କୋଲକାତା-ବାଂଲାଦେଶ ମଧ୍ୟରେ ଦୌଡିଲା ଆଉ ଏକ ନୂଆ ଟ୍ରେନ୍‌: ସାଢ଼େ ୪ ଘଣ୍ଟାରେ ଅତିକ୍ରମ କରିବ ୧୭୨କିମି

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ନୂଆ ଯାତ୍ରିବାହୀ ଟ୍ରେନ୍ ବନ୍ଧନ ଏକ୍ସପ୍ରେସର ଶୁଭାରମ୍ଭ ହୋଇଛି। ଭିଡିଓ କନଫରେନସିଂ ଜରିଆରେ ଏହାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଂଲଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା। କୋଲକାତା ଷ୍ଟେସନରୁ ଏହାର ଫ୍ଲାଗ ଅପ୍ ହୋଇଥିଲା। ଏହି ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଉପସ୍ଥିତ ଥିଲେ। ଟ୍ରେନ ପ୍ରତି ଗୁରୁବାର କୋଲକାତାରୁ ବାଂଲାଦେଶର ଖୁଲନାକୁ ଯାତ୍ରା କରିବ। ଦୁଇ ଦେଶ ମଧ୍ୟରେ ଯାତ୍ରା […]

bandhan-express_650x400_81510213874

Rakesh Mallick
  • Published: Thursday, 09 November 2017
  • , Updated: 10 November 2017, 02:54 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ନୂଆ ଯାତ୍ରିବାହୀ ଟ୍ରେନ୍ ବନ୍ଧନ ଏକ୍ସପ୍ରେସର ଶୁଭାରମ୍ଭ ହୋଇଛି। ଭିଡିଓ କନଫରେନସିଂ ଜରିଆରେ ଏହାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଂଲଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା। କୋଲକାତା ଷ୍ଟେସନରୁ ଏହାର ଫ୍ଲାଗ ଅପ୍ ହୋଇଥିଲା। ଏହି ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଉପସ୍ଥିତ ଥିଲେ। ଟ୍ରେନ ପ୍ରତି ଗୁରୁବାର କୋଲକାତାରୁ ବାଂଲାଦେଶର ଖୁଲନାକୁ ଯାତ୍ରା କରିବ। ଦୁଇ ଦେଶ ମଧ୍ୟରେ ଯାତ୍ରା କରୁଥିବା ଏହା ହେଉଛି ଦ୍ୱିତୀୟ ଟ୍ରେନ୍। ଏହାପୂର୍ବରୁ ଢାକା ଓ କୋଲକାତା ମଧ୍ୟରେ ମୈତ୍ରୀ ଏକ୍ସପ୍ରେସ ଚଳାଚଳ କରୁଛି। ପୁରା ଶୀତତାପ ନିୟନ୍ତ୍ରିତ ଏହି ଟ୍ରେନ୍ ସାଢ଼େ ୪ ଘଣ୍ଟା ମଧ୍ୟରେ ୧୭୨ କିଲୋମିଟର ଯାତ୍ରା କରିବ। ଏହାଦ୍ୱାରା ପଡ଼ୋଶୀ ଦୁଇ ଦେଶ ମଧ୍ୟରେ ସଂପର୍କ ଆହୁରି ନିକଟତର ହେବ ବୋଲି ମୋଦି କହିଛନ୍ତି।

Related story