ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ, ଲାଲୁଙ୍କ ପୁଅ ତେଜସ୍ୱୀ ଉପ-ମୁଖ୍ୟମନ୍ତ୍ରୀ

ପାଟନା: ପଞ୍ଚମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର। ଶୁକ୍ରବାର ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ରାଜ୍ୟପାଳ ରାମନାଥ କୋବିନ୍ଦ। ନୀତୀଶଙ୍କ ବ୍ୟତୀତ ଉଭୟ ଜେଡିୟୁ ଓ ରାଷ୍ଟ୍ରୀୟ ଜନତା ଦଳରୁ ୧୨ ଜଣ ଲେଖାଏଁ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। କଂଗ୍ରେସର ୪ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ମନ୍ତ୍ରୀ ଭାବେ ଶପଥ ନେଇଥିବା ବିଧାୟକଙ୍କ ମଧ୍ୟରେ ରହିଛନ୍ତି ଲାଲୁ ପ୍ରସାଦ […]

nitishoath

Rakesh Mallick
  • Published: Friday, 20 November 2015
  • , Updated: 20 November 2015, 01:44 PM IST

ପାଟନା: ପଞ୍ଚମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର। ଶୁକ୍ରବାର ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ରାଜ୍ୟପାଳ ରାମନାଥ କୋବିନ୍ଦ। ନୀତୀଶଙ୍କ ବ୍ୟତୀତ ଉଭୟ ଜେଡିୟୁ ଓ ରାଷ୍ଟ୍ରୀୟ ଜନତା ଦଳରୁ ୧୨ ଜଣ ଲେଖାଏଁ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। କଂଗ୍ରେସର ୪ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ମନ୍ତ୍ରୀ ଭାବେ ଶପଥ ନେଇଥିବା ବିଧାୟକଙ୍କ ମଧ୍ୟରେ ରହିଛନ୍ତି ଲାଲୁ ପ୍ରସାଦ ଯାଦବଙ୍କ ଦୁଇ ପୁଅ ତେଜସ୍ୱୀ ଯାଦବ ଓ ତେଜପ୍ରତାପ। ତେଜସ୍ୱୀ ଯାଦବଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି।

ତେଜସ୍ୱୀଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରାଯାଇଥିବା ବେଳେ ତାଙ୍କୁ ପିଡବ୍ଲ୍ୟୁଡି ଓ ଗୃହ ନିର୍ମାଣ ବିଭାଗ ଦାୟିତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ ଲାଲୁଙ୍କ ବଡ଼ ପୁଅ ତେଜପ୍ରତାପଙ୍କୁ ସ୍ୱାସ୍ଥ୍ୟ ଓ ଜଳସେଚନ ମନ୍ତ୍ରୀ କରାଯାଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜ ପାଖରେ ଗୃହ ବିଭାଗକୁ ରଖିଛନ୍ତି।

ନୀତିଶଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ପାଟନାର ଗାନ୍ଧି ମୈଦାନରେ ବର୍ଣ୍ଣାଢ୍ୟ ଆୟୋଜନ କରାଯାଇଥିଲା। ଏହି ଉତ୍ସବରେ ବହୁ କେନ୍ଦ୍ରୀୟ ନେତା ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ କେନ୍ଦ୍ରମନ୍ତ୍ରୀ ଭେଙ୍କେୟା ନାୟୁଡୁ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡା, ଆସାମ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍।

ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପତ୍ନୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାବିଡି ଦେବୀ ମଧ୍ୟ ଉପସ୍ଥିତ ଥିଲେ। ଏହା ସହିତ ସମାଜବାଦୀ ପାର୍ଟିର ମୁଖ୍ୟ ଶରଦ ଯାଦବ ସମେତ ଅନ୍ୟ ନେତାମାନେ ଉପସ୍ଥିତ ରହିଥିଲେ।

Related story