ଭାରତୀୟ ଫିଲ୍ମ ଇନଷ୍ଟିଚ୍ୟୁଟ୍‌ରୁ ଗଜେନ୍ଦ୍ର ହଟିଲେ, ଅନୁପମ ଖେର ନୂଆ ଅଧ୍ୟକ୍ଷ  

ମୁମ୍ବାଇ: ପୁଣେ ସ୍ଥିତ ଭାରତୀୟ ଫିଲ୍ମ ଏବଂ ଟେଲିଭିଜନ୍ ସଂସ୍ଥା(ଏଫଟିଆଇଆଇ)ର ନୂତନ ଅଧ୍ୟକ୍ଷଭାବେ ବଲିଉଡର ଜଣାଶୁଣା ଅଭିନେତା ଅନୁପମ ଖେର ନିଯୁକ୍ତ ହୋଇଚନ୍ତି।  ପୂର୍ବରୁ ଏହି ପଦବୀରେ ଥିବା ଗଜେନ୍ଦ୍ର ଚୌହାନଙ୍କୁ  ହଟାଇ କେନ୍ଦ୍ର ସରକାର ଅନୁପମ ଖେରଙ୍କୁ ନିଯୁକ୍ତି ଦେଇଛନ୍ତି। ବିଭିନ୍ନ କାରଣକୁ କେନ୍ଦ୍ର କରି ଗଜେନ୍ଦ୍ର ଚୌହାନ ବିବାଦରେ ଥିଲେ। ଏପରିକି ତାଙ୍କ କାର୍ଯ୍ୟଧାରାକୁ ବିରୋଧ କରି ଏଫଟିଆଇଆଇର ଛାତ୍ରଛାତ୍ରୀମାନେ ୧୩୯ ଦିନ ଧରି ଆନ୍ଦୋଳନରେ ବସିଥିଲେ। ସମ୍ପୃକ୍ତ ଅଧ୍ୟକ୍ଷଙ୍କୁ ହଟାଇବା ପାଇଁ ଛାତ୍ରଛାତ୍ରୀମାନେ […]

anupam

Rakesh Mallick
  • Published: Wednesday, 11 October 2017
  • , Updated: 11 October 2017, 04:13 PM IST

ମୁମ୍ବାଇ: ପୁଣେ ସ୍ଥିତ ଭାରତୀୟ ଫିଲ୍ମ ଏବଂ ଟେଲିଭିଜନ୍ ସଂସ୍ଥା(ଏଫଟିଆଇଆଇ)ର ନୂତନ ଅଧ୍ୟକ୍ଷଭାବେ ବଲିଉଡର ଜଣାଶୁଣା ଅଭିନେତା ଅନୁପମ ଖେର ନିଯୁକ୍ତ ହୋଇଚନ୍ତି।  ପୂର୍ବରୁ ଏହି ପଦବୀରେ ଥିବା ଗଜେନ୍ଦ୍ର ଚୌହାନଙ୍କୁ  ହଟାଇ କେନ୍ଦ୍ର ସରକାର ଅନୁପମ ଖେରଙ୍କୁ ନିଯୁକ୍ତି ଦେଇଛନ୍ତି।

ବିଭିନ୍ନ କାରଣକୁ କେନ୍ଦ୍ର କରି ଗଜେନ୍ଦ୍ର ଚୌହାନ ବିବାଦରେ ଥିଲେ। ଏପରିକି ତାଙ୍କ କାର୍ଯ୍ୟଧାରାକୁ ବିରୋଧ କରି ଏଫଟିଆଇଆଇର ଛାତ୍ରଛାତ୍ରୀମାନେ ୧୩୯ ଦିନ ଧରି ଆନ୍ଦୋଳନରେ ବସିଥିଲେ। ସମ୍ପୃକ୍ତ ଅଧ୍ୟକ୍ଷଙ୍କୁ ହଟାଇବା ପାଇଁ ଛାତ୍ରଛାତ୍ରୀମାନେ ଦାବି କରିଥିଲେ। ଏପରିକି ଗଜେନ୍ଦ୍ର ଚୌହାନଙ୍କ କାର୍ଯ୍ୟକାଳ ଗତ ମାର୍ଚ୍ଚ ମାସରେ ସରିଯାଇଥିଲେ ମଧ୍ୟ ଅଦ୍ୟାବଧି ସେ ଦାୟିତ୍ୱରେ ଥିଲେ। ତେବେ ଆଜି ତାଙ୍କୁ ହଟାଯାଇ ତାଙ୍କ ସ୍ଥାନରେ ଅନୁପମ ଖେରଙ୍କୁ ନିଯୁକ୍ତ ଦିଆଯାଇଛି।

Related story