ନେପାଳରେ ଭଙ୍ଗ ହେଲା ସଂସଦ, ପୁଣି ହେବ ନିର୍ବାଚନ

କାଠମାଣ୍ଡୁ (ନେପାଳ): ନେପାଳରେ ଦେଖାଦେଇଛି ବଡ଼ ରାଜନୈତିକ ସଙ୍କଟ। ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସୁପାରିସ୍ କ୍ରମେ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ସଂସଦ ଭଙ୍ଗ କରିଛନ୍ତି। ଏହାସହ ରାଷ୍ଟ୍ରପତି ନେପାଳରେ ମଧ୍ୟବିତ୍ତ ନିର୍ବାଚନର ତାରିଖ ମଧ୍ୟ ଘୋଷଣା କରାଯାଇଛି। ନେପାଳରେ ଆସନ୍ତାବର୍ଷ ଏପ୍ରିଲ୍ ୩୦ରେ ପ୍ରଥମ ପର୍ଯ୍ୟାୟ ଓ ମଇ ୧୦ ତାରିଖରେ ୨ୟ ପର୍ଯ୍ୟାୟ ନିର୍ବାଚନ ହେବା ନେଇ ଘୋଷଣା କରିଛନ୍ତି ରାଷ୍ଟ୍ରପତି। ନିଜ ପାର୍ଟି ଭିତରେ ବିରୋଧର ଶିକାର ହେଉଥିବା ଖୋଦ୍ ପ୍ରଧାନମନ୍ତ୍ରୀ […]

kp-oli

Ranjit Kumar Jena
  • Published: Sunday, 20 December 2020
  • , Updated: 20 December 2020, 08:44 PM IST

କାଠମାଣ୍ଡୁ (ନେପାଳ): ନେପାଳରେ ଦେଖାଦେଇଛି ବଡ଼ ରାଜନୈତିକ ସଙ୍କଟ। ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସୁପାରିସ୍ କ୍ରମେ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ସଂସଦ ଭଙ୍ଗ କରିଛନ୍ତି। ଏହାସହ ରାଷ୍ଟ୍ରପତି ନେପାଳରେ ମଧ୍ୟବିତ୍ତ ନିର୍ବାଚନର ତାରିଖ ମଧ୍ୟ ଘୋଷଣା କରାଯାଇଛି। ନେପାଳରେ ଆସନ୍ତାବର୍ଷ ଏପ୍ରିଲ୍ ୩୦ରେ ପ୍ରଥମ ପର୍ଯ୍ୟାୟ ଓ ମଇ ୧୦ ତାରିଖରେ ୨ୟ ପର୍ଯ୍ୟାୟ ନିର୍ବାଚନ ହେବା ନେଇ ଘୋଷଣା କରିଛନ୍ତି ରାଷ୍ଟ୍ରପତି।

ନିଜ ପାର୍ଟି ଭିତରେ ବିରୋଧର ଶିକାର ହେଉଥିବା ଖୋଦ୍ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ରବିବାର ସକାଳେ କ୍ୟାବିନେଟ୍ ବୈଠକ ଡକାଇ ସଂସଦ ଭଙ୍ଗ କରିବାକୁ ପ୍ରସ୍ତାବ ଦେଇଥିଲେ। ଯାହା ପରେ ସେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ସଂସଦ ଭାଙ୍ଗିବା ପାଇଁ ସୁପାରିସ୍ କରିଥିଲେ।

ଏହା ପୂର୍ବରୁ ଶନିବାର ପ୍ରଧାନମନ୍ତ୍ରୀ ଓଲି ନିଜ ସାଥୀ ଓ ପାର୍ଟିର ଅଧ୍ୟକ୍ଷ ପୁଷ୍ପା କମଲ ଦହଲଙ୍କ ସହ ସଚିବାଳୟର ସଦସ୍ୟ ରାମ ବାହାଦୁର ଥାପାଙ୍କୁ ନେଇ ରାଷ୍ଟ୍ରପତିଙ୍କ ସହ ଘନଘନ ବୈଠକ କରିଥିଲେ। ତେବେ ସବୁଠାରୁ ବଡ଼ କଥା ହେଉଛି, ନେପାଳର ସମ୍ବିଧାନରେ ଅଧିବେଶନକୁ ଭଙ୍ଗ କରିବାର କୌଣସି ବ୍ୟବସ୍ଥା ନାହିଁ। ଏଭଳି ସ୍ଥିତିରେ ଅନ୍ୟ ରାଜନୀତିକ ଦଳ ଏହି ନିଷ୍ପତ୍ତି ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରନ୍ତି।

Related story