କାର୍‌ରେ ଆସିଲେ, ଛୁଆକୁ ରାସ୍ତା କଡ଼ରେ ଛାଡ଼ି ପଳାଇଲେ

ମୁଜାଫରନଗର: ବିଭିନ୍ନ ସମୟରେ ରାସ୍ତାକଡ଼ରୁ, ଅଳିଆଗଦାରୁ, ଡଷ୍ଟବିନ୍‌ରୁ ଓ ରେଳ ଷ୍ଟେସନରୁ ନବଜାତ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ତେବେ କାଁଭାଁ କେବେ ସେମାନଙ୍କୁ ଏମିତି ଭାବେ ଫୋପାଡ଼ି ଦେଇ ଚାଲି ଯାଉଥିବା ବାପାମା’ ବା ଅନ୍ୟମାନଙ୍କର ପତ୍ତା ମିଳିପାରେ। କିନ୍ତୁ ଉତ୍ତର ପ୍ରଦେଶର ମୁଜାଫରନଗରରେ ଜଣେ ମହିଳା ରାସ୍ତା କଡ଼ରେ ଏକ ନବଜାତ ଶିଶୁକୁ ଥୋଇ ଦେଇ ଚାଲିଯିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଏ ଭିଡିଓଟି ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏଥିରେ ସହରର […]

car1

Rakesh Mallick
  • Published: Thursday, 07 June 2018
  • , Updated: 07 June 2018, 11:10 AM IST

ମୁଜାଫରନଗର: ବିଭିନ୍ନ ସମୟରେ ରାସ୍ତାକଡ଼ରୁ, ଅଳିଆଗଦାରୁ, ଡଷ୍ଟବିନ୍‌ରୁ ଓ ରେଳ ଷ୍ଟେସନରୁ ନବଜାତ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ତେବେ କାଁଭାଁ କେବେ ସେମାନଙ୍କୁ ଏମିତି ଭାବେ ଫୋପାଡ଼ି ଦେଇ ଚାଲି ଯାଉଥିବା ବାପାମା’ ବା ଅନ୍ୟମାନଙ୍କର ପତ୍ତା ମିଳିପାରେ। କିନ୍ତୁ ଉତ୍ତର ପ୍ରଦେଶର ମୁଜାଫରନଗରରେ ଜଣେ ମହିଳା ରାସ୍ତା କଡ଼ରେ ଏକ ନବଜାତ ଶିଶୁକୁ ଥୋଇ ଦେଇ ଚାଲିଯିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଏ ଭିଡିଓଟି ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏଥିରେ ସହରର ଏକ ଗଳି ଭିତରେ ଏକ ଧୂସର ରଙ୍ଗର ସାଣ୍ଟ୍ରୋ କାର୍ ଯାଉଛି। ଗୋଟିଏ ସ୍ଥାନରେ ଏହା ଅଟକି ଯାଉଛି। ତା’ପରେ ଜଣେ ମହିଳା ରାସ୍ତାକୁ ଲାଗି ରହିଥିବା ଏକ ଘରର ପାହାଚରେ ଏକ ନବଜାତ ଶିଶୁକୁ ଥୋଇ ଦେଇ ଚାଲିଯାଉଛନ୍ତି। ମହିଳା ଜଣଙ୍କ ତାଙ୍କ ମୁହଁକୁ କପଡ଼ାରେ ଢାଙ୍କି ରଖିଥିଲେ। ତେବେ ସେ ପିଲାଟିର ମା’ ନା ଆଉ କିଏ ଜଣାପଡ଼ିନାହିଁ।

ଶିଶୁଟିକୁ ଉଦ୍ଧାର କରାଯାଇଛି। ତାକୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ଯେ ଶିଶୁଟିର ଅବସ୍ଥା ସଂକଟାପନ୍ନ ରହିଛି। ତେବେ ତାର ଅବସ୍ଥାରେ ସୁଧାର ଆସିବ ବୋଲି ଆମେ ଆଶାବାଦୀ।

ମୁଜାଫରନଗରର ଖାଲପରା ଅଞ୍ଚଳରେ ଏହି ଘଟଣା ଘଟିଛି। ସୁଜା ରାହିଙ୍କ ଘର ସମ୍ମୁଖରେ ଛୁଆଟିକୁ ଛାଡ଼ି ଚାଲି ଯାଇଥିଲେ ଉକ୍ତ ମହିଳା। ସୁଜା ରାହି କହିଛନ୍ତି,“କଲୋନୀର ସମସ୍ତ ଲୋକ ଶିଶୁଟିକୁ ପାଳିବାକୁ ଚାହୁଁଛନ୍ତି। ତେବେ ତାକୁ ଏବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ୍ ତା’ ବାପାମା’କୁ ଖୋଜୁଛି।

ଗତ ରବିବାର କେରଳରେ ଠିକ୍ ଏମିତି ଏକ ଘଟଣା ଘଟିଥିଲା। ଏକ ଦମ୍ପତି ସେମାନଙ୍କର ୫ ଦିନର ଶିଶୁ ପୁତ୍ରକୁ ପରିତ୍ୟକ୍ତ ଅବସ୍ଥାରେ ଛାଡ଼ି ଚାଲି ଯାଇଥିଲେ। ଏହା ତାଙ୍କର ଚତୁର୍ଥ ସନ୍ତାନ ଥିଲା। ଲୋକ ହସା ହେବା ଭୟରେ ସେମାନେ ଏଭଳି ପଦକ୍ଷେପ ନେଇଥିଲେ। ପରେ ପୋଲିସ୍ ଏହି ଦମ୍ପତିକୁ ଗିରଫ କରିଥିଲା।

Related story