ରୂପ ପୁରୁଣା ରଙ୍ଗ ନୂଆ: ବଜାରକୁ ଆସିବ ନୂଆ ଟଙ୍କିକିଆ ନୋଟ୍

ନୂଆଦିଲ୍ଲୀ: ଖୁବ୍‌ଶ୍ରୀଘ ବଜାରକୁ ଆସିବ ନୂଆ ନୋଟ। ପୁରୁଣା ରୂପରେ କିନ୍ତୁ ନୂଆ ରଙ୍ଗରେ।ଏଥିପାଇଁ ମୋଦି ସରକାର କରି ସାରିଲେଣି ପ୍ରସ୍ତୁତି ପର୍ବ। ଏଥର କିନ୍ତୁ ୧୦୦୦ କିମ୍ବା ୨୦୦୦ ନୋଟ ନୁହେଁ। ବରଂ ଦୀର୍ଘ ୨୨ ବର୍ଷ ପରେ ୧ ଟଙ୍କିଆ ନୋଟର ନବକଳେବର  କରିବେ ସରକାର। ସରକାରୀ ସୁତ୍ରରୁ ଖବର ଅନୁଯାୟୀ ଏହି ଏକ ଟଙ୍କିଆ ନୋଟରେ ପୂର୍ବଭଳି ସାଗର ସମ୍ରାଟ ତୈଳ ଉତ୍ତୋଳନ ରିଗ୍‌ର ଫଟୋ ରହିବ। ତେବେ ପୂର୍ବରୁ ଥିବା ଘନନୀଳ […]

one rupee note

Rakesh Mallick
  • Published: Tuesday, 30 May 2017
  • , Updated: 30 May 2017, 09:24 PM IST

ନୂଆଦିଲ୍ଲୀ: ଖୁବ୍‌ଶ୍ରୀଘ ବଜାରକୁ ଆସିବ ନୂଆ ନୋଟ। ପୁରୁଣା ରୂପରେ କିନ୍ତୁ ନୂଆ ରଙ୍ଗରେ।ଏଥିପାଇଁ ମୋଦି ସରକାର କରି ସାରିଲେଣି ପ୍ରସ୍ତୁତି ପର୍ବ। ଏଥର କିନ୍ତୁ ୧୦୦୦ କିମ୍ବା ୨୦୦୦ ନୋଟ ନୁହେଁ। ବରଂ ଦୀର୍ଘ ୨୨ ବର୍ଷ ପରେ ୧ ଟଙ୍କିଆ ନୋଟର ନବକଳେବର  କରିବେ ସରକାର। ସରକାରୀ ସୁତ୍ରରୁ ଖବର ଅନୁଯାୟୀ ଏହି ଏକ ଟଙ୍କିଆ ନୋଟରେ ପୂର୍ବଭଳି ସାଗର ସମ୍ରାଟ ତୈଳ ଉତ୍ତୋଳନ ରିଗ୍‌ର ଫଟୋ ରହିବ। ତେବେ ପୂର୍ବରୁ ଥିବା ଘନନୀଳ ରଙ୍ଗ ଅବତାରରେ ଆସିବ ପରିବର୍ତ୍ତନ। ପିଙ୍କ ଓ ସବୁଜ ରଙ୍ଗରେ ସଜାଇ ହେବ ଏହି ୧ଟଙ୍କିଆ ନୋଟ। ଏହି ନୋଟରେ ‘ଏକ ଟଙ୍କା’ ୧୫ଟି ଭିନ୍ନ ଭାଷାରେ ଲେଖା ଯିବାକୁ ସ୍ଥିର ହୋଇଛି। ଏହାର ଲମ୍ବ ୯.୭ ସେ.ମି ଓ ପ୍ରସ୍ଥ ୮.୩ ସେ.ମି। ଏହାର ଉପର ପାର୍ଶ୍ୱରେ ହିନ୍ଦୀରେ “ଭାରତ ସରକାର”  ଓ ଠିକ୍‌ ଏହାର ତଳକୁ ଇଂରାଜୀରେ government of india ଲେଖା ଥିବାର ଦେଖିବାକୁ ମିଳିବ। ଏହି ଟଙ୍କିକିଆ ନୋଟ୍‌ର ପ୍ରିଣ୍ଟିଂ କାର୍ଯ୍ୟ ପ୍ରାୟତଃ ଦୁଇ ବର୍ଷ ତଳୁ ୧ ଜାନୁଆରୀ ୨୦୧୫ରୁ ଆରମ୍ଭ ହୋଇଥିବାର ସୂଚନା ମିଳିଛି। ଗୋଟିଏ ନୂଆ ଟଙ୍କିକିଆ ନୋଟ୍ ପ୍ରିଣ୍ଟିଂ କରିବାକୁ ୯୪ ପଇସା ଖର୍ଚ୍ଚ ହେଉଛି। ତେବେ ବଜାରରେ ଟଙ୍କିକିଆ କଏନ୍‌ର ଅଭାବକୁ ଲକ୍ଷ୍ୟ କରି ନୂଆ ନୋଟ ପ୍ରଚଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର।

ବିମୁଦ୍ରୀକରଣ ପରେ ତୃତୀୟ ନୂଆ ନୋଟ ପ୍ରଚଳନ କରିବେ ମୋଦି ସରକାର। ୨୦୦୦ ଓ ୫୦୦ ଟଙ୍କା ପରେ ପରେ ଏହି ୧ ଟଙ୍କିଆ ନୋଟର ପ୍ରଚଳନ ଖୁଚୁରା ସମସ୍ୟାକୁ ଦୂର କରିବ।

 

Related story