ନେତାଜୀ, ଶାସ୍ତ୍ରୀ ଓ ବଚ୍ଚନ ଗୋଟିଏ ବଂଶର !

ନୂଆଦିଲ୍ଲୀ: ଅନେକ ସମୟରେ ନୂଆ ନୂଆ ଗବେଷଣା ପାଇଁ ଇତିହାସର ରୂପରେଖ ବଦଳିଛି । କେତେବେଳେ ନୂଆ ନୂଆ ତଥ୍ୟର ଆବିଷ୍କାର ହୋଇଛି ତ କେତେବେଳେ କାଠଗଡ଼ାକୁ ଟାଣି ହୋଇଯାଇଛି ଇତିହାସ। ସଦ୍ୟ ଗବେଷଣାରେ ଏଭଳି ଆଶ୍ଚର୍ଯ୍ୟ କରିଦେବା ଭଳି ତଥ୍ୟ ସାମ୍ନାକୁ ଆସିଛି। ଯଦିଓ ତଥ୍ୟଟିର ସତ୍ୟତାକୁ ନେଇ  ଦୃଢ଼ ଦାବି କରାଯାଇ ନାହିଁ, ତେବେ ଏକପ୍ରକାର ନିଶ୍ଚିତ କରାଯାଇଛି। ଗବେଷଣାରୁ ଜଣାପଡ଼ିଛି ଯେ ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ […]

bansa

Rakesh Mallick
  • Published: Thursday, 07 December 2017
  • , Updated: 07 December 2017, 06:09 PM IST

ନୂଆଦିଲ୍ଲୀ: ଅନେକ ସମୟରେ ନୂଆ ନୂଆ ଗବେଷଣା ପାଇଁ ଇତିହାସର ରୂପରେଖ ବଦଳିଛି । କେତେବେଳେ ନୂଆ ନୂଆ ତଥ୍ୟର ଆବିଷ୍କାର ହୋଇଛି ତ କେତେବେଳେ କାଠଗଡ଼ାକୁ ଟାଣି ହୋଇଯାଇଛି ଇତିହାସ। ସଦ୍ୟ ଗବେଷଣାରେ ଏଭଳି ଆଶ୍ଚର୍ଯ୍ୟ କରିଦେବା ଭଳି ତଥ୍ୟ ସାମ୍ନାକୁ ଆସିଛି। ଯଦିଓ ତଥ୍ୟଟିର ସତ୍ୟତାକୁ ନେଇ  ଦୃଢ଼ ଦାବି କରାଯାଇ ନାହିଁ, ତେବେ ଏକପ୍ରକାର ନିଶ୍ଚିତ କରାଯାଇଛି। ଗବେଷଣାରୁ ଜଣାପଡ଼ିଛି ଯେ ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀ ଏବଂ ସ୍ୱାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷ ଗୋଟିଏ ବଂଶର। ଏମାନଙ୍କ ପରିବାର ଗୋଟିଏ ବଂଶର ଥିଲା ବୋଲି କୁହାଯାଇଛି।

ହଜାରେ ବର୍ଷ ତଳେ ଏମାନଙ୍କ ସମ୍ପର୍କ

ଲଣ୍ଡନରେ ହୋଇଥିବା ଏହି ଗବେଷଣା ଅନୁସାରେ ପ୍ରାୟ ହଜାରେ ବର୍ଷ ତଳେ ପାଞ୍ଚଟି କୁଳୀନ କାୟସ୍ଥ ପରିବାର କନୌଜ୍‌ରୁ ପଶ୍ଚିମବଙ୍ଗଳାକୁ ଯାଇ ସେଠାରେ ବସତି ସ୍ଥାପନ କରିଥିଲେ। ପରେ ଏମାନେ ଘୋଷ୍, ମିତ୍ର, ଦତ୍ତ, ଗୁହା ଓ ବୋଷ ଭଳି ବିଭିନ୍ନ ସାଙ୍ଗିଆରେ ପରିଚିତ ହେଲେ। ଏହି ପରିବାରଗୁଡ଼ିକ ସହିତ ୫ଟି ବ୍ରାହ୍ମଣ ପରିବାର ମଧ୍ୟ ବଙ୍ଗଳାକୁ ଚାଲିଆସି ବସତି ସ୍ଥାପନ କରିଥିଲେ। ପରେ ସେମାନେ ମଧ୍ୟ ମୁଖାର୍ଜି ଓ ବାନାର୍ଜି ନାମରେ ପରିଚିତ ହେଲେ। ସେଥିପାଇଁ ବଙ୍ଗଳାର ବୋଷ ପରିବାର ଓ ଉତ୍ତର ପ୍ରଦେଶର ଶ୍ରୀବାସ୍ତବ ପରିବାରକୁ ଗୋଟିଏ ବଂଶର ବୋଲି କୁହାଯାଇଥାଏ। ଅମିତାଭ ବଚ୍ଚନଙ୍କ ଜନ୍ମସ୍ଥାନ ବି ଉତ୍ତରପ୍ରଦେଶର ଆଲ୍ଲାହବାଦ୍ ହୋଇଥିବାରୁ ସେ ଲାଲ୍ ବାହାଦୁର ଶାସ୍ତ୍ରୀ, ଓ ସୁଭାଷ ଚନ୍ଦ୍ର ବୋଷଙ୍କ ବଂଶଜ ହୋଇ ପାରନ୍ତି ବୋଲି ଗବେଷକମାନେ।

Related story