ସପା-ବିଏସ୍‌ପି ମେଣ୍ଟକୁ ଜଳକା କଲା ନିଶାଦ ପାର୍ଟି

ଲକ୍ଷ୍ନୌ: ନିର୍ବାଚନ ପୂର୍ବରୁ ରାଜନୀତିକ ଦଳଗୁଡ଼ିକ ମଧ୍ୟରେ ଘଡ଼ିକେ ଘୋଡ଼ା ଛୁଟିବାରେ ଲାଗିଛି। ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି(ସପା)ଓ ବହୁଜନ ସମାଜ ପାର୍ଟି(ବିଏସ୍‌ପି)ରେ ଗୋଟିଏ ଦିନ ପୂର୍ବରୁ ସାମିଲ ହୋଇଥିବା ନିଶାଦ ପାର୍ଟି ଏବେ ୟୁ-ଟର୍ଣ୍ଣ ନେଇଛି। ନିଶାଦ ପାର୍ଟି କୌଣସି ପ୍ରକାରରେ ସପା-ବିଏସ୍‌ପି ମେଣ୍ଟରେ ରହିବ ନାହିଁ ଏବଂ ଖୁବ୍‌ଶୀଘ୍ର ବିଜେପିରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଗୁରୁବାର ନିଶାଦ ପାର୍ଟି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସପା-ବଏସ୍‌ପି ମହାମେଣ୍ଟରେ ସାମିଲ ହେବା ନେଇ […]

u

Hemant Lenka
  • Published: Saturday, 30 March 2019
  • , Updated: 30 March 2019, 10:20 AM IST

ଲକ୍ଷ୍ନୌ: ନିର୍ବାଚନ ପୂର୍ବରୁ ରାଜନୀତିକ ଦଳଗୁଡ଼ିକ ମଧ୍ୟରେ ଘଡ଼ିକେ ଘୋଡ଼ା ଛୁଟିବାରେ ଲାଗିଛି। ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି(ସପା)ଓ ବହୁଜନ ସମାଜ ପାର୍ଟି(ବିଏସ୍‌ପି)ରେ ଗୋଟିଏ ଦିନ ପୂର୍ବରୁ ସାମିଲ ହୋଇଥିବା ନିଶାଦ ପାର୍ଟି ଏବେ ୟୁ-ଟର୍ଣ୍ଣ ନେଇଛି। ନିଶାଦ ପାର୍ଟି କୌଣସି ପ୍ରକାରରେ ସପା-ବିଏସ୍‌ପି ମେଣ୍ଟରେ ରହିବ ନାହିଁ ଏବଂ ଖୁବ୍‌ଶୀଘ୍ର ବିଜେପିରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ଗୁରୁବାର ନିଶାଦ ପାର୍ଟି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସପା-ବଏସ୍‌ପି ମହାମେଣ୍ଟରେ ସାମିଲ ହେବା ନେଇ ଘୋଷଣା କରିଥିଲା। ତେବେ ମେଣ୍ଟରେ ଯୋଗଦେବା ପରେ ଆସନ ଭାଗବଣ୍ଟାକୁ ନେଇ ତିକ୍ତତା ସୃଷ୍ଟି ହୋଇଥିଲା।

ନିଶାଦ ପାର୍ଟି ମୁଖ୍ୟ ମହାରାଜଗଞ୍ଜ ଆସନରୁ ଦଳୀୟ ଚିହ୍ନରେ ଲଢ଼ିବାକୁ ମହାମେଣ୍ଟ ଆଗରେ ପ୍ରସ୍ତାବ ରଖିଥିଲେ। ହେଲେ ଏହି ଅଙ୍କ ଛିଡ଼ି ନଥିଲା। ଏଥିରେ ଅସନ୍ତୁଷ୍ଟ ହୋଇ ନିଶାଦ ପାର୍ଟି ମହାମେଣ୍ଟକୁ ବାଏବାଏ କହିଛି।

ମହାମେଣ୍ଟରୁ ଓହରିବା ପରେ ନିଶାଦ ପାର୍ଟିର ସଭାପତି ସଞ୍ଜୟ ନିଶାଦ ଓ ତାଙ୍କ ପୁଅ ପ୍ରବୀଣ ନିଶାଦ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଛନ୍ତି। ପ୍ରବୀଣ ସମାଜବାଦୀ ଟିକେଟ୍‌ରେ ଗୋରଖପୁର ଲୋକସଭା ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ନିଶାଦ ପାର୍ଟିର ନେତାମାନେ ଯୋଗୀଙ୍କୁ ଦେଖା କରିବାରୁ ଦଳ ବିଜେପି ସହ ମିଶିବ ବୋଲି ଆକଳନ କରାଯାଉଛି।

ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ହେବା ପରେ ଗୋରଖପୁର ଲୋକସଭା ଆସନରେ ଉପନିର୍ବାଚନ ହୋଇଥିଲା। ଏଠାରେ ସମାଜବାଦୀ ପାର୍ଟି ନିଶାଦ ପାର୍ଟି ସହ ମିଶି ବିଜେପିକୁ ହରାଇବାରେ ସକ୍ଷମ ହୋଇଥିଲା। ତେବେ ଏବେ ନିଶାଦ ପାର୍ଟିର ଏଭଳି ଆଭିମୁଖ୍ୟ ଉତ୍ତର ପ୍ରଦେଶ ରାଜନୀତିକୁ ସରଗରମ କରିଛି।

Related story