ନିରବଙ୍କ ଜାମିନ୍‌ ଆବେଦନକୁ କୋର୍ଟଙ୍କ ନା

ଲଣ୍ଡନ: ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କ ଜାମିନ୍‌ ଆବେଦନକୁ ଲଣ୍ଡନ୍‌ର ଏକ କୋର୍ଟ ଆଜି ଅଗ୍ରାହ୍ୟ କରି ଦେଇଛନ୍ତି। ଲଣ୍ଡନ୍‌ର ୱେଷ୍ଟମିନ୍‌ଷ୍ଟର ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ଆଜି ତାଙ୍କ ଜାମିନ୍‌ ଆବେଦନର ଶୁଣାଣି ହେଉଥିଲା। ସେ ଏହା ପୂର୍ବରୁ ମଧ୍ୟ ଜାମିନ୍‌ ଆବେଦନ କରି ଥରେ ନିରାଶ ହୋଇସାରିଛନ୍ତି ଏବଂ ଏବେ ଏହାର ପୁନରାବୃତ୍ତି ହେବା ନିରବଙ୍କ ମୁଣ୍ଡ ବିନ୍ଧା ବଢ଼ାଇଦେଇଛି। ଆଜି ଶୁଣାଣି ସମୟରେ ନିରବ ସମସ୍ତ ସୀମା ସରହଦ ପାର କରିଥିବା ଅଭିଯୋଗ ହୋଇଛି। […]

nirav

nirav

Subrat Kumar Nayak
  • Published: Friday, 29 March 2019
  • Updated: 29 March 2019, 08:51 PM IST

ଲଣ୍ଡନ: ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କ ଜାମିନ୍‌ ଆବେଦନକୁ ଲଣ୍ଡନ୍‌ର ଏକ କୋର୍ଟ ଆଜି ଅଗ୍ରାହ୍ୟ କରି ଦେଇଛନ୍ତି। ଲଣ୍ଡନ୍‌ର ୱେଷ୍ଟମିନ୍‌ଷ୍ଟର ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ଆଜି ତାଙ୍କ ଜାମିନ୍‌ ଆବେଦନର ଶୁଣାଣି ହେଉଥିଲା। ସେ ଏହା ପୂର୍ବରୁ ମଧ୍ୟ ଜାମିନ୍‌ ଆବେଦନ କରି ଥରେ ନିରାଶ ହୋଇସାରିଛନ୍ତି ଏବଂ ଏବେ ଏହାର ପୁନରାବୃତ୍ତି ହେବା ନିରବଙ୍କ ମୁଣ୍ଡ ବିନ୍ଧା ବଢ଼ାଇଦେଇଛି।

ଆଜି ଶୁଣାଣି ସମୟରେ ନିରବ ସମସ୍ତ ସୀମା ସରହଦ ପାର କରିଥିବା ଅଭିଯୋଗ ହୋଇଛି। ମାମଲାରୁ ବଞ୍ଚିବା ପାଇଁ ଏବଂ ଗିରଫଦାରୀ ଏଡ଼ାଇବା ପାଇଁ ସେ ଜଣ ସାକ୍ଷୀଙ୍କୁ ହତ୍ୟା ଧମକ ଦେବା ସହିତ ଜଣଙ୍କୁ ୨୦ ଲକ୍ଷ ଟଙ୍କାର ଲାଞ୍ଚ ମଧ୍ୟ ଯାଚିଥିବା ବ୍ରିଟେନ୍‌ ସରକାରୀ ଓକିଲ ସୂଚନା ଦେଇଛନ୍ତି।

ଭାରତ ପକ୍ଷରୁ ଏହି ମାମଲା ଲଢ଼ୁଥିବା କ୍ରାଉନ୍‌ ପ୍ରୋସିକ୍ୟୁସନ୍‌ ସର୍ଭିସ୍‌ ପକ୍ଷରୁ କୋର୍ଟରେ ଯୁକ୍ତି ରଖାଯାଇଥିଲା ଯେ ନିରବଙ୍କୁ ଜାମିନ୍‌ ଦେଲେ ସେ ଫେରାର ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଏତଦ୍‌ବ୍ୟତୀତ ସେ ସାକ୍ଷ୍ୟ ଏବଂ ପ୍ରମାଣରେ ହସ୍ତକ୍ଷେପ କରି ମାମଲାର ଦିଗ ବଦଳାଇ ଦେଇପାରନ୍ତି ବୋଲି ମଧ୍ୟ ଅଭିଯୋଗ ଆସିଛି।

ପୂର୍ବରୁ ଅନ୍ୟ ଜଣେ ପଳାତକ ବିଜୟ ମାଲ୍ୟାଙ୍କ ପାଇଁ ଲଢ଼ୁଥିବା ଜଣେ ଓକିଲ ନିରବଙ୍କ ପାଇଁ ମଧ୍ୟ ଏହି ମାମଲା ଲଢ଼ୁଛନ୍ତି। ସେ ନିରବଙ୍କ ପାଇଁ ଯୁକ୍ତି ରଖି କହିଥିଲେ, ତାଙ୍କୁ ନେଇ କିଛି ବିପଦ ନାହିଁ। କାରଣ ସେ ଲଣ୍ଡନରେ ନିଜ ନାମରେ ହିଁ ଫ୍ଲାଟ୍‌ରେ ରହୁଛନ୍ତି ଏବଂ ଗିରଫ ହେବା ବେଳକୁ ନିଜ ନାମରେ ହିଁ ବ୍ୟାଙ୍କ ଆକାଉଣ୍ଟ ଖୋଲିବାର ପ୍ରୟାସ କରୁଥିଲେ।

ଗତ ଡିସେମ୍ବରରେ ମାଲ୍ୟାଙ୍କ ପ୍ରତ୍ୟର୍ପଣ ଆଦେଶ ଦେଇଥିବା ମୁଖ୍ୟ ମାଜିଷ୍ଟ୍ରେଟ୍‌ ଏମ୍ମା ଆର୍ବଥ୍‌ନଟ୍‌ ଏହି ମାମଲାକୁ ମଧ୍ୟ ପରିଚାଳନା କରୁଛନ୍ତି। ଆଜି ଶୁଣାଣି ଆରମ୍ଭ ହେବା ଆଗରୁ କୋର୍ଟରେ ଭାରତ ପକ୍ଷରୁ ଏକ ନୂଆ ଫାଇଲ ଦିଆଯାଇଥିଲା। ଏଥିରେ ନିରବଙ୍କ ବିରୋଧରେ ଅଧିକ ପ୍ରମାଣ ଦିଆଯାଇଥିବା କୁହାଯାଉଛି।

ନିରବ ମୋଦି ଏବଂ ତାଙ୍କ ମାମୁ ମେହୁଲ ଚୋକ୍‌ସି ମୁମ୍ବାଇର ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ୧୩ ହଜାର କୋଟି ଟଙ୍କାର ଋଣ ନେଇ ଗତବର୍ଷ ଜାନୁଆରୀରେ ଫେରାର ହୋଇଯାଇଥିଲେ। ଏହାପରେ ସିବିଆଇ ଓ ଇଡି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ନିରବ ବ୍ରିଟେନ୍‌ରେ ଆତ୍ମଗୋପନ କରିଥିବା ଜଣାପଡ଼ିବା ପରେ ଭାରତ ସରକାର ତାଙ୍କର ପ୍ରତ୍ୟର୍ପଣ ପାଇଁ ନିବେଦନ କରିଥିଲେ।

ଭାରତ ସରକାରଙ୍କ ଅନୁରୋଧ ରକ୍ଷା କରି ବ୍ରିଟେନ୍‌ କୋର୍ଟ କିଛିଦିନ ତଳେ ନିରବ ମୋଦିଙ୍କ ନାଁରେ ଗିରଫ ପରୱାନା ଜାରି କରିଥିଲେ। ପରେ ଲଣ୍ଡନ ପୁଲିସ୍‌ ତାଙ୍କୁ ଭାରତର ନିବେଦନ କ୍ରମେ ଗିରଫ କରିଛି। ଏହା ପୂର୍ବରୁ ମାସେ ତଳେ ସେ ଏକ ଦାମୀ ଅଷ୍ଟ୍ରିଚ୍‌ ହାଇଡ୍‌ ଜ୍ୟାକେଟ୍‌ ପିନ୍ଧି ଲଣ୍ଡନ୍‌ରେ ବୁଲୁଥିବା କିଛି ରିପୋର୍ଟର ଦେଖିବାକୁ ପାଇଥିଲେ। ସେମାନେ ପ୍ରତିକ୍ରିୟା ନେବାକୁ ପ୍ରୟାସ କରିବାର ସେ ‘ ସରୀ, ନୋ କମେଣ୍ଟ’ କହି ଖସିଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story