ରାଫେଲ୍‌ ଡିଲ୍‌ କଂଗ୍ରେସର ନୁହେଁ ବାଜପାୟୀ ସରକାରଙ୍କ ପ୍ରସ୍ତାବ ଥିଲା: ପ୍ରତିରକ୍ଷା ମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଫେଲ ଡିଲ୍ ବିବାଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। କଂଗ୍ରେସ ପକ୍ଷରୁ ଲଗାଯାଇଥିବା ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ନିର୍ମଳା। ବାୟୁ ସେନା ପାଇଁ ରାଫେଲ କିଣା ଯିବା ନେଇ ପ୍ରଧାନମନ୍ତ୍ରୀ ଅଟଲବିହାରୀ ବାଜପାୟୀଙ୍କ ସମୟରେ ପ୍ରସ୍ତାବ ଥିଲା। ତେବେ ୨୦୦୪ରୁ ୨୦୧୪ ମଧ୍ୟରେ ୟୁପିଏ ସରକାର ଏନେଇ କୌଣସି ନିଷ୍ପତ୍ତି ନେଇନଥିଲେ। 2014ରେ ବିଜେପି କ୍ଷମତାକୁ ଫେରିବା ପରେ ରାଫେଲ ଜେଟ୍ କିଣିବା ନେଇ ପ୍ରାନ୍ସ କମ୍ପାନୀ […]

NBT-image

Rakesh Mallick
  • Published: Friday, 17 November 2017
  • , Updated: 17 November 2017, 09:47 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଫେଲ ଡିଲ୍ ବିବାଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। କଂଗ୍ରେସ ପକ୍ଷରୁ ଲଗାଯାଇଥିବା ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ନିର୍ମଳା। ବାୟୁ ସେନା ପାଇଁ ରାଫେଲ କିଣା ଯିବା ନେଇ ପ୍ରଧାନମନ୍ତ୍ରୀ ଅଟଲବିହାରୀ ବାଜପାୟୀଙ୍କ ସମୟରେ ପ୍ରସ୍ତାବ ଥିଲା। ତେବେ ୨୦୦୪ରୁ ୨୦୧୪ ମଧ୍ୟରେ ୟୁପିଏ ସରକାର ଏନେଇ କୌଣସି ନିଷ୍ପତ୍ତି ନେଇନଥିଲେ। 2014ରେ ବିଜେପି କ୍ଷମତାକୁ ଫେରିବା ପରେ ରାଫେଲ ଜେଟ୍ କିଣିବା ନେଇ ପ୍ରାନ୍ସ କମ୍ପାନୀ ସହ ଆଲୋଚନା କରାଯାଇଥିଲା। ଫାଇଟର ପ୍ଲେନ୍ ରାଫେଲ କିଣାକୁ ନେଇ ବିଜେପି ଉପରେ ଦୂର୍ନୀତିର ଅଭିଯୋଗ ଲଗାଇଥିଲେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି। ପୂର୍ବରୁ ୟୁପିଏ ଅମଳରେ ୧୨୬ଟି ରାଫେଲ ଜେଟକୁ ୫୮ ହଜାର କୋଟି ଟଙ୍କାରେ କିଣିବା ଲାଗି ନିଷ୍ପତ୍ତି ହୋଇଥିଲା ବୋଲି ସେ ଦାବି କରିଥିଲେ। ତେବେ ବର୍ତ୍ତମାନ ଏନ୍‌ଡିଏ ସରକାର ମାତ୍ର ୩୬ଟି ଜେଟକୁ ୫୮ ହଜାର କୋଟି ଟଙ୍କାରେ କିଣୁଛନ୍ତି ବୋଲି ସେ କହିଛନ୍ତି। ଏହାର ଜବାବ ଦେଇ ଗତକାଲି ଏୟାର ଚିଫ୍ ମାର୍ଶଲ ବିଏସ୍ ଧନୁୱା ଘଟଣାକୁ ନେଇ ସରକାରଙ୍କ ସମର୍ଥନ ଜଣାଇଥିଲେ। ରାଫେଲ ଡିଲ୍ ଉଚିତ ଦାମରେ ଧାର୍ଯ୍ୟ ହୋଇଥିବା କହିଥିଲେ ଧନୁୱା।

Related story