ପାଟଣା: ବିହାର ବିଧାନସଭାରେ ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ନୀତୀଶଙ୍କ ସପକ୍ଷରେ ୧୩୧ ଜଣଙ୍କ ବିଧାୟକ ଭୋଟ୍ ମିଳି ଥିଲାବେଳେ ବିପକ୍ଷରେ ୧୦୮ ଖଣ୍ଡ ଭୋଟ୍ ପଡ଼ିଛି। ମହାମେଣ୍ଟକୁ ଝଟକା ଦେଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଗତକାଲି ବିଜେପି ସମର୍ଥନରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନୀତୀଶ କୁମାର।
ପରେ ବିଧାନସଭାରେ ସେ ଆଜି ଆସ୍ଥାଭୋଟ୍ ଲୋଡ଼ିଥିଲେ ନୀତୀଶ। ଆସ୍ଥାଭୋଟ ପୂର୍ବରୁ ଆଲୋଚନାରେ ଭାଗ ନେଇ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ନୀତୀଶଙ୍କ ଉପରେ ବର୍ଷିଥିଲେ। ନୀତୀଶ ତାଙ୍କ ଆତ୍ମବିଶ୍ୱାସକୁ ଭୟ କରି ମେଣ୍ଟ ଛାଡ଼ିଛନ୍ତି। ନୀତୀଶ ଚାହିଁଥିଲେ ତାଙ୍କୁ ବରଖାସ୍ତ କରିପାରିଥାନ୍ତେ ବୋଲି କହିଥିଲେ ତେଜସ୍ୱୀ। ତେବେ ଗୃହରେ ସରଗରମ ଆଲୋଚନା ପରେ ହୋଇଥିବା ଭୋଟରେ ବାଜି ମାରି ନେଇଥିଲେ ନୀତୀଶ। ଆଜି ଗୃହ ଆରମ୍ଭ ହେବା ପୂର୍ବରୁ ଆରଜେଡି ସଦସ୍ୟମାନେ ବିଧାନସଭା ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।