ନେଟ୍ ପରୀକ୍ଷା ବେଳେ ପେନ୍ ଓ ଘଣ୍ଟା ନେଇ ପାରିବେ ନି ପରୀକ୍ଷାର୍ଥୀ

ନୂଆଦିଲ୍ଲୀ: ଚଳିତବର୍ଷ ନ୍ୟାସନାଲ୍ ଏଲିଜିବେଲିଟି ଟେଷ୍ଟ(ନେଟ୍) ପରୀକ୍ଷା କଡ଼ାକଡ଼ି କରାଯିବ। ଆସନ୍ତା ଡିସେମ୍ୱରରେ ହେବାକୁ ଥିବା ଏହି ପରୀକ୍ଷାରେ ଛାତ୍ର ଛାତ୍ରୀ ପେନ୍ ଓ ଘଣ୍ଟା ପରୀକ୍ଷା କେନ୍ଦ୍ରକୁ ନେଇ ପାରିବେ ନାହିଁ। ପରୀକ୍ଷା ସମୟରେ ପେପର୍ ଲିକ୍ ଘଟଣାକୁ ଦୂରେଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ପରୀକ୍ଷାର୍ଥୀଙ୍କୁ ବଲ୍ ପେନ୍ ଲେଖିବାକୁ ଦିଆଯିବ। ଏହାସହ ପରୀକ୍ଷା କେନ୍ଦ୍ରର ପ୍ରତି କାନ୍ଥରେ ଘଣ୍ଟା ଲଗାଯିବ। ଚଳିତବର୍ଷ ଅଲ୍ ଇଣ୍ଡିଆ ପ୍ରି ମେଡିକାଲ୍ ଟେଷ୍ଟରେ ଏହି ନିୟମ ଲାଗୁ କରାଯାଇଥିଲା। […]

NET.

Rakesh Mallick
  • Published: Friday, 23 October 2015
  • , Updated: 23 October 2015, 09:02 AM IST

ନୂଆଦିଲ୍ଲୀ: ଚଳିତବର୍ଷ ନ୍ୟାସନାଲ୍ ଏଲିଜିବେଲିଟି ଟେଷ୍ଟ(ନେଟ୍) ପରୀକ୍ଷା କଡ଼ାକଡ଼ି କରାଯିବ। ଆସନ୍ତା ଡିସେମ୍ୱରରେ ହେବାକୁ ଥିବା ଏହି ପରୀକ୍ଷାରେ ଛାତ୍ର ଛାତ୍ରୀ ପେନ୍ ଓ ଘଣ୍ଟା ପରୀକ୍ଷା କେନ୍ଦ୍ରକୁ ନେଇ ପାରିବେ ନାହିଁ।

ପରୀକ୍ଷା ସମୟରେ ପେପର୍ ଲିକ୍ ଘଟଣାକୁ ଦୂରେଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ପରୀକ୍ଷାର୍ଥୀଙ୍କୁ ବଲ୍ ପେନ୍ ଲେଖିବାକୁ ଦିଆଯିବ। ଏହାସହ ପରୀକ୍ଷା କେନ୍ଦ୍ରର ପ୍ରତି କାନ୍ଥରେ ଘଣ୍ଟା ଲଗାଯିବ।

ଚଳିତବର୍ଷ ଅଲ୍ ଇଣ୍ଡିଆ ପ୍ରି ମେଡିକାଲ୍ ଟେଷ୍ଟରେ ଏହି ନିୟମ ଲାଗୁ କରାଯାଇଥିଲା।

ସୂଚନାଯୋଗ୍ୟ, ପ୍ରତିବର୍ଷ ଜୁନ୍ ଓ ଡିସେମ୍ୱରରେ ସିବିଏସଇ ପକ୍ଷରୁ ଦୁଇ ଥର ନେଟ୍ ପରୀକ୍ଷା କରାଯାଉଛି। ଏହି ପରୀକ୍ଷା ଆସୋସିଏଟ୍ ଲେକଚର୍ ଓ ଜୁନିୟର ରିସର୍ଚ୍ଚ ଫେଲୋ ପାଇଁ ହୋଇଥାଏ।

Related story