ନୂଆ କଳାଧନ ଆଇନ: ମିଳିଲାନି ଆଶାନୁରୂପ ସଫଳତା, କେନ୍ଦ୍ର ରାଜକୋଷକୁ ଆସିବ ମାତ୍ର ୩,୭୭୦ କୋଟି ଟଙ୍କା

ନୂଆଦିଲ୍ଲୀ: ବିଦେଶରେ କଳାଧନ ରଖିଥିବା ଜମାକାରୀଙ୍କୁ ସେମାନଙ୍କ ସମ୍ପତ୍ତି ସମ୍ପର୍କରେ ଘୋଷଣା କରିବାକୁ କେନ୍ଦ୍ର ସରକାର ସୁଯୋଗ ଦେଇଥିଲେ। ଏଥିପାଇଁ ଜୁଲାଇ ୧ରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ୩ମାସ ସମୟ ଦିଆଯାଇଥିଲା। ଗତକାଲି ମଧ୍ୟ ରାତିରେ ଏହି ସମୟ ଶେଷ ହୋଇଥିଲା । ମାତ୍ର ସରକାରଙ୍କ ଆଶା ମୁତାବକ ଏଥିରେ ସଫଳତା ମିଳିନାହିଁ । ମାତ୍ର ୬୩୮ ଜଣ ସେମାନଙ୍କ କଳାଧନ ସମ୍ପର୍କରେ ଘୋଷଣା କରିଛନ୍ତି। ଏଥିରୁ କେନ୍ଦ୍ର ରାଜକୋଷକୁ ୩ ହଜାର ୭୭୦କୋଟି ଟଙ୍କ। […]

RBI introduces new features in Rs 500, Rs 1,000 notes

Rakesh Mallick
  • Published: Thursday, 01 October 2015
  • , Updated: 01 October 2015, 02:44 PM IST

ନୂଆଦିଲ୍ଲୀ: ବିଦେଶରେ କଳାଧନ ରଖିଥିବା ଜମାକାରୀଙ୍କୁ ସେମାନଙ୍କ ସମ୍ପତ୍ତି ସମ୍ପର୍କରେ ଘୋଷଣା କରିବାକୁ କେନ୍ଦ୍ର ସରକାର ସୁଯୋଗ ଦେଇଥିଲେ। ଏଥିପାଇଁ ଜୁଲାଇ ୧ରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ୩ମାସ ସମୟ ଦିଆଯାଇଥିଲା। ଗତକାଲି ମଧ୍ୟ ରାତିରେ ଏହି ସମୟ ଶେଷ ହୋଇଥିଲା । ମାତ୍ର ସରକାରଙ୍କ ଆଶା ମୁତାବକ ଏଥିରେ ସଫଳତା ମିଳିନାହିଁ । ମାତ୍ର ୬୩୮ ଜଣ ସେମାନଙ୍କ କଳାଧନ ସମ୍ପର୍କରେ ଘୋଷଣା କରିଛନ୍ତି। ଏଥିରୁ କେନ୍ଦ୍ର ରାଜକୋଷକୁ ୩ ହଜାର ୭୭୦କୋଟି ଟଙ୍କ। ମିଳିବ। ୩୦ ପ୍ରତିଶତ ଟିକସ ଓ ୩୦ ପ୍ରତିଶତ ଜରିମାନା ଦେଇ ଡିସେମ୍ୱର ୩୧ ତାରିଖ ସୁଦ୍ଧା ଜମାକାରୀ ସେମାନଙ୍କ ଆକାଉଣ୍ଟ ନିୟମିତ କରିପାରିବେ ବୋଲି ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସେସ୍ ଅଧ୍ୟକ୍ଷା ଅନୀତା କପୁର କହିଛନ୍ତି ।

ବିଦେଶରେ ଭାରତୀୟମାନେ ଯେତେ ପରିମାଣର କଳାଟଙ୍କା ଜମା ରଖିଛନ୍ତି ସେ ତୁଳନାରେ କେନ୍ଦ୍ରକୁ ମିଳିଥିବା ଅର୍ଥ ଅତି ନଗଣ୍ୟ ବୋଲି କୁହାଯାଉଛି। କେନ୍ଦ୍ର ସରକାର ନୂଆ ବ୍ଲାକମନି ଆଇନକୁ କଡ଼ାକଡ଼ି କରିଥିଲେ ମଧ୍ୟ ଏହି ସ୍କିମକୁ ନେଇ କଳାଧନ ଜମାକାରୀ ବିଶେଷ ଆଗ୍ରହ ଦେଖାଇ ନାହାନ୍ତି। ନୂଆ ଆଇନ ଅନୁଯାୟୀ ବିଦେଶରେ କଳାଧନ ରଖିଥିବା ପ୍ରମାଣିତ ହେଲେ ଜମାକାରୀଙ୍କୁ ୧୦ ବର୍ଷ ଜେଲ୍ ଓ ୧୨୦ ପ୍ରତିଶତ ଜରିମାନା ଦେବାକୁ ପଡିବ।

Related story