ନୀତୀଶଙ୍କ ସହିତ ହାତ ମିଳାଇପାରେ କଂଗ୍ରେସ

ନୂଆଦିଲ୍ଲୀ: ଆଗକୁ ବିହାର ବିଧାନସଭା ନିର୍ବାଚନ। ସେପ୍ଟେମ୍ବର ଅବା ଅକ୍ଟୋବରରେ ହୋଇପାରେ ଏହି ନିର୍ବାଚନ। ତେବେ ତା’ପୂର୍ବରୁ ବିହାରରେ ରାଜନୀତି ସରଗରମ ହୋଇଗଲାଣି। ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଜନତା ପରିବାରଗୁଡ଼ିକର ମେଣ୍ଟ ହେବ ନାହିଁ ବୋଲି ରବିବାର ଜେଡିୟୁର ରାଜ୍ୟ ସଭାପତି ନାରାୟଣ ସିଂହ ଆନୁଷ୍ଠାନିକ ଭାବେ କହିଥିଲେ। ତେବେ ଲାଲୁଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସହିତ ଅନ୍ୟାନ୍ୟ କିଛି ଦଳ ସହିତ ଜେଡିୟୁ ମିଳିତ ଭାବେ ଆଗାମୀ ବିହାର ବିଧାନସଭା ନିର୍ବାଚନ ଲଢ଼ିବ […]

nitishkumar

Rakesh Mallick
  • Published: Monday, 01 June 2015
  • , Updated: 01 June 2015, 09:39 AM IST

ନୂଆଦିଲ୍ଲୀ: ଆଗକୁ ବିହାର ବିଧାନସଭା ନିର୍ବାଚନ। ସେପ୍ଟେମ୍ବର ଅବା ଅକ୍ଟୋବରରେ ହୋଇପାରେ ଏହି ନିର୍ବାଚନ। ତେବେ ତା’ପୂର୍ବରୁ ବିହାରରେ ରାଜନୀତି ସରଗରମ ହୋଇଗଲାଣି। ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଜନତା ପରିବାରଗୁଡ଼ିକର ମେଣ୍ଟ ହେବ ନାହିଁ ବୋଲି ରବିବାର ଜେଡିୟୁର ରାଜ୍ୟ ସଭାପତି ନାରାୟଣ ସିଂହ ଆନୁଷ୍ଠାନିକ ଭାବେ କହିଥିଲେ। ତେବେ ଲାଲୁଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସହିତ ଅନ୍ୟାନ୍ୟ କିଛି ଦଳ ସହିତ ଜେଡିୟୁ ମିଳିତ ଭାବେ ଆଗାମୀ ବିହାର ବିଧାନସଭା ନିର୍ବାଚନ ଲଢ଼ିବ ବୋଲି ସେ କହିଥିଲେ। ଅନ୍ୟପକ୍ଷରେ କିଛି ଦିନ ପୂର୍ବରୁ ଶୁଣିବାକୁ ମିଳିଥିଲା ଯେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ନୀତୀଶଙ୍କ ନାମ ଘୋଷଣା କରିବାକୁ ଲାଲୁ କୁନ୍ଥକୁନ୍ଥ ହେଉଛନ୍ତି। ଏ ସବୁ ମଧ୍ୟରେ ସୋମବାର ଆଉ ଏକ ଅଗ୍ରଗତି ହୋଇଛି। ଖାସ୍ ବିହାର ବିଧାନସଭା ଲାଗି ନୀତୀଶ କୁମାରଙ୍କ ସହିତ ହାତ ମିଳାଇବାକୁ ଚାହୁଁଛି କଂଗ୍ରେସ। ଆଜି ଏ ନେଇ ବିହାର ପ୍ରଦେଶ କଂଗ୍ରେସ ସଭାପତି ଅଶୋକ ଚୌଧରୀ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟି ଥିଲେ। ନୀତୀଶଙ୍କ ସହିତ ମେଣ୍ଟ କରିବା ନେଇ ଏହି ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏହା ପୂର୍ବରୁ ଚୌଧରୀ ଏହି ପ୍ରସଙ୍ଗରେ ଉପ-ସଭାପତି ରାହୁଲ ଗାନ୍ଧୀଙ୍କ ସହିତ ବି ଆଲୋଚନା କରିଥିଲେ। ଶନିବାର ସେ ରାହୁଲଙ୍କୁ ଭେଟିଥିଲେ। ଆଉ ପ୍ରସ୍ତାବ ଦେଇଥିଲେ ଯେ ଯଦି ବିହାର ବିଧାନସଭା ନିର୍ବାଚନରେ ଜେଡିୟୁ ଓ ଆରଜେଡି ମଧ୍ୟରେ ମେଣ୍ଟ ନହୁଏ, ତା’ହେଲେ କଂଗ୍ରେସ ନୀତୀଶଙ୍କ ସହିତ ମେଣ୍ଟ କରିବା ଉଚିତ। ତାଙ୍କ ପ୍ରସ୍ତାବକୁ ଦଳର କେନ୍ଦ୍ରୀୟ ନେତୃତ୍ୱର ଗୁରୁତ୍ୱର ସହିତ ବିଚାର କରୁଛନ୍ତି। ବିଶେଷ ସୂତ୍ରରୁ ଏହା ବି ଜଣାପଡ଼ିଛି ଯେ ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯିବାକୁ ଦଳର ରାଜ୍ୟ ଓ କେନ୍ଦ୍ରୀୟ ନେତାମାନେ ରାଜି ଅଛନ୍ତି।

ସୂଚନାଯୋଗ୍ୟ, ଜେଡିୟୁ-ବିଜେପି ମେଣ୍ଟ ଭାଙ୍ଗିବା ପରେ କଂଗ୍ରେସ ବିଧାୟକମାନେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ବାହାରୁ ସମର୍ଥନ ଦେଉଛନ୍ତି।

Related story