ଡାକ୍ତରଙ୍କ ମଧ୍ୟରେ ତାଳମେଳର ଅଭାବ, ଚାଲିଗଲା ନବଜାତ ଶିଶୁର ଜୀବନ

ଲକ୍ଷ୍ନୌ: ଡାକ୍ତରଖାନାରେ ବିଭାଗ ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ଚାଲିଯାଇଛି ଏକ ନବଜାତ ଶିଶୁର ଜୀବନ। ବାପା ମାଆ କାନ୍ଧରେ ଥିବା ବେଳେ ନବଜାତ ଶିଶୁର ମୃତ୍ୟୁ ହୋଇଛି। ପଶ୍ଚିମ ଉତ୍ତର ପ୍ରଦେଶର ବରେଲିରେ ଥିବା ସରକାରୀ ହସ୍ପିଟାଲରେ ବୁଧବାର ଦିନ ଏଭଳି ଅଭାବନୀୟ ଘଟଣା ଘଟିଛି। ଉତ୍ତର ପ୍ରଦେଶ ସରକାର ଗୋଟିଏ ବିଭାଗର ଜଣେ ଡାକ୍ତର ଏବଂ ଅନ୍ୟ ବିଭାଗର ଦାୟିତ୍ୱରେ ଥିବା ଡାକ୍ତରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, […]

uttar pradesh barelly

Subhransu Sekhar
  • Published: Thursday, 20 June 2019
  • , Updated: 20 June 2019, 09:57 AM IST

ଲକ୍ଷ୍ନୌ: ଡାକ୍ତରଖାନାରେ ବିଭାଗ ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ଚାଲିଯାଇଛି ଏକ ନବଜାତ ଶିଶୁର ଜୀବନ। ବାପା ମାଆ କାନ୍ଧରେ ଥିବା ବେଳେ ନବଜାତ ଶିଶୁର ମୃତ୍ୟୁ ହୋଇଛି। ପଶ୍ଚିମ ଉତ୍ତର ପ୍ରଦେଶର ବରେଲିରେ ଥିବା ସରକାରୀ ହସ୍ପିଟାଲରେ ବୁଧବାର ଦିନ ଏଭଳି ଅଭାବନୀୟ ଘଟଣା ଘଟିଛି। ଉତ୍ତର ପ୍ରଦେଶ ସରକାର ଗୋଟିଏ ବିଭାଗର ଜଣେ ଡାକ୍ତର ଏବଂ ଅନ୍ୟ ବିଭାଗର ଦାୟିତ୍ୱରେ ଥିବା ଡାକ୍ତରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଜୁନ ୧୫ ତାରିଖରେ ବରେଲିର ଏକ ଘରୋଇ ହସ୍ପିଟାଲରେ ଶିଶୁକନ୍ୟାଟିର ଜନ୍ମ ହୋଇଥିଲା। ପରିବାର ଲୋକେ ନବଜାତ ଶିଶୁର ନାମ ଉର୍ବଶୀ ଦେଇଥିଲେ। ବୁଧବାର ସକାଳେ ନବଜାତ ଶିଶୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥିଲା। ଏହାପରେ ପରିବାର ଲୋକେ ବରେଲି ହସ୍ପିଟାଲକୁ ଚିକିତ୍ସା ପାଇଁ ଆଣିଥିଲେ।

ଏହାପରେ ହସ୍ପିଟାଲର ପୁରୁଷ ବିଭାଗର ଦାୟିତ୍ୱରେ ଥିବା ଡାକ୍ତର ଚିକିତ୍ସା କରିବା ପରିବର୍ତ୍ତେ ମହିଳା ବିଭାଗକୁ ଯିବା ପାଇଁ କହିଥିଲେ। ଏହାପରେ ନବଜାତର ବାପା ମା ମହିଳା ବିଭାଗକୁ ଝିଅକୁ ନେଇଥିଲେ। ହେଲେ ମହିଳା ବିଭାଗର ଡାକ୍ତର କହିଥିଲେ ବେଡ୍ ନାହିଁ, ତେଣୁ ପୁରୁଷ ବିଭାଗକୁ ନେଇ ଯାଅ।

ପାଖାପାଖି ୩ରୁ ୪ ଘଣ୍ଟା ପରେ ବାଧ୍ୟ ହୋଇ ପରିବାର ଲୋକେ ଝିଅକୁ ଘରକୁ ନେଇଯାଉଥିଲେ ହେଲେ ହସ୍ପିଟାଲର ସିଡ଼ିରେ ଉର୍ବଶୀର ମୃତ୍ୟୁ ହୋଇଯାଇଥିବା ତା'ର ଜେଜେମା କୁସୁମ ଦେବୀ କହିଛନ୍ତି।

ଏହାପରେ ପୁରୁଷ ବିଭାଗର ଦାୟିତ୍ୱରେ ଥିବା ଡାକ୍ତର କମଲେନ୍ଦ୍ର ସ୍ୱରୂପ ଗୁପ୍ତା ଏବଂ ମହିଳା ବିଭାଗର ଦାୟିତ୍ୱରେ ଥିବା ଡାକ୍ତର ଅଳକା ଶର୍ମା ପରସ୍ପର ଉପରେ ଦୋଷାରୋପ କରିଛନ୍ତି। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣା ବାବଦରେ ଅବଗତ ହେବା ପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପୁରୁଷ ବିଭାଗରେ ବେଡ୍ ଖାଲି ପଡ଼ିଥିବା ବେଳେ ଗୋଟିଏ ନବଜାତ ଶିଶୁର ତୁରନ୍ତ ଚିକିତ୍ସା କରିବା ପରିବର୍ତ୍ତେ ମହିଳା ବିଭାଗକୁ ପଠାଇବା ଘଟଣାରେ ମୁଖ୍ୟମନ୍ତ୍ରୀ। ଟ୍ୱିଟ୍ କରି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ପରେ ପୁରୁଷ ବିଭାଗର ଦାୟିତ୍ୱରେ ଥିବା ଡାକ୍ତର କମଲେନ୍ଦ୍ର ସ୍ୱରୂପ ଗୁପ୍ତାଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ମହିଳା ବିଭାଗର ଦାୟିତ୍ୱରେ ଥିବା ଡାକ୍ତର ଅଳକା ଶର୍ମାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡ଼ିଛି।

ତେବେ ଉର୍ବଶୀର ମୃତ୍ୟୁ ପାଇଁ ରାଜ୍ୟ ସରକାର ଏକ ବିବୃତି ଜାରି କରିଛନ୍ତି ଯେଉଁଥିରେ ନବଜାତର ମୃତ୍ୟୁ ପାଇଁ ଡାକ୍ତରଙ୍କ ଦାୟିତ୍ୱହୀନତା ଓ କର୍ମଚାରୀଙ୍କ ଅଭାବକୁ  ଦାୟୀ ବୋଲି କୁହାଯାଇଛି।

Related story