ଜମ୍ମୁ: ଏଣିକି ମା’ ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଗୋଟିଏ ଦିନରେ ୫୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କୁ ଅନୁମତି ଦିଆଯିବ ନାହିଁ। ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(NGT) ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏନ୍ଜିଟିଙ୍କ ଏହି ନିର୍ଦ୍ଦେଶ ଆଜିଠାରୁ ହିଁ ଲାଗୁ କରାଯିବ। ଯଦି ୫୦ ହଜାରରୁ ଅଧିକ ଲୋକ ଦର୍ଶନ ପାଇଁ ଯିବେ ସେମାନଙ୍କୁ ଅନ୍ଦୁ କୁମାରୀ କିମ୍ୱା କଟରାରେ ଅଟକାଇ ଦିଆଯିବ। ବୈଷ୍ଣୋଦେବୀଙ୍କ ପୀଠକୁ ଯିବା ପାଇଁ ୫୦ ହଜାର ଲୋକଙ୍କ କ୍ଷମତା ରହିଛି। ପୀଠରେ ଅଧିକ ଲୋକ ହେବା ଦ୍ୱାରା ବିପଦ ସୃଷ୍ଟି ହୋଇପାରେ। ଏଥିପାଇଁ କଟକଣା ଜାରି କରାଯାଇଥିବା ଏନ୍ଜିଟି କହିଛନ୍ତି। ତେବେ ଏହି କଟକଣା କେତେ ଦିନ ପର୍ଯ୍ୟନ୍ତ ଲଗାଯାଇଛି ତାହା ସ୍ପଷ୍ଟ ହୋଇ ନାହିଁ।
କେବଳ ସେତିକି ନୁହେଁ, ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବୈଷ୍ଣୋଦେବୀ ପୀଠ ନିକଟରେ କୌଣସି ନିର୍ମାଣ କାର୍ଯ୍ୟ ଉପରେ ମଧ୍ୟ କଟକଣା ଜାରି କରାଯାଇଛି।
ସୂଚନାଯୋଗ୍ୟ, ଅନେକ ଥର ବୈଷ୍ଣୋଦେବୀରେ ଭୂସ୍ଖଖଳନ ହୋଇଛି।