ଆଗାମୀ ଯୁଦ୍ଧ ସ୍ୱଦେଶୀ ଅସ୍ତ୍ରରେ ଜିତିବୁ: ଜେନେରାଲ ରାୱତ୍‌

ନୂଆଦିଲ୍ଲୀ: ଭାରତୀୟ ସେନାରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ରର ବ୍ୟାପକ ବ୍ୟବହାର ନେଇ ମଙ୍ଗଳବାର ସେନାଧ୍ୟକ୍ଷ ବିପିନ୍‌ ରାୱତ୍‌ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଗାମୀ ଦିନରେ ଯୁଦ୍ଧ ହେଲେ ଭାରତ ସ୍ୱଦେଶୀ ଅସ୍ତ୍ର ସହ ଲଢ଼ିବ ଏବଂ ଜିତିବ। ୪୧ତମ ଡିଆରଡିଓ ନିର୍ଦ୍ଦେଶକ ସମ୍ମିଳନୀକୁ ସମ୍ବୋଧନ କରି ସେ କହିଥିଲେ, ଯୁଦ୍ଧାସ୍ତ୍ର ଏବଂ ଅନ୍ୟ ଜ୍ଞାନକୌଶଳର ବିକାଶ ସମୟରେ ଭବିଷ୍ୟତକୁ ଦୃଷ୍ଟିରେ ରଖାଯିବା ଦରକାର। ସେ ଏହି ଅବସରରେ ସାଇବର ସ୍ପେସ୍‌, ମହାକାଶ, ଲେଜର, ଇଲେକ୍ଟ୍ରୋନିକ୍‌ […]

rawat

rawat

Subrat Kumar Nayak
  • Published: Tuesday, 15 October 2019
  • Updated: 15 October 2019, 04:05 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ସେନାରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ରର ବ୍ୟାପକ ବ୍ୟବହାର ନେଇ ମଙ୍ଗଳବାର ସେନାଧ୍ୟକ୍ଷ ବିପିନ୍‌ ରାୱତ୍‌ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଗାମୀ ଦିନରେ ଯୁଦ୍ଧ ହେଲେ ଭାରତ ସ୍ୱଦେଶୀ ଅସ୍ତ୍ର ସହ ଲଢ଼ିବ ଏବଂ ଜିତିବ।

୪୧ତମ ଡିଆରଡିଓ ନିର୍ଦ୍ଦେଶକ ସମ୍ମିଳନୀକୁ ସମ୍ବୋଧନ କରି ସେ କହିଥିଲେ, ଯୁଦ୍ଧାସ୍ତ୍ର ଏବଂ ଅନ୍ୟ ଜ୍ଞାନକୌଶଳର ବିକାଶ ସମୟରେ ଭବିଷ୍ୟତକୁ ଦୃଷ୍ଟିରେ ରଖାଯିବା ଦରକାର। ସେ ଏହି ଅବସରରେ ସାଇବର ସ୍ପେସ୍‌, ମହାକାଶ, ଲେଜର, ଇଲେକ୍ଟ୍ରୋନିକ୍‌ ୱାରଫେୟାର ଏବଂ ରୋବୋଟିକ୍ସ ବାବଦରେ ଗୁରୁତ୍ୱ ଦେବାକୁ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମଧ୍ୟ ଏଥିରେ ବଡ଼ ଭୂମିକା ନେବ। ଏବେ ଏ ବିଷୟରେ ନଭାବିଲେ ଡେରି ହୋଇଯିବ ବୋଲି ସେ କହିଥିଲେ।

ସେ ଏହି ଅବସରରେ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂସ୍ଥାନ (ଡିଆରଡିଓ)କୁ ମଧ୍ୟ ପ୍ରଶଂସା କରିଥିଲେ। ଗତ ଦଶନ୍ଧିରେ ଡିଆରଡିଓ ଉଲ୍ଲେଖନୀୟ ସଫଳତା ପାଇଥିବା ସେ କହିଥିଲେ। ଭାରତ ଏହି ସମୟରେ ଗବେଷଣା ଓ ବିକାଶରେ ବଡ଼ ଭୂମିକା ନେଇଛି ଏବଂ ସେନାର ବିଭିନ୍ନ ଶାଖା ଏଥିରୁ ଲାଭବାନ ହୋଇପାରିବ ବୋଲି ସେ କହିଥିଲେ।

ସେ ଆହୁରି ମଧ୍ୟ କହିଥିଲେ, “ଭାରତ ଅସ୍ତ୍ରଶସ୍ତ୍ର ଆମଦାନୀ କରିବାରେ ବୃହତ୍‌ ରାଷ୍ଟ୍ରମାନଙ୍କ ମଧ୍ୟରେ ଅନ୍ୟତମ। ସ୍ୱାଧୀନତାର ୭୦ ବର୍ଷ ପରେ ଏଇ କଥାଟି କହିବା ଗୌରବର ବିଷୟ ନୁହେଁ। କିନ୍ତୁ ଗତ କିଛି ବର୍ଷରେ ଏଥିରେ ପରିବର୍ତ୍ତନ ଆସିଛି। ଡିଆରଡିଓ ସ୍ୱଦେଶୀ ଜ୍ଞାନକୌଶଳରେ ଅଧିକ ଅସ୍ତ୍ର ବିକଶିତ କରିବା ପାଇଁ ପ୍ରୟାସ ଚଲାଇଛି।”

ଏହି ଅବସରରେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଡିଆରଡିଓ ଭବନଠାରେ ୨ ଦିନ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠତ ହେବ। ଏହି ୨ ଅତିଥିଙ୍କ ବ୍ୟତୀତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ବାୟୁସେନା ମୁଖ୍ୟ ଆରକେଏସ୍‌ ବାହାଦୁରିଆ, ନୌବାହିନୀ ମୁଖ୍ୟ କରମବୀର ସିଂହ ଏବଂ ଡିଆରଡିଓ ମୁଖ୍ୟ ଜି ସତୀଶ ରେଡ୍ଡି ମଧ୍ୟ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story