ନୀତି ଆୟୋଗ ବୈଠକରେ ଜମି ଅଧିଗ୍ରହଣ ବିଲ୍ ପ୍ରସଙ୍ଗ ଉଠାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ‘ଜମି ଅଧିଗ୍ରହଣ ବିଲକୁ ପାରିତ କରିବାରେ ସରକାରଙ୍କୁ ସହଯୋଗ କରନ୍ତୁ। ଏହାକୁ ବିରୋଧ କରନ୍ତୁ ନାହିଁ। ବିରୋଧ କଲେ ସଂସଦରେ ଏହା ପାରିତ ହେବାରେ ଅସୁବିଧା ହେବ। ଆଉ ଏହା ପାରିତ ହୋଇନପାରିଲେ ଚାଷୀଙ୍କ ସ୍ୱାର୍ଥରେ ଆଞ୍ଚ୍ ଆସିବ।’ ଆଜି ବିରୋଧୀ ଦଳଗୁଡ଼ିକଙ୍କ ଉଦ୍ଦେଶ୍ୟରେ ଏହି ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅବସର ଥିଲା ନୂଆଦିଲ୍ଲୀରେ ଅନୁଷ୍ଠିତ ନୀତି ଅୟୋଗର ଦ୍ୱିତୀୟ ଗଭର୍ଣ୍ଣି କାଉନସିଲ୍ ବୈଠକ। ଏଥିରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସଦସ୍ୟ ଥିଲେ […]

nitiayoga

nitiayoga

Rakesh Mallick
  • Published: Wednesday, 15 July 2015
  • Updated: 15 July 2015, 02:23 PM IST

Sports

Latest News

ନୂଆଦିଲ୍ଲୀ: ‘ଜମି ଅଧିଗ୍ରହଣ ବିଲକୁ ପାରିତ କରିବାରେ ସରକାରଙ୍କୁ ସହଯୋଗ କରନ୍ତୁ। ଏହାକୁ ବିରୋଧ କରନ୍ତୁ ନାହିଁ। ବିରୋଧ କଲେ ସଂସଦରେ ଏହା ପାରିତ ହେବାରେ ଅସୁବିଧା ହେବ। ଆଉ ଏହା ପାରିତ ହୋଇନପାରିଲେ ଚାଷୀଙ୍କ ସ୍ୱାର୍ଥରେ ଆଞ୍ଚ୍ ଆସିବ।’ ଆଜି ବିରୋଧୀ ଦଳଗୁଡ଼ିକଙ୍କ ଉଦ୍ଦେଶ୍ୟରେ ଏହି ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅବସର ଥିଲା ନୂଆଦିଲ୍ଲୀରେ ଅନୁଷ୍ଠିତ ନୀତି ଅୟୋଗର ଦ୍ୱିତୀୟ ଗଭର୍ଣ୍ଣି କାଉନସିଲ୍ ବୈଠକ। ଏଥିରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସଦସ୍ୟ ଥିଲେ ସୁଦ୍ଧା ମାତ୍ର ୧୬ ଜଣ ଉପସ୍ଥିତ ଥିଲେ। ଖାସ୍ ସେହିମାନଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଏହି ଅପିଲ୍ କରିଥିଲେ।

ମୋଦି କହିଥିଲେ, ଜମି ଅଧିଗ୍ରହଣ (ଆଇନ୍) ଗ୍ରାମୀଣ ବିକାଶ ଉପରେ ଗଭୀର ପ୍ରଭାବ ପକାଇଥାଏ। ଏମିତିକି ବିଦ୍ୟାଳୟ, ଡାକ୍ତରଖାନା, ରାସ୍ତା ଓ ଜଳସେଚନ ପ୍ରକଳ୍ପରେ ମଧ୍ୟ ଏହା ପ୍ରଭାବ ପକାଇଥାଏ। ତେଣୁ ବିରୋଧୀ ଦଳଗୁଡ଼ିକ ଏହି ବିଲକୁ ପାସ୍ କରିବାକୁ ଆଗେଇ ଆସିବା ଉଚିତ୍। ସେ ଆହୁରି ମଧ୍ୟ କହିଥିଲେ ଯେ ସଂସଦର ଆସନ୍ତା ମୌସୁମୀ ଅଧିବେଶନ ଜମି ଅଧିଗ୍ରହଣ ବିଲ୍ ଉପସ୍ଥାପନ କରାଯିବ। ଏହା ପୂର୍ବରୁ ଆଉ ଥରେ ରାଜ୍ୟ ସରକାରଗୁଡ଼ିକର ମତାମତ ନିଆଯିବ।

ସେହିପରି ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ମଧ୍ୟରେ କୌଣସି ମତାନ୍ତର ନାହିଁ। ଉଭୟ ଏକାଠି କାର୍ଯ୍ୟ କରୁଛନ୍ତି ଓ ଆଗକୁ ବି କାର୍ଯ୍ୟ କରିବେ।

ବୈଠକରେ ଉପସ୍ଥିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଜମି ଅଧିଗ୍ରହଣ ବିଲକୁ ବିରୋଧ କରିଥିଲେ। ବୈଠକ ପରେ ସେ ସୂଚନା ଦେଇ କହିଥିଲେ ଯେ ନୀତି ଅୟୋଗ ବୈଠକରେ ଯୋଗ ଦେଇଥିଲେ ଓ ଜମି ଅଧିଗ୍ରହଣ ବିଲକୁ ବିରୋଧ କରିଥିଲେ। ଏହା ସହିତ ଦିଲ୍ଲୀ ସରକାରଙ୍କ କାର୍ଯ୍ୟରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ।

ଅନ୍ୟପକ୍ଷରେ ଆଜିର ବୈଠକରେ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକର ୯ ଜଣ ମୁଖ୍ୟମନ୍ତ୍ରୀ ଉପସ୍ଥିତ ନଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତା, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ପ୍ରମୁଖ ଉପସ୍ଥିତ ନଥିଲେ।

ତେବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଜମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ମୁଫତି ମହମ୍ମଦ ସୟିଦ ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହିତ ଏନଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story