ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆରେ ଧୂମଧାମରେ ନୂଆବର୍ଷକୁ ସ୍ୱାଗତ

ଭୁବନେଶ୍ୱର: ଆଉ କେହି ଘଣ୍ଟା ପରେ ୨୦୧୭କୁ ସ୍ୱାଗତ କରିବାକୁ ଭାରତୀୟମାନେ ଅନାଇ ବସିଛନ୍ତି। କେବଳ ଭାରତ ନୁହେଁ ସାରା ବିଶ୍ୱରେ ଏଥିପାଇଁ ପ୍ରସ୍ତୁତି ଜୋରଦାରରେ ଚାଲିଛି। ହେଲେ କିଛି ଦେଶ ଏମିତି ଅଛି ଯେଉଁଠି ନୂଆବର୍ଷ ପାଦ ଥାପି ସାରିଛି ଓ ଏହି ଦେଶର ଲୋକେ ବେଶ ଉତ୍ସହର ସହ ନୂଆବର୍ଷକୁ ସ୍ୱାଗତ କରିଛନ୍ତି। ପ୍ରଶାନ୍ତ ମହାସାଗର ମଧ୍ୟରେ ଥିବା ସାମୋଆ, କିରିବାଟି ଓ ନାଉରୁ ଭଳି ଛୋଟ ଦ୍ୱୀପ ରାଷ୍ଟ୍ରର ବାସିନ୍ଦା ନୂଆବର୍ଷକୁ ସ୍ୱାଗତ […]

new-zealand

Rakesh Mallick
  • Published: Saturday, 31 December 2016
  • , Updated: 04 May 2017, 03:44 PM IST

ଭୁବନେଶ୍ୱର: ଆଉ କେହି ଘଣ୍ଟା ପରେ ୨୦୧୭କୁ ସ୍ୱାଗତ କରିବାକୁ ଭାରତୀୟମାନେ ଅନାଇ ବସିଛନ୍ତି। କେବଳ ଭାରତ ନୁହେଁ ସାରା ବିଶ୍ୱରେ ଏଥିପାଇଁ ପ୍ରସ୍ତୁତି ଜୋରଦାରରେ ଚାଲିଛି। ହେଲେ କିଛି ଦେଶ ଏମିତି ଅଛି ଯେଉଁଠି ନୂଆବର୍ଷ ପାଦ ଥାପି ସାରିଛି ଓ ଏହି ଦେଶର ଲୋକେ ବେଶ ଉତ୍ସହର ସହ ନୂଆବର୍ଷକୁ ସ୍ୱାଗତ କରିଛନ୍ତି।

ପ୍ରଶାନ୍ତ ମହାସାଗର ମଧ୍ୟରେ ଥିବା ସାମୋଆ, କିରିବାଟି ଓ ନାଉରୁ ଭଳି ଛୋଟ ଦ୍ୱୀପ ରାଷ୍ଟ୍ରର ବାସିନ୍ଦା ନୂଆବର୍ଷକୁ ସ୍ୱାଗତ କରିସାରିଛନ୍ତି। ସେହିପରି ନ୍ୟୁଜିଲାଣ୍ଡବାସୀ ଧୂମଧାମରେ ନୂଆବର୍ଷକୁ ସ୍ୱାଗତ କରିଛନ୍ତି। ଏହି ଅବସରରେ ଅକ୍‌ଲାଣ୍ଡର ପ୍ରସିଦ୍ଧ ସ୍କାଏ ଟାୱାରରେ ରଙ୍ଗାରଙ୍ଗ ଆତସବାଜି ଆୟୋଜନ ହୋଇଥିଲା। ବହୁ ସଂଖ୍ୟାରେ ଲୋକେ ସେଠାରେ ଉପସ୍ଥିତ ରହି ଜିରୋ ନାଇଟ୍‌ ସେଲିବ୍ରେସନ୍‌ କରିଛନ୍ତି। ଏହାପରେ ଅଷ୍ଟ୍ରେଲିଆରେ ମଧ୍ୟ ନୂଆବର୍ଷ ପହଞ୍ଚି ସାରିଛି। ସିଡନୀର ପ୍ରସିଦ୍ଧ ଅପେରା ହାଉସ୍‌ରେ ଆକର୍ଷଣୀୟ ଆଲୋକସଜ୍ଜା ଓ ଆତସବାଜି ଦେଖିବାକୁ ମିଳିଥିଲା।

Related story