ଦୀପାବଳିରେ ଆତଙ୍କବାଦୀ ହମଲା ଆଶଙ୍କା, ହାଇଆଲର୍ଟ ଜାରି କଲା ଏନଆଇଏ

ନୂଆଦିଲ୍ଲୀ: ଦୀପାବଳିରେ ଆତଙ୍କବାଦୀ ବଡ଼ ଧରଣର ଆକ୍ରମଣ କରିପାରନ୍ତି। ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ) ଆଜି ଏହି ସୂଚନା ଦେଇଛି। ଆତଙ୍କବାଦୀ ମାନେ ନେପାଳ ଏବଂ କଶ୍ମୀର ଦେଇ ରାଜଧାନୀ ଦିଲ୍ଲୀରେ ଦୀପାବଳି ପୂର୍ବରୁ ଏକାଠି ହୋଇଛନ୍ତି ବୋଲି ଜଣାପଡ଼ିଛି। ଏ ନେଇ ଏନଆଇଏ ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ଏନଆଆଇର ସୂଚନା ଅନୁଯାୟୀ, ଆତଙ୍କବାଦୀ ମାନେ ନେପାଳ ରାସ୍ତା ଦେଇ ଭାରତରେ ପ୍ରବେଶ କରିସାରିଛନ୍ତି। ପାଖାପାଖି ୫ […]

terrorist(1)

Subhransu Sekhar
  • Published: Monday, 21 October 2019
  • , Updated: 21 October 2019, 01:47 PM IST

ନୂଆଦିଲ୍ଲୀ: ଦୀପାବଳିରେ ଆତଙ୍କବାଦୀ ବଡ଼ ଧରଣର ଆକ୍ରମଣ କରିପାରନ୍ତି। ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ) ଆଜି ଏହି ସୂଚନା ଦେଇଛି। ଆତଙ୍କବାଦୀ ମାନେ ନେପାଳ ଏବଂ କଶ୍ମୀର ଦେଇ ରାଜଧାନୀ ଦିଲ୍ଲୀରେ ଦୀପାବଳି ପୂର୍ବରୁ ଏକାଠି ହୋଇଛନ୍ତି ବୋଲି ଜଣାପଡ଼ିଛି। ଏ ନେଇ ଏନଆଇଏ ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି।

ଏନଆଆଇର ସୂଚନା ଅନୁଯାୟୀ, ଆତଙ୍କବାଦୀ ମାନେ ନେପାଳ ରାସ୍ତା ଦେଇ ଭାରତରେ ପ୍ରବେଶ କରିସାରିଛନ୍ତି। ପାଖାପାଖି ୫ ଜଣ ଆତଙ୍କବାଦୀ ଦେଶ ମଧ୍ୟରେ ପ୍ରବେଶ କରିଛନ୍ତି। ଗୋରଖପୁର ଜଙ୍ଗଲ ଏବଂ ରେଲଓ୍ୱେ କ୍ରସିଂ ନିକଟରେ ଏହି ଆତଙ୍କବାଦୀଙ୍କୁ ଦେଖିବାକୁ ମିଳିଛି। ଏହି ସମସ୍ତ ଆତଙ୍କବାଦୀ ଅସ୍ତ୍ରଶସ୍ତ୍ର ସହ ଏକ ଧଳା ରଙ୍ଗର କାରରେ ଏକାଠି ଆସିଛନ୍ତି।

ଏନଆଇଏ କିଛି କଲ୍ ରେକର୍ଡିଂ କରିଛି ଯେଉଁଥିରେ ଆତଙ୍କବାଦୀ ମାନେ ଅକ୍ଚୋବର ୧୭଼ ପୂର୍ବରୁ ଦିଲ୍ଲୀରେ ଏକାଠି ହେବେ ବୋଲି ସୂଚନା ଦେଇଛନ୍ତି। ଦୀପାବଳି ଅବସରରେ ରାଜଧାନୀ ଦିଲ୍ଲୀରେ ବଡ଼ ଧରଣର ବିସ୍ପୋରଣ କରିବେ ବୋଲି ଆତଙ୍କବାଦୀ କହିଥିବା ଏନଆଇଏ ପ୍ରକାଶ କରିଛି।

Related story