କୋଭିଡ୍‌ ମୃତକଙ୍କ ପରିବାର ପାଇବେ କ୍ଷତିପୂରଣ, କେନ୍ଦ୍ର ଉପରେ ସୁପ୍ରିମକୋର୍ଟ ଖୁସ୍

ନୂଆଦିଲ୍ଲୀ: କୋଭିଡ ପରିଚାଳନାକୁ ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ପ୍ରଶଂସା କରିଛନ୍ତି। କୋଭିଡ୍ ମୃତକଙ୍କ ପରିବାରକୁ ସହାୟତା ନେଇ ସତ୍ୟପାଠ ପରିପ୍ରେକ୍ଷୀରେ ପ୍ରଶଂସା କରିଛନ୍ତି ସର୍ବୋଚ୍ଚ ନ୍ୟାଳୟ।ଜଷ୍ଟିସ୍ ଏମ୍. ଆର ସାହା ଓ ଜଷ୍ଟିସ୍ ଏ.ଏସ୍. ବୋପାନ୍ନା ପ୍ରଶଂସା କରି କହିଛନ୍ତି ଯେ, ପୀଡ଼ିତଙ୍କ ଆଖିରୁ ଲୁହ ପୋଛିବାକୁ କେନ୍ଦ୍ରର ଉଦ୍ୟମରେ ଆମେ ଅତ୍ୟନ୍ତ ଖୁସି।  ଏକ ଜନବହୁଳ ରାଷ୍ଟ୍ରରେ କୋଭିଡ ପରିଚାଳନାରେ ଭାରତ ଏକ ଉଦାହରଣ। ଆର୍ଥିକ ସ୍ଥିତିକୁ ଦେଖି ଟିକାକରଣରେ ଭାରତ ଯାହା ଖର୍ଚ୍ଚ […]

supreme-court

Tapas Behera
  • Published: Thursday, 23 September 2021
  • , Updated: 23 September 2021, 09:04 PM IST

ନୂଆଦିଲ୍ଲୀ: କୋଭିଡ ପରିଚାଳନାକୁ ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ପ୍ରଶଂସା କରିଛନ୍ତି। କୋଭିଡ୍ ମୃତକଙ୍କ ପରିବାରକୁ ସହାୟତା ନେଇ ସତ୍ୟପାଠ ପରିପ୍ରେକ୍ଷୀରେ ପ୍ରଶଂସା କରିଛନ୍ତି ସର୍ବୋଚ୍ଚ ନ୍ୟାଳୟ।ଜଷ୍ଟିସ୍ ଏମ୍. ଆର ସାହା ଓ ଜଷ୍ଟିସ୍ ଏ.ଏସ୍. ବୋପାନ୍ନା ପ୍ରଶଂସା କରି କହିଛନ୍ତି ଯେ, ପୀଡ଼ିତଙ୍କ ଆଖିରୁ ଲୁହ ପୋଛିବାକୁ କେନ୍ଦ୍ରର ଉଦ୍ୟମରେ ଆମେ ଅତ୍ୟନ୍ତ ଖୁସି।  ଏକ ଜନବହୁଳ ରାଷ୍ଟ୍ରରେ କୋଭିଡ ପରିଚାଳନାରେ ଭାରତ ଏକ ଉଦାହରଣ। ଆର୍ଥିକ ସ୍ଥିତିକୁ ଦେଖି ଟିକାକରଣରେ ଭାରତ ଯାହା ଖର୍ଚ୍ଚ କରିଛି ତାହା  ଉଦାହରଣ ଯୋଗ୍ୟ ବୋଲି କୋର୍ଟ କହିଛନ୍ତି। ଭାରତ ଯାହା କରି ଦେଖାଇଛି ତାହା ଅନ୍ୟ ରାଷ୍ଟ୍ର କରିପାରିନାହାନ୍ତି ବୋଲି କୋର୍ଟ କହିଛନ୍ତି। ସୂଚନା ଯୋଗ୍ୟ କରୋନା ଯୋଗୁଁ ପ୍ରାଣ ହରାଇଥିବା ପରିବାରକୁ କ୍ଷତିପୂରଣ ହିସାବରେ ୫୦ ହଜାର ଟଙ୍କା ପ୍ରଦାନ କରାଯିବା ନେଇ ଗତକାଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି।  କୋଭିଡ -୧୯ ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାର ଲୋକେ ୫୦,୦୦୦ ଟଙ୍କା କ୍ଷତିପୂରଣ ଭାବେ ପାଇବେ। ତେବେ ଏହି ଅର୍ଥ ରାଜ୍ୟ ସରକାର ପ୍ରଦାନ କରିବେ ବୋଲି ସରକାର ମଧ୍ୟ କହିଛନ୍ତି। କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଛନ୍ତି ଯେ କରୋନା କାରଣରୁ ମୃତ୍ୟୁବରଣ କରିଥିବା ସମ୍ପର୍କୀୟଙ୍କୁ ନ୍ୟାସନାଲ ଡ଼ିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ୫୦,୦୦୦ ଟଙ୍କା କ୍ଷତିପୂରଣ ଭାବେ ସୁପାରିଶ କରିଛି।

ସରକାର କହିଛନ୍ତି ଯେ ଯଦି ମୃତ୍ୟୁ ପ୍ରମାଣପତ୍ରରେ ମୃତ୍ୟୁର କାରଣ କରୋନା ଲେଖାହୋଇଥାଏ, ତେବେ ମୃତକଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ସହାୟତା ଦିଆଯିବ। ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ କରୋନା ପୀଡିତଙ୍କ ପରିବାରକୁ ଏହି କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ ଭାବରେ କହିଛନ୍ତି।  କରୋନାରେ ପ୍ରାଣ ହରାଉଥିବା ପରିବାରକୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ ନେଇ ପୂର୍ବରୁ ସୁପ୍ରିମକୋର୍ଟ ଅର୍ଡ଼ର କରିଥିଲେ। ଏହି ପରିମାଣ କେତେ ହେବ ସେ ସମ୍ପର୍କରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନ୍‌ଡିଏମ୍‌ଏ) ଗାଇଡଲାଇନ୍ସ ଜାରି କରିବା ସମ୍ପର୍କରେ କୋର୍ଟ କହିଥିଲେ।  କୋଭିଡ୍ ମୃତକଙ୍କ ପରିବାରକୁ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାଲାଗି ଆବେଦନ ହୋଇଥିଲା।

କେନ୍ଦ୍ର ସରକାର କ୍ଷତିପୂରଣ ପ୍ରସଙ୍ଗରେ କହିଥିଲେ ଯେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେଇ‌େହବ ନାହିଁ। କାରଣ ଏଭଳି କ୍ଷତିପୂରଣ ପ୍ରଦାନ କରାଗଲେ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଖାଲି ହୋଇଯିବ। ରାଜ୍ୟମାନେ ଅନ୍ୟ ବିପର୍ଯ୍ୟୟର ମୁକାବିଲା କରିପାରିବେ ନାହିଁ। ତେବେ ସୁପ୍ରିମକୋର୍ଟ କହିଥିଲେ ଯେ ଏନ୍‌ଡିଏମ୍‌ଏର ଧାରା ୧୨ରେ ବିପର୍ଯ୍ୟୟ ମୃତ୍ୟୁରେ କ୍ଷତିପୂରଣ ଦେବାକୁ ବ୍ୟବସ୍ଥା ରହିଛି । ଏହାକୁ ପୂରଣ କରିବା ହେଉଛି ସରକାରଙ୍କ ଦାୟିତ୍ୱ।

Related story