ପିଓକେ ଆମର; ଭାରତୀୟ ପାଣିପାଗ ସୂଚନାରେ ପାକ୍‌ ଅଧିକୃତ କଶ୍ମୀର ଏବଂ ଗିଲଗିଟ୍‌-ବଲଟିସ୍ତାନ୍

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗର ସୂଚନା ତାଲିକାରେ ଏବେ ସ୍ଥାନ ପାଇଛି ପାକ୍‌ ଅଧିକୃତ କଶ୍ମୀର ଏବଂ ଗିଲଗିଟ୍‌ ବଲଟିସ୍ତାନ। ଏସବୁ ଅଞ୍ଚଳ ଭାରତର ବୋଲି ଦାବି କରାଯାଉଥିଲେ ହେଁ ପ୍ରଥମ ଥର ପାଇଁ ଭାରତ ଅଭିନବ ଉପାୟରେ ନିଜ ହକ୍‌ ଜାହିର କରିଛି। ପାଣିପାଗର ଏକ ସବଡିଭିଜିନ୍‌ରେ ଜମ୍ମୁ-କଶ୍ମୀର ଓ ଲଦାଖ ସହ ଗିଲିଗଟ୍‌-ବଲଟିସ୍ତାନ ଏବଂ ମୁଜାଫରାବାଦ ସ୍ଥାନ ପାଇଛି। ସୂଚନାଯୋଗ୍ୟ ଯେ, ମୁଜାଫରାବାଦ ପିଓକେର ଏକ ସହର। ଏହି ସହର ପାକିସ୍ତାନ ବେଆଇନ ଭାବେ […]

weather

weather

Subrat Kumar Nayak
  • Published: Thursday, 07 May 2020
  • Updated: 07 May 2020, 04:59 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗର ସୂଚନା ତାଲିକାରେ ଏବେ ସ୍ଥାନ ପାଇଛି ପାକ୍‌ ଅଧିକୃତ କଶ୍ମୀର ଏବଂ ଗିଲଗିଟ୍‌ ବଲଟିସ୍ତାନ। ଏସବୁ ଅଞ୍ଚଳ ଭାରତର ବୋଲି ଦାବି କରାଯାଉଥିଲେ ହେଁ ପ୍ରଥମ ଥର ପାଇଁ ଭାରତ ଅଭିନବ ଉପାୟରେ ନିଜ ହକ୍‌ ଜାହିର କରିଛି। ପାଣିପାଗର ଏକ ସବଡିଭିଜିନ୍‌ରେ ଜମ୍ମୁ-କଶ୍ମୀର ଓ ଲଦାଖ ସହ ଗିଲିଗଟ୍‌-ବଲଟିସ୍ତାନ ଏବଂ ମୁଜାଫରାବାଦ ସ୍ଥାନ ପାଇଛି।

ସୂଚନାଯୋଗ୍ୟ ଯେ, ମୁଜାଫରାବାଦ ପିଓକେର ଏକ ସହର। ଏହି ସହର ପାକିସ୍ତାନ ବେଆଇନ ଭାବେ ଦଖଲ କରିଥିବା କଶ୍ମୀର ବା ପିଓକେରେ ଅଛି। ମଙ୍ଗଳବାରଠାରୁ ଏହି ପରିବର୍ତ୍ତନ ଅଣାଯାଇଛି। ନୂଆଦିଲ୍ଲୀରୁ ପରିଚାଳିତ ଆଇଏମ୍‌ଡି ପକ୍ଷରୁ ଏପରି ପରିବର୍ତ୍ତନ କରାଯାଇଛି।

ଏହା ପୂର୍ବରୁ ଗତ ମାସ ୩୦ ତାରିଖରେ ପାକିସ୍ତାନର ସର୍ବୋଚ୍ଚ ନ୍ୟାୟାଳୟ ସେଠାକାର ସରକାରଙ୍କୁ ଅନୁମତି ଦେଇଥିଲେ ଗିଲଗିଟ୍‌-ବଲଟିସ୍ତାନରେ ନିର୍ବାଚନ ହେବ। ଏହାକୁ ଭାରତ କଡ଼ା ବିରୋଧ କରିଥିଲା। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା, ଏହି ଅଞ୍ଚଳକୁ ପାକିସ୍ତାନ ବେଆଇନ ଭାବେ ଦଖଲ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos