ଗଡ଼କରୀ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ସାରା ଦେଶରେ କରୋନା ସଂକ୍ରମଣ ମାମଲା ବଢ଼ି ଚାଲିଛି। ଏହାରି ଭିତରେ କେନ୍ଦ୍ର ମନ୍ତ୍ରୀ ନିତୀନ ଗଡକରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଗଡକରୀ ଟ୍ୱିଟ୍ କରି ନିଜେ ଏ ବିଷୟରେ ସୂଚନା ଦେଇଛନ୍ତି। ଏବେ ସେ ନିଜକୁ ଆଇସୋଲେଶନ କରି ରଖିଛନ୍ତି। ନିତୀନ ଗଡକରୀ ଟ୍ୱିଟ୍ କରି ଲେଖିଛନ୍ତି, ଗତକାଲି ମୁଁ ଅସୁସ୍ଥ ଅନୁଭବ କରୁଥିଲି। ଏହାପରେ ଡାକ୍ତରଙ୍କ ପରାମର୍ଶ କରିଥିଲି। କୋଭିଡ-୧୯ ଟେଷ୍ଟ କରିବା ପରେ ରିପୋର୍ଟ ପଜିଟିଭ୍ ଆସିଛି। ଏହାପରେ ମୁଁ ନିଜକୁ […]

gadkari

Subhransu Sekhar
  • Published: Wednesday, 16 September 2020
  • , Updated: 16 September 2020, 11:17 PM IST

ନୂଆଦିଲ୍ଲୀ: ସାରା ଦେଶରେ କରୋନା ସଂକ୍ରମଣ ମାମଲା ବଢ଼ି ଚାଲିଛି। ଏହାରି ଭିତରେ କେନ୍ଦ୍ର ମନ୍ତ୍ରୀ ନିତୀନ ଗଡକରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଗଡକରୀ ଟ୍ୱିଟ୍ କରି ନିଜେ ଏ ବିଷୟରେ ସୂଚନା ଦେଇଛନ୍ତି। ଏବେ ସେ ନିଜକୁ ଆଇସୋଲେଶନ କରି ରଖିଛନ୍ତି।

ନିତୀନ ଗଡକରୀ ଟ୍ୱିଟ୍ କରି ଲେଖିଛନ୍ତି, ଗତକାଲି ମୁଁ ଅସୁସ୍ଥ ଅନୁଭବ କରୁଥିଲି। ଏହାପରେ ଡାକ୍ତରଙ୍କ ପରାମର୍ଶ କରିଥିଲି। କୋଭିଡ-୧୯ ଟେଷ୍ଟ କରିବା ପରେ ରିପୋର୍ଟ ପଜିଟିଭ୍ ଆସିଛି। ଏହାପରେ ମୁଁ ନିଜକୁ ଆଇସୋଲେସନ କରି ରଖିଛି।

ଦେଶରେ କରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଲକ୍ଷ ଅତିକ୍ରମ କରିଛି। ଏହା ସହିତ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଲକ୍ଷ ୨୦ ହଜାର ୩୫୯ ରହିଛି। ସକ୍ରିୟ ମାମଲା ୯ ଲକ୍ଷ ୯୫ ହଜାର୯୩୩ ରହିଛି। ଏହା ସହିତ ୩୯ ଲକ୍ଷ ୪୨ ହଜାର ୩୬୦ ଲୋକ ଆରୋଗ୍ୟ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୮୨ ହଜାର ୦୬୬ ରହିଛି।

 

Related story