ନୀତୀଶ ବାଣୀ : କେବେ ମୋଦିଙ୍କୁ ସଂଳାପରେ ସମାଲୋଚନା କେବେ ପ୍ରଶଂସା

ନୂଆଦିଲ୍ଲୀ: ୨୦୧୪ ବେଳର କଥା। ଏନ୍‌ଡିଏ ସହ୍‌ ଜେଡିୟୁର ମେଣ୍ଟ ଭାଙ୍ଗିବା ପରେ ଜେଡିୟୁ ନେତା ନୀତୀଶ କୁମାର ବିଜେପିକୁ କଟାକ୍ଷ କରିଥିଲେ। ଡାଇଲଗ୍‌ ଛଳରେ କହିଥିଲେ “ଦୁଆଁ ଦେତେ ହେଁ ଜିନେକି  କି ଦୱା କରତେ ହେଁ ମରନ୍‌କି”। ହେଲେ ଆଜି କିନ୍ତୁ ବଦଳି ଯାଇଛନ୍ତି ନୀତୀଶ। ସେତେବେଳେ ମୋଦିଙ୍କୁ ଇଶାରା କରି ସେ ଏଭଳି ସମାଲୋଚନା କରିଥିଲେ। ହେଲେ ଆଜିର ରାଜନୀତି ବଦଳିଯାଇଛି। ନୀତୀଶଙ୍କ ନଜରରେ କାଲି ଯିଏ ଖଳନାୟକ ଥିଲେ ଆଜି ସିଏ […]

modi

Rakesh Mallick
  • Published: Monday, 31 July 2017
  • , Updated: 31 July 2017, 11:04 PM IST

ନୂଆଦିଲ୍ଲୀ: ୨୦୧୪ ବେଳର କଥା। ଏନ୍‌ଡିଏ ସହ୍‌ ଜେଡିୟୁର ମେଣ୍ଟ ଭାଙ୍ଗିବା ପରେ ଜେଡିୟୁ ନେତା ନୀତୀଶ କୁମାର ବିଜେପିକୁ କଟାକ୍ଷ କରିଥିଲେ। ଡାଇଲଗ୍‌ ଛଳରେ କହିଥିଲେ “ଦୁଆଁ ଦେତେ ହେଁ ଜିନେକି  କି ଦୱା କରତେ ହେଁ ମରନ୍‌କି”। ହେଲେ ଆଜି କିନ୍ତୁ ବଦଳି ଯାଇଛନ୍ତି ନୀତୀଶ। ସେତେବେଳେ ମୋଦିଙ୍କୁ ଇଶାରା କରି ସେ ଏଭଳି ସମାଲୋଚନା କରିଥିଲେ। ହେଲେ ଆଜିର ରାଜନୀତି ବଦଳିଯାଇଛି। ନୀତୀଶଙ୍କ ନଜରରେ କାଲି ଯିଏ ଖଳନାୟକ ଥିଲେ ଆଜି ସିଏ ନାୟକ ହୋଇଯାଇଛନ୍ତି। ବିହାରରେ କଂଗ୍ରେସ ଏବଂ ଆରଜେଡି ସହ ହାତ ଛାଡ଼ିବା ପରେ ନୀତୀଶ ଏବେ ଏନଡିଏ ହାତ ଧରିଛନ୍ତି। ଆଉ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଏବେ ପ୍ରଶଂସାରେ ପୋତି ପକାଇଛନ୍ତି।

ନରେନ୍ଦ୍ର ମୋଦିଙ୍କ ବିରୋଧରେ ଲଢ଼େଇ କରିବାକୁ କେହି ସମର୍ଥ ନୁହଁନ୍ତି । ଆସନ୍ତା ୨୦୧୯ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ ଦେଶର ନେତୃତ୍ୱ ନେବେ । ଆଉ ତାଙ୍କ ଦ୍ୱାରା ହିଁ ଦେଶ, ବିକାଶ ପଥରେ ଆଗେଇବ।  ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ମୋଦିଙ୍କୁ ଏଭଳି ଭୂରି ଭୂରି ପ୍ରଶଂସା କରିଛନ୍ତି । ଏନଡିଏ ସହ ହାତ ମିଳାଇ ସରକାର ଗଠନ କରିବା ପରେ ପ୍ରଥମ ଥର ପାଇଁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ନୀତୀଶ ମୋଦିଙ୍କୁ ଏଭଳି ପ୍ରଶଂସା କରିଛନ୍ତି । ଆରଜେଡି ଏବଂ କଂଗ୍ରେସ ସହ ମହାମେଣ୍ଟ ତୁଟିବା ନେଇ ନୀତିଶ କହିଛନ୍ତି, ବିଜେପି ସହ ମେଣ୍ଟ କରିବା ନେଇ ପୂର୍ବରୁ କୌଣସି ନିଷ୍ପତ୍ତି ହୋଇ ନ ଥିଲା ।

ହଠାତ୍ ଦେଖାଦେଇଥିବା ପରିସ୍ଥିତି ପାଇଁ ବିଜେପି ସହ ମେଣ୍ଟ ହୋଇଛି ବୋଲି ନୀତୀଶ କହିଛନ୍ତି । ସେ ଯାହା ବି ହେଉ, ୨୦୧୯ ନିର୍ବାଚନ ବେଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଟକ୍କର ଦେବା କ୍ଷମତା କାହାର ନାହିଁ ବୋଲି କହିଛନ୍ତି ନୀତୀଶ । ତାସହ ମୋଦିଙ୍କ ନୋଟବନ୍ଦୀ ପଦକ୍ଷେପକୁ ମଧ୍ୟ ନୀତୀଶ କୁମାର ପ୍ରଶଂସା କରିଛନ୍ତି ।

Related story