ଜଷ୍ଟିସ୍ ଟିଏସ ଠାକୁର ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ: ଜଷ୍ଟିସ୍ ତୀର୍ଥ ସିଂ ଠାକୁର ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି। ଏବେ ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ଏଚ୍ ଏଲ୍ ଦତ୍ତୁଙ୍କ ଅବସର ପରେ ସେ ଦାୟିତ୍ୱ ଗ୍ରହଣ କରିବେ। ଜଷ୍ଟିସ ଏଚ୍ଏଲ୍ ଦତ୍ତୁ ଆସନ୍ତା ଡିସେମ୍ୱର ୨ରେ ଅବସର ନେଉଛନ୍ତି। ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ସେ ଜଷ୍ଟିସ୍ ଟିଏସ୍ ଠାକୁରଙ୍କ ନାମ ସୁପାରିଶ କରିଛନ୍ତି। ଜଷ୍ଟିସ୍ ଦତ୍ତୁଙ୍କ ସୁପାରିଶକୁ କେନ୍ଦ୍ର ସରକାର ଅନୁମୋଦନ ଲାଗି ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବା ପରେ ଏ […]

justice-ts-thakur

Rakesh Mallick
  • Published: Wednesday, 04 November 2015
  • , Updated: 04 November 2015, 11:31 AM IST

ନୂଆଦିଲ୍ଲୀ: ଜଷ୍ଟିସ୍ ତୀର୍ଥ ସିଂ ଠାକୁର ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି। ଏବେ ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ଏଚ୍ ଏଲ୍ ଦତ୍ତୁଙ୍କ ଅବସର ପରେ ସେ ଦାୟିତ୍ୱ ଗ୍ରହଣ କରିବେ। ଜଷ୍ଟିସ ଏଚ୍ଏଲ୍ ଦତ୍ତୁ ଆସନ୍ତା ଡିସେମ୍ୱର ୨ରେ ଅବସର ନେଉଛନ୍ତି। ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ସେ ଜଷ୍ଟିସ୍ ଟିଏସ୍ ଠାକୁରଙ୍କ ନାମ ସୁପାରିଶ କରିଛନ୍ତି। ଜଷ୍ଟିସ୍ ଦତ୍ତୁଙ୍କ ସୁପାରିଶକୁ କେନ୍ଦ୍ର ସରକାର ଅନୁମୋଦନ ଲାଗି ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବା ପରେ ଏ ସମ୍ପର୍କିତ ବିଜ୍ଞପ୍ତି ଜାରି ହେବ। ଜଷ୍ଟିସ ଠାକୁର ଏକ ବର୍ଷ ଏକ ମାସ ପାଇଁ ସୁପ୍ରିମକୋର୍ଟରେ ମୁଖ୍ୟ ବିଚାରପତି ପଦବୀରେ ରହିବେ।

Related story