015
  • , Updated: 01 May 2015, 10:32 AM IST

ନୂଆଦିଲ୍ଲୀ: ବିନାଶକାରୀ ଭୂକଂପରେ ଧ୍ୱସ୍ତ ହୋଇଯାଇଥିବା ନେପାଳରେ ଜୋରସୋରରେ ଚାଲିଛି ଉଦ୍ଧାର ଓ ରିଲିଫ କାର୍ଯ୍ୟ। ବିଶ୍ୱର ବିଭିନ୍ନ ଦେଶରୁ ସେନାର ଯବାନମାନେ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଛନ୍ତି। ବିଭିନ୍ନ ଦେଶ ରିଲିଫ୍ ସାମଗ୍ରୀ ମଧ୍ୟ ପଠାଉଛନ୍ତି। ଦୁଇ ପାରଂପାରିକ ଶତ୍ରୁ ଭାରତ ଓ ଚୀନ ବି ଲାଗିଛନ୍ତି ଉଦ୍ଧାର କାର୍ଯ୍ୟରେ। ଆଧୁନିକ ଜ୍ଞାନକୌଶଳ ଦୃଷ୍ଟିରୁ ଚୀନ ସେନା ଭାରତୀୟ ସେନାଙ୍କଠାରୁ ବହୁ ଆଗରେ ରହିଥିବା କଥା କୁହାଯାଉଥିଲେ ହେଁ ନେପାଳରେ ଉଦ୍ଧାର କାର୍ଯ୍ୟରେ ଭାରତୀୟ ସେନାକୁ ସମସ୍ତେ ଭୁରି ଭୁରି ପ୍ରଶଂସା କରୁଛନ୍ତି। ଏପରିକି ଚୀନ ଗଣମାଧ୍ୟମଗୁଡ଼ିକ ମଧ୍ୟ ଭାରତକୁ ପ୍ରଶଂସା କରିବାକୁ ପଛାଇ ନାହାନ୍ତି। ନେପାଳରେ ଭାରତୀୟ ସେନାର ଉଦ୍ଧାର କାର୍ଯ୍ୟ ଶୈଳୀକୁ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଛି ଚୀନ ଗଣମାଧ୍ୟମ। ଏହା ସହିତ ନେପାଳରେ ଫସି ରହିଥିବା ୮୦୦୦ରୁ ଅଧିକ ଚୀନ ଲୋକଙ୍କୁ ଏଯାଏଁ ଉଦ୍ଧାର କରାଯାଇ ନଥିବା ନେଇ ଚୀନର ଗଣମାଧ୍ୟମଗୁଡ଼ିକ ତାଙ୍କ ଦେଶର ସେନାକୁ ସମାଲୋଚନା କରିଛନ୍ତି । ନେପାଳରେ ଫସି ରହିଥିବା ଏହି ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଚୀନ ସେନା କାହିଁକି ବାୟୁ ସେନାର ବିମାନଗୁଡ଼ିକୁ ବ୍ୟବହାର କରୁ ନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଚୀନ ସେନାର ମୁଖପାତ୍ର ଜେଙ୍ଗ ୟାନଶେଙ୍ଗଙ୍କ ସହିତ ଗଣମାଧ୍ୟମ ପ୍ରତିନିଧିମାନଙ୍କର ଯୁକ୍ତିତର୍କ ହୋଇଥିଲା।

ସୂଚନାଯୋଗ୍ୟ, ଭାରତୀୟ ସେନା ଏହାର ବିମାନ ଯୋଗେ ୫୦୦୦ରୁ ଅଧିକ ଲୋକଙ୍କୁ କାଠମାଣ୍ଡୁରୁ ଉଦ୍ଧାର କରିଛି। ସେହିପରି ବସ୍ ସାହାଯ୍ୟରେ ମଧ୍ୟ ଶତାଧିକ ଭାରତୀୟଙ୍କୁ ସେଠାରୁ ଫେରାଇ ଅଣାଯାଇଥିଲା। କେବଳ ସେତିକି ନୁହେଁ, ଭାରତୀୟ ବାୟୁ ସେନା ୧୭୦ ଜଣ ବିଦେଶୀ ନାଗରିକଙ୍କୁ ବି ଉଦ୍ଧାର କରି ଦିଲ୍ଲୀ ଆଣିଥିଲେ। ଏମାନଙ୍କ ମଧ୍ୟରେ ପ୍ରାୟ ୧୫ଟି ଦେଶର ଲୋକ ଥିଲେ।

ନେପାଳରେ ଭାରତୀୟ ସେନାର ଉଦ୍ଧାର କାର୍ଯ୍ୟକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ମଧ୍ୟ ପ୍ରଶଂସା କରିଥିଲେ। ଗତ ବୁଧବାର ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କରି ଏହି ପ୍ରଶଂସା କରିଥିଲେ।

Related story