ଆଜିଠୁ କେବୁଲ ଓ DTH ସେବାର ନୂଆ ଟାରିଫ୍ ନୀତି

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଆଜିଠୁ କେବୁଲ ଓ DTH ସେବାର ନୂଆ ଟାରିଫ୍ ନୀତି ଲାଗୁ ହୋଇଛି। ଟେଲିକମ୍ ନିୟନ୍ତ୍ରଣ ନିୟାମକ ବା ଟ୍ରାଇର ନୂଆ ନୀତି ଅନୁସାରେ ଏଣିକି ଉପଭୋକ୍ତା ଯେଉଁ ଚ୍ୟାନେଲ୍‌ ଦେଖିବେ କେବଳ ସେଇ ଚ୍ୟାନେଲ ପାଇଁ ପଇସା ଦେବେ। କେବୁଲ ଓ DTH ଉପଭୋକ୍ତା ମାସିକ ୧୫୩ ଟଙ୍କାରେ ଦୂରଦର୍ଶନର ୨୬ଟି ବାଧ୍ୟତାମୂଳକ ଚ୍ୟାନେଲକୁ ମିଶାଇ ଶହେଟି ଫ୍ରି ଟୁ ଏୟାର ଚ୍ୟାନେଲ ଯୋଗାଇବାକୁ ବାଧ୍ୟ। ଏହାସହ ଅଧିକ ୨୦ ଟଙ୍କା ଦେଲେ […]

dth-reu_L

Rakesh Mallick
  • Published: Friday, 01 February 2019
  • , Updated: 01 February 2019, 09:45 AM IST

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଆଜିଠୁ କେବୁଲ ଓ DTH ସେବାର ନୂଆ ଟାରିଫ୍ ନୀତି ଲାଗୁ ହୋଇଛି। ଟେଲିକମ୍ ନିୟନ୍ତ୍ରଣ ନିୟାମକ ବା ଟ୍ରାଇର ନୂଆ ନୀତି ଅନୁସାରେ ଏଣିକି ଉପଭୋକ୍ତା ଯେଉଁ ଚ୍ୟାନେଲ୍‌ ଦେଖିବେ କେବଳ ସେଇ ଚ୍ୟାନେଲ ପାଇଁ ପଇସା ଦେବେ। କେବୁଲ ଓ DTH ଉପଭୋକ୍ତା ମାସିକ ୧୫୩ ଟଙ୍କାରେ ଦୂରଦର୍ଶନର ୨୬ଟି ବାଧ୍ୟତାମୂଳକ ଚ୍ୟାନେଲକୁ ମିଶାଇ ଶହେଟି ଫ୍ରି ଟୁ ଏୟାର ଚ୍ୟାନେଲ ଯୋଗାଇବାକୁ ବାଧ୍ୟ। ଏହାସହ ଅଧିକ ୨୦ ଟଙ୍କା ଦେଲେ ଆଉ ୨୫ଟି ଫ୍ରି ଟୁ ଏୟାର ଚ୍ୟାନେଲ ଦେଖିହେବ। ତେବେ ପେ-ଚ୍ୟାନେଲ କ୍ଷେତ୍ରରେ ଉପଭୋକ୍ତା ଯେଉଁ ଯେଉଁ ଚ୍ୟାନେଲ ଦେଖିବାକୁ ଚାହିଁବେ କେବଳ ସେଇ ଚ୍ୟାନେଲ ପାଇଁ ହିଁ ପଇସା ଦେବେ।  ପ୍ରତି ଚ୍ୟାନେଲର ଦର ୧ରୁ ୧୯ ଟଙ୍କା ମଧ୍ୟରେ ନିର୍ଦ୍ଧାରଣ କରାଯାଇଛି।  ଅପରେଟରମାନେ ଗ୍ରାହକଙ୍କ ସୁବିଧା ଲାଗି ପ୍ରତି ଚ୍ୟାନେଲର ଦର ପ୍ରଦର୍ଶିତ କରିବେ।

Related story