ନୂଆଦିଲ୍ଲୀ: ନିଜେ ସଡ଼କ ପରିବନ ମନ୍ତ୍ରୀ ନୀତୀନ ଗଡକରୀ ଟ୍ରାଫିକ୍ ଆଇନ ଉଲ୍ଲଂଘନ କରି ଜୋରିମାନା ଦେଇଥିଲେ। ନିଜେ ଗଡକରୀ ଆଜି ଏହି ସୂଚନା ଦେଇଛନ୍ତି। ମୁମ୍ୱାଇର ବାନ୍ଦ୍ରାରେ ତାଙ୍କ କାର୍ ଅତ୍ୟଧିକ ସ୍ପୀଡରେ ଯାଇଥିଲା ଯାହାକି ଟ୍ରାଫିକ୍ ଆଇନର ଉଲ୍ଲଂଘନ କରିଥିଲା। ଏହାପରେ ତାଙ୍କ ଘରକୁ ଜୋରିମାନା ଦେବାକୁ ନୋଟିସ୍ ଆସିଥିଲା ବୋଲି ସେ କହିଛନ୍ତି। ସେଥିପାଇଁ ସେ ତଣ୍ଡ ଗଣିଛନ୍ତି ବୋଲି ସେ କହିଛନ୍ତି। ହେଲେ ସ୍ପଷ୍ଟ କରି ନାହାନ୍ତି କେତେ ଟଙ୍କା ତଣ୍ଡ ଗଣିଛନ୍ତି।
ଟ୍ରାଫିକ୍ ଆଇନ ଅନୁଯାୟୀ ନିୟମରୁ ଅତ୍ୟଧିକ ବେଗରେ ଗାଡ଼ି ଚଳାଇଲେ ଧାରା ୧୮୩ ଅନୁଯାୟୀ ୧୦୦୦ ଟଙ୍କା ସର୍ବନିମ୍ନ ଜୋରିମାନା ରହିଥିବା ବେଳେ ସର୍ବାଧିକ ୨୦୦୦ ଟଙ୍କା ଜୋରିମାନା ଦେବାକୁ ନିୟମ ରହିଛି।
ସୂଚନାଯୋଗ୍ୟ, ଚଳିତ ମାସ ପହିଲାରୁ ନୂଆ ମୋଟର ଭେଇକିଲ ଆକ୍ଟ ସାଙ୍ଗକୁ ଟ୍ରାଫିକ୍ ଆଇନ୍ କଡ଼ାକଡ଼ି କରାଯାଇଛି। ଜୋରିମାନା ପରିମାଣ ଅଧିକ ହୋଇଥିବାରୁ ଏ ନେଇ ଲୋକଙ୍କ ମଧ୍ୟରେ ଅସନ୍ତେଷ ବଢ଼ୁଛି। ହେଲେ ଏପରି ନିୟମ ହେବା ଦରକାର ବୋଲି ପରିବହନ ମନ୍ତ୍ରୀ ଗଡକରୀ କହିଛନ୍ତି।