ନୀତିଶ କୁମାରଙ୍କୁ ଟାର୍ଗେଟ୍‌ କଲେ ଶାହାବୁଦ୍ଦିନଙ୍କ ପତ୍ନୀ

ପାଟନା: ଆର୍‌ଜେଡିର ପୂର୍ବତନ ସାଂସଦ ଶାହାବୁଦ୍ଦିନଙ୍କ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ରଦ୍ଦ କରିବା ପରେ ଏବେ ସେ ଜେଲ୍‌ରେ ଅଛନ୍ତି। ଶାହାବୁଦ୍ଦିନଙ୍କ ଅନୁପସ୍ଥିତିରେ ତାଙ୍କ ପତ୍ନୀ ହିନା ଶହାବ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାଗେର୍ଟ କରିଛନ୍ତି। ଶାହାବୁଦ୍ଦିନ୍‌ ଆର୍‌ଜେଡି ନେତା ଲାଲୁ ପ୍ରସାଦଙ୍କ ସହ ମିଶି ଥିବାରୁ ନୀତିଶ କୁମାର ଏହାର ପ୍ରତିଶୋଧ ନେଉଛନ୍ତି। ହିନା ଅଭିଯୋଗ କରିଛନ୍ତି,“ ୨୦୦୫ରେ ସାତ ଦିନ ପାଇଁ ବିହାରରେ ନିତୀଶ କୁମାର ସରକାର ଗଠନ କରିଥିଲେ। ଏହି ସମୟରେ […]

heena-shahab

Rakesh Mallick
  • Published: Thursday, 06 October 2016
  • , Updated: 06 October 2016, 01:08 PM IST

ପାଟନା: ଆର୍‌ଜେଡିର ପୂର୍ବତନ ସାଂସଦ ଶାହାବୁଦ୍ଦିନଙ୍କ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ରଦ୍ଦ କରିବା ପରେ ଏବେ ସେ ଜେଲ୍‌ରେ ଅଛନ୍ତି। ଶାହାବୁଦ୍ଦିନଙ୍କ ଅନୁପସ୍ଥିତିରେ ତାଙ୍କ ପତ୍ନୀ ହିନା ଶହାବ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାଗେର୍ଟ କରିଛନ୍ତି। ଶାହାବୁଦ୍ଦିନ୍‌ ଆର୍‌ଜେଡି ନେତା ଲାଲୁ ପ୍ରସାଦଙ୍କ ସହ ମିଶି ଥିବାରୁ ନୀତିଶ କୁମାର ଏହାର ପ୍ରତିଶୋଧ ନେଉଛନ୍ତି।

ହିନା ଅଭିଯୋଗ କରିଛନ୍ତି,“ ୨୦୦୫ରେ ସାତ ଦିନ ପାଇଁ ବିହାରରେ ନିତୀଶ କୁମାର ସରକାର ଗଠନ କରିଥିଲେ। ଏହି ସମୟରେ ଶାହାବୁଦ୍ଦିନ୍ ଲାଲୁ ପ୍ରସାଦଙ୍କ ସାଥୀରେ ଥିଲେ। ସେହି ଦିନର ରାଗ ନୀତିଶ୍‌ ଆଜି ସୁଝାଉଛନ୍ତି। ଏହି କାରଣରୁ  ପାଟଣା ହାଇକୋର୍ଟରୁ ମିଳିଥିବା ଜାମିନ୍‌ ଆବେଦନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଚ୍‌ କରି ବିହାର ସରକାର ରଦ୍ଦ କରି ଦେଇଛନ୍ତି।”

Related story