ନେହେରୁଙ୍କ ପରେ ସିଲିକନ୍ ଭ୍ୟାଲି ଯିବାରେ ମୋଦି ହେବେ ପ୍ରଥମ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ଆସନ୍ତା ସେପ୍ଟେମ୍ୱର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯିବେ। ଏହି ଗସ୍ତ ସମୟରେ ସେ କାର୍ଲିଫର୍ଣ୍ଣିଆ ସ୍ଥିତ ସିଲିକନ ଭ୍ୟାଲି ଗସ୍ତରେ ଯିବେ। ଆଉ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହୁରଙ୍କ ପରେ ସିଲିକନ  ଭ୍ୟାଲି ଯିବାରେ ମୋଦି ହେବେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ। ୧୯୪୯ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ  ସାନ୍ ଫ୍ରାନସିସକୋ ଯାଇଥିଲେ। ସେତେବେଳେ ସିଲିକନ୍ ଭ୍ୟାଲିର ଜନ୍ମ ହୋଇନଥିଲା। କାଲଫର୍ଣ୍ଣିଆରେ ଥିବା ସାନ ଫ୍ରାନସିସକୋ ବେ ଏରିଆର ଦକ୍ଷିଣ ଭାଗର […]

narendramodi

Rakesh Mallick
  • Published: Sunday, 19 July 2015
  • , Updated: 19 July 2015, 11:20 AM IST

ନୂଆଦିଲ୍ଲୀ:  ଆସନ୍ତା ସେପ୍ଟେମ୍ୱର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯିବେ। ଏହି ଗସ୍ତ ସମୟରେ ସେ କାର୍ଲିଫର୍ଣ୍ଣିଆ ସ୍ଥିତ ସିଲିକନ ଭ୍ୟାଲି ଗସ୍ତରେ ଯିବେ। ଆଉ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହୁରଙ୍କ ପରେ ସିଲିକନ  ଭ୍ୟାଲି ଯିବାରେ ମୋଦି ହେବେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ। ୧୯୪୯ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ  ସାନ୍ ଫ୍ରାନସିସକୋ ଯାଇଥିଲେ। ସେତେବେଳେ ସିଲିକନ୍ ଭ୍ୟାଲିର ଜନ୍ମ ହୋଇନଥିଲା। କାଲଫର୍ଣ୍ଣିଆରେ ଥିବା ସାନ ଫ୍ରାନସିସକୋ ବେ ଏରିଆର ଦକ୍ଷିଣ ଭାଗର ଡାକ ନାମ ହେଉଛି ସିଲିକନ୍ ଭ୍ୟାଲି। ଏଠାରେ ରହିଛି ଗୁଗଲ, ଏଚପି,  ଇନଟେଲ୍, ଫେସବୁକ ଆଦି ଅନେକ ହାଇଟେକ୍ କର୍ପୋରେସନର କାର୍ଯ୍ୟାଳୟ। ପୁଣି  ଆମେରିକା ଏହି ଅଞ୍ଚଳରେ ବସବାସ କରନ୍ତି ଅଧିକାଂଶ ଭାରତୀୟ। କାର୍ଲିଫର୍ଣ୍ଣିଆରେ ପ୍ରାୟ ୫ ଲକ୍ଷ ଭାରତୀୟ ବସବାସ କରନ୍ତି। ଖାସ ସେଥିପାଇଁ ମୋଦି ସେଠାକୁ ଗସ୍ତ କରିବାକୁ ସ୍ଥିର କରିଛନ୍ତି। ଲକ୍ଷ୍ୟ ହେଉଛି ବ୍ୟବସାୟିକ ବୁଝାମଣା।

Related story