ନିଖୋଜ ଇଣ୍ଡୋନେସିଆ ବିମାନର ଭଗ୍ନାବଶେଷ ଠାବ

ଇଣ୍ଡୋନେସିଆ: ଇଣ୍ତୋନେସିଆର ଦୁର୍ଘଟଣାଗ୍ରସ୍ତ ବିମାନର ଭଗ୍ନାବଶେଷ ଠାବ ହୋଇଥିବା ଉଦ୍ଧାରକାରୀ ଦଳ ସୂଚନା ଦେଇଛନ୍ତି। ଓକ୍ସିବିଲ ଠାରୁ ୭ ମାଇଲ ଦୂରରେ ଏହି ଭଗ୍ନାବଶେଷ ମିଳିଛି। ସେଠାରେ ଉଭୟ ଆକାଶ ମାର୍ଗରୁ ଏବଂ ସ୍ଥଳପଥରୁ ପହଞ୍ଚିବା ଲାଗି ଉଦ୍ୟମ କରାଯାଉଛି ନ୍ୟାସନାଲ ସର୍ଚ୍ଚ ଆଣ୍ଡ୍ ରେସକ୍ୟୁ ଏଜେନ୍ସି ମୁଖ୍ୟ କହିଛନ୍ତି। ରବିବାର ୫୪ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଇଣ୍ତୋନେସିଆର ଏକ ବିମାନ ନିଖୋଜ ହୋଇଯାଇଥିଲା। ଟ୍ରିଗାନା ଏୟାରର ଏହି ବିମାନଟି ପାପୁଆର ରାଜଧାନୀ ଜୟପୁରାରୁ ଓକ୍ସିବିଲ […]

triganaairservice

Rakesh Mallick
  • Published: Monday, 17 August 2015
  • , Updated: 04 May 2017, 03:45 PM IST

ଇଣ୍ଡୋନେସିଆ: ଇଣ୍ତୋନେସିଆର ଦୁର୍ଘଟଣାଗ୍ରସ୍ତ ବିମାନର ଭଗ୍ନାବଶେଷ ଠାବ ହୋଇଥିବା ଉଦ୍ଧାରକାରୀ ଦଳ ସୂଚନା ଦେଇଛନ୍ତି। ଓକ୍ସିବିଲ ଠାରୁ ୭ ମାଇଲ ଦୂରରେ ଏହି ଭଗ୍ନାବଶେଷ ମିଳିଛି। ସେଠାରେ ଉଭୟ ଆକାଶ ମାର୍ଗରୁ ଏବଂ ସ୍ଥଳପଥରୁ ପହଞ୍ଚିବା ଲାଗି ଉଦ୍ୟମ କରାଯାଉଛି ନ୍ୟାସନାଲ ସର୍ଚ୍ଚ ଆଣ୍ଡ୍ ରେସକ୍ୟୁ ଏଜେନ୍ସି ମୁଖ୍ୟ କହିଛନ୍ତି।

ରବିବାର ୫୪ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଇଣ୍ତୋନେସିଆର ଏକ ବିମାନ ନିଖୋଜ ହୋଇଯାଇଥିଲା। ଟ୍ରିଗାନା ଏୟାରର ଏହି ବିମାନଟି ପାପୁଆର ରାଜଧାନୀ ଜୟପୁରାରୁ ଓକ୍ସିବିଲ ଅଭିମୁଖେ ଯାଉଥିଲା। ତେବେ ଉଡ଼ାଣ କରିବାର ପ୍ରାୟ ଅଧଘଣ୍ଟା ପରେ ବିମାନ ସହ ଯୋଗଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ବିମାନଟି ନିଖୋଜ ହୋଇଥିବା ସମ୍ପର୍କରେ ଇଣ୍ତୋନେସୀୟ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା। ନିଖୋଜ ବିମାନଟିକୁ ସନ୍ଧାନ କରିବା ଲାଗି ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ତେବେ ପାଗ ଅତ୍ୟନ୍ତ ଖରାପ ଥିବା କାରଣରୁ ସର୍ଚ୍ଚ ଅପରେସନରେ ବାଧା ସୃଷ୍ଟି ହୋଇଥିବା ଇଣ୍ତୋନେସିଆ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।

Related story