ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ବୁଧବାର ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ସ୍ଥାନୀୟ ନିର୍ବାଚନ ପାଇଁ ଏଶକେଲନରେ ପ୍ରଚାର କରୁଥିବା ବେଳେ ଗାଜା ପକ୍ଷରୁ ଏକ ମିସାଇଲ୍ ତାଙ୍କୁ ଲକ୍ଷ୍ୟ କରି ଛଡ଼ା ଯାଇଥିଲା। ଏ ନେଇ ଜଣାପଡ଼ିବା ପରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନଙ୍କୁ ତାଙ୍କ ସୁରକ୍ଷାକର୍ମୀ ସଙ୍ଗେସଙ୍ଗେ ସୁରକ୍ଷିତ ସ୍ଥାନକୁ ନେଇ ଯାଇଥିଲେ। ଏହାପରେ ତାଙ୍କୁ ଏକ ବଙ୍କର ଭିତରକୁ ନେଇଯାଇଥିଲେ।
Israeli Prime Minister Benjamin Netanyahu evacuated from campaign event after rocket fired from Gaza Strip.
The Israeli military said its air defense system, known as Iron Dome, intercepted the rocket. There were no reports of casualties. https://t.co/peor8IjwbC pic.twitter.com/3no9rpdojI
— ABC News (@ABC) December 25, 2019
ଖବର ସରବରାହ ସଂସ୍ଥା ରୟଟର୍ସ ଅନୁଯାୟୀ, ଗାଜା ପଟୁ ଛଡ଼ାଯାଇଥିବା ମିସାଇଲର ଟାର୍ଗେଟ ଏଶକେଲନ ସହର ରହିଛି। ଏହି ସହର ଫିଲିସ୍ତାନୀରୁ ମାତ୍ର ୧୨ କିଲୋମିଟର ଦୂରରେ ରହିଛି। ତେବେ ଇସ୍ରାଏଲର ଆଇରନ ଡୋମ ଏୟାର ଡିଫେନ୍ସ ଇଣ୍ଟରସେପ୍ଟର ଗାଜାର ମିସାଇଲକୁ ରୋକିବାରେ ସଫଳ ହୋଇଛି। ଗାଜାର ମିସାଇଲଟି ଇସ୍ରାଏଲର ଆଇରନ ଡୋମ ଏୟାର ଡିଫେନ୍ସ ଇଣ୍ଟରସେପ୍ଟର ସହ ଧକ୍କା ହେବା ପରେ ନିସ୍କ୍ରିୟ ହୋଇଯାଇଥିଲା। ଏହି ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ରହିଛି।
ତେବେ ଏହି ମିସାଇଲ ଗାଜା ପକ୍ଷରୁ ଛଡ଼ା ଯାଇଥିଲା କି ନାହିଁ ସେ ନେଇ ସ୍ପଷ୍ଟ ହୋଇନାହିଁ। ଗାଜା ଏବେ ହମାସ ଇସ୍ଲାମିଷ୍ଟର ଅଧୀନରେ ରହିଛି। ଇସ୍ଲାମିଷ୍ଟର ଓ ଇସ୍ରାଏଲ ପରସ୍ପରର ଶତ୍ରୁ। ଇସ୍ରାଏଲ ଉପରେ ଇସ୍ଲାମିଷ୍ଟର ବାରମ୍ୱାର ମିସାଇଲ୍ ମାଡ଼ କରୁଥିବାର ପୂର୍ବରୁ ପ୍ରମାଣ ରହିଛି।
ସୂଚନାଯୋଗ୍ୟ, ସେପ୍ଚେମ୍ୱରରେ ମଧ୍ୟ ବେଞ୍ଜାମିନ ଏଭଳି ଏକ ସାର୍ବଜନୀନ ସଭା କରୁଥିବା ବେଳେ ମିସାଇଲ ଆକ୍ରମଣର ଆଶଙ୍କା ଦେଖି ତାଙ୍କୁ ସୁରକ୍ଷାକର୍ମୀମାନେ ହଠାତ୍ ଏକ ବଙ୍କର ଭିତରକୁ ନେଇଯାଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।