ରେଳବାଇର ନୂଆ ଟାଇମ୍ ଟେବୁଲ୍ ଆଜିଠାରୁ ଲାଗୁ, ୯୦ଟି ଟ୍ରେନର ବେଗ ବଢ଼ିଲା

ନୂଆଦିଲ୍ଲୀ: ରେଳବାଇର ନୂଆ ଟାଇମ୍-ଟେବୁଲ୍ ଆଜିଠାରୁ ସାରା ଦେଶରେ ଲାଗୁ ହୋଇଛି। ଟାଇମ୍ ଟେବୁଲରେ ଅଦଳବଦଳ ସହିତ ୯୦ଟି ଟ୍ରେନର ବେଗ ବଢ଼ାଯାଇ ସେଗୁଡ଼ିକୁ ସୁପରଫାଷ୍ଟ୍ ଶ୍ରେଣୀଭୁକ୍ତ କରାଯାଇଛି। ଫଳରେ ଏହି ଟ୍ରେନଗୁଡ଼ିକରେ ଯାତ୍ରା କରୁଥିବା ଅବା କରିବାକୁ ଥିବା ଯାତ୍ରୀମାନଙ୍କ ଯାତ୍ରା ସମୟରେ ୧୦ ମିନିଟରୁ ୨ ଘଣ୍ଟା ୩୫ ମିନିଟ୍ ହ୍ରାସ ହେବ। ଏହି ୯୦ଟି ଟ୍ରେନ୍ ମଧ୍ୟରୁ ଏକ ତୃତୀୟାଂଶ ଗୁଜୁରାଟ ଯାଉଛନ୍ତି ଅବା ଗୁଜୁରାଟ ଦେଇ ଯିବା ଆସିବା କରୁଛନ୍ତି। ଟ୍ରେନଗୁଡ଼ିକର […]

train

Rakesh Mallick
  • Published: Thursday, 01 October 2015
  • , Updated: 01 October 2015, 04:24 AM IST

ନୂଆଦିଲ୍ଲୀ: ରେଳବାଇର ନୂଆ ଟାଇମ୍-ଟେବୁଲ୍ ଆଜିଠାରୁ ସାରା ଦେଶରେ ଲାଗୁ ହୋଇଛି। ଟାଇମ୍ ଟେବୁଲରେ ଅଦଳବଦଳ ସହିତ ୯୦ଟି ଟ୍ରେନର ବେଗ ବଢ଼ାଯାଇ ସେଗୁଡ଼ିକୁ ସୁପରଫାଷ୍ଟ୍ ଶ୍ରେଣୀଭୁକ୍ତ କରାଯାଇଛି। ଫଳରେ ଏହି ଟ୍ରେନଗୁଡ଼ିକରେ ଯାତ୍ରା କରୁଥିବା ଅବା କରିବାକୁ ଥିବା ଯାତ୍ରୀମାନଙ୍କ ଯାତ୍ରା ସମୟରେ ୧୦ ମିନିଟରୁ ୨ ଘଣ୍ଟା ୩୫ ମିନିଟ୍ ହ୍ରାସ ହେବ। ଏହି ୯୦ଟି ଟ୍ରେନ୍ ମଧ୍ୟରୁ ଏକ ତୃତୀୟାଂଶ ଗୁଜୁରାଟ ଯାଉଛନ୍ତି ଅବା ଗୁଜୁରାଟ ଦେଇ ଯିବା ଆସିବା କରୁଛନ୍ତି।

ଟ୍ରେନଗୁଡ଼ିକର ଯିବାଆସିବା ସମୟ ସହିତ ସେଗୁଡ଼ିକର ପ୍ଲାଟ ଫର୍ମ ରହଣିରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ନୂଆ ଟ୍ରେନ୍ ସମୟ ଓ ପ୍ଲାଟଫର୍ମ ନମ୍ବର ସଂପର୍କରେ ଜାଣିବା ପାଇଁ ଯାତ୍ରୀମାନଙ୍କର ଯେପରି କିଛି ଅସୁବିଧା ନହେବ ସେଥିପାଇଁ ରେଳବାଇ ପକ୍ଷରୁ ଏକ ହେଲପ୍ ଲାଇନ୍ ନମ୍ବର ଜାରି କରାଯାଇଛି। ଏହି ନମ୍ବରଟି ହେଉଛି-୧୩୯।

ଦୂରନ୍ତୋ ଏକ୍ସପ୍ରେସଗୁଡ଼ିକର ସମସ୍ତ ଷ୍ଟେସନ୍ ଗୁଡ଼ିକୁ କମର୍ସିଆଲ୍ ଷ୍ଟପେଜରେ ପରିବର୍ତ୍ତନ କରାଯାଇଛି। ଫଳରେ ଏହି ଟ୍ରେନଗୁଡ଼ିକରେ ଯିବାଆସିବା କରିବାରେ ଅଧିକ ସମୟ ଲାଗିପାରେ।

Related story