ନିର୍ବାଚନ କମିଶନରଙ୍କ ଚୟନ ‘କୋଲେଜିଅମ୍’ ବ୍ୟବସ୍ଥାରେ କରାଯିବା ସପକ୍ଷରେ ମୁଖ୍ୟ ନିର୍ବାଚନ କମିଶନର

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର୍ (ସିଇସି)ଙ୍କ ସମେତ ଅନ୍ୟ ଦୁଇ ନିର୍ବାଚନ କମିଶନରଙ୍କୁ ଚୟନ କରିବାକୁ ଏକ କୋଲେଜିଅମ୍ ବ୍ୟବସ୍ଥା କରାଯିବା ସପକ୍ଷରେ ଅଛନ୍ତି ଖୋଦ୍ ମୁଖ୍ୟ ନିର୍ବାଚନ କମିଶନର ନସୀମ ଜୈଦି। ତେବେ ନିଯୁକ୍ତି ବ୍ୟବସ୍ଥା ଯେତିକି କଡ଼ାକଡ଼ି ହେବା ଦରକାର ବରଖାସ୍ତ ବ୍ୟବସ୍ଥାଟି ମଧ୍ୟ ସେତିକି କଡ଼ାକଡ଼ି ହେବା ଉଚିତ୍ ବୋଲି ସେ କହିଛନ୍ତି। ଏଥିରେ ସମ୍ବିଧାନର ବିଧି ଅନୁଯାୟୀ ଉଭୟ ସିଇସି ଓ ଅନ୍ୟ ଦୁଇ କମିଶନରଙ୍କ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ […]

NasimZaidi

Rakesh Mallick
  • Published: Sunday, 31 May 2015
  • , Updated: 31 May 2015, 12:06 PM IST

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର୍ (ସିଇସି)ଙ୍କ ସମେତ ଅନ୍ୟ ଦୁଇ ନିର୍ବାଚନ କମିଶନରଙ୍କୁ ଚୟନ କରିବାକୁ ଏକ କୋଲେଜିଅମ୍ ବ୍ୟବସ୍ଥା କରାଯିବା ସପକ୍ଷରେ ଅଛନ୍ତି ଖୋଦ୍ ମୁଖ୍ୟ ନିର୍ବାଚନ କମିଶନର ନସୀମ ଜୈଦି। ତେବେ ନିଯୁକ୍ତି ବ୍ୟବସ୍ଥା ଯେତିକି କଡ଼ାକଡ଼ି ହେବା ଦରକାର ବରଖାସ୍ତ ବ୍ୟବସ୍ଥାଟି ମଧ୍ୟ ସେତିକି କଡ଼ାକଡ଼ି ହେବା ଉଚିତ୍ ବୋଲି ସେ କହିଛନ୍ତି। ଏଥିରେ ସମ୍ବିଧାନର ବିଧି ଅନୁଯାୟୀ ଉଭୟ ସିଇସି ଓ ଅନ୍ୟ ଦୁଇ କମିଶନରଙ୍କ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବା ଉଚିତ୍ ବୋଲି କହିଛନ୍ତି ସିଇସି ଜୈଦି।

ସିଇସି ଓ ଅନ୍ୟ ଦୁଇ କମିଶନରଙ୍କୁ ବାଛିବାକୁ ଏକ କୋଲେଜିଅମ୍ ବ୍ୟବସ୍ଥା ସପକ୍ଷରେ ଥିବା ଜୈଦି କିନ୍ତୁ ବର୍ତ୍ତମାନର ଚୟନ ପ୍ରକ୍ରିୟାରେ ସନ୍ତୁଷ୍ଟ ଅଛନ୍ତି।

ଜୈଦି କହିଛନ୍ତି ଯେ ଦେଶର ମୁଖ୍ୟ ନିର୍ବଚନ କମିଶନର ଓ ଅନ୍ୟ ଦୁଇ କମିଶନରଙ୍କୁ ବାଛିବା ପାଇଁ ପ୍ରଚଳିତ ବ୍ୟବସ୍ଥାରେ ସେ ସନ୍ତୁଷ୍ଟ ଅଛନ୍ତି। ତିନି ଜଣିଆ ନିର୍ବାଚନ କମିଶନର କାର୍ଯ୍ୟଶୈଳୀ ମଧ୍ୟ ବେଶ ଭଲ ରହିଛି।

ଏକ ତିନି ଜଣିଆ କୋଲେଜିଅମର ପରାମର୍ଶକ୍ରମେ  ରାଷ୍ଟ୍ରପତି ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ଦୁଇ ନିର୍ବାଚନ କମିଶନରଙ୍କୁ ନିଯୁକ୍ତି କରିବା ନେଇ ଆଇନ କମିଶନ କରିଥିବା ସୁପାରିଶ ଆଧାରରେ ଏହି ମତ ରଖିଛନ୍ତି ସିଇସି ଜୈଦି।

ଆଇନ କମିଶନ କରିଥିବା ସୁପାରିଶ ଅନୁଯାୟୀ ସିଇସି ଓ ଅନ୍ୟ ଦୁଇ ନିର୍ବାଚନ କମିଶନରଙ୍କୁ ଚୟନ କରିବା ପାଇଁ ଏକ ତିନି ଜଣିଆ କୋଲେଜିଅମ୍ ଗଠନ କରାଯାଉ। ଏହି ତିନି ଜଣିଆ କମିଟିରେ ପ୍ରଧାନମନ୍ତ୍ରୀ, ଲୋକସଭାରେ ବିରୋଧୀ ଦଳ ନେତା (ଅବା ଲୋକସଭାରେ ସବୁଠୁ ବଡ଼ ବିରୋଧୀ ଦଳର ନେତା) ଏବଂ ଦେଶର ମୁଖ୍ୟ ବିଚାରପତି ରହିବେ।

Related story