ଆଉ କରୋନା ଆକ୍ରାନ୍ତଙ୍କ ଘର ବାହାରେ ଲାଗିବନି ପୋଷ୍ଟର

ନୂଆଦିଲ୍ଲୀ: କରୋନା ରୋଗୀଙ୍କ ଘର ବାହାରେ ଆଉ ଲାଗିବନି ପୋଷ୍ଟର। ଏକ ଆବେଦନର ଶୁଣାଣି କରି ସୁପ୍ରିମ୍ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଯଦି ଘର ବାହାରେ ପୋଷ୍ଟର ଲଗାଇବା ଅତି ଜରୁରୀ ଥାଏ, ତାହେଲେ ଏଥିପାଇଁ କେନ୍ଦ୍ର ସରକାରଙ୍କଠାରୁ ଅନୁମତି ଆଣିବାକୁ ପଡ଼ିବ। ଘର ବାହାରେ ପୋଷ୍ଟର ମାରିବା ଦ୍ୱାରା ରୋଗୀଙ୍କ ସହ ଭେଦଭାବ ହେଉଥିବା ସୁପ୍ରିମକୋର୍ଟ କହିଛନ୍ତି। ଶୁଣାଣି ବେଳେ ସୁପ୍ରିମ୍ କୋର୍ଟ କହିଥିଲେ, ଯେଉଁଠାରେ ଏଭଳି ପୋଷ୍ଟର ଲଗାଯାଇଛି, ସେଠାରେ ଲୋକଙ୍କର ବ୍ୟକ୍ତିତ୍ୱର […]

CORONA

Ranjit Kumar Jena
  • Published: Wednesday, 09 December 2020
  • , Updated: 09 December 2020, 01:11 PM IST

ନୂଆଦିଲ୍ଲୀ: କରୋନା ରୋଗୀଙ୍କ ଘର ବାହାରେ ଆଉ ଲାଗିବନି ପୋଷ୍ଟର। ଏକ ଆବେଦନର ଶୁଣାଣି କରି ସୁପ୍ରିମ୍ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଯଦି ଘର ବାହାରେ ପୋଷ୍ଟର ଲଗାଇବା ଅତି ଜରୁରୀ ଥାଏ, ତାହେଲେ ଏଥିପାଇଁ କେନ୍ଦ୍ର ସରକାରଙ୍କଠାରୁ ଅନୁମତି ଆଣିବାକୁ ପଡ଼ିବ। ଘର ବାହାରେ ପୋଷ୍ଟର ମାରିବା ଦ୍ୱାରା ରୋଗୀଙ୍କ ସହ ଭେଦଭାବ ହେଉଥିବା ସୁପ୍ରିମକୋର୍ଟ କହିଛନ୍ତି।

ଶୁଣାଣି ବେଳେ ସୁପ୍ରିମ୍ କୋର୍ଟ କହିଥିଲେ, ଯେଉଁଠାରେ ଏଭଳି ପୋଷ୍ଟର ଲଗାଯାଇଛି, ସେଠାରେ ଲୋକଙ୍କର ବ୍ୟକ୍ତିତ୍ୱର ହନନ କରାଯାଉଛି। ଏହାସହ ପୋଷ୍ଟର ଲଗାଯିବା ଦ୍ୱାରା ରୋଗୀ ଏବଂ ସେମାନଙ୍କ ପରିବାର ଲୋକଙ୍କୁ ପଡ଼ୋଶୀଙ୍କଠାରୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି। ଅନ୍ୟପକ୍ଷରେ ସରକାରଙ୍କ ତରଫରୁ ପକ୍ଷ ରଖି ସଲିସିଟର୍ ଜେନେରାଲ୍ ତୁଷାର ମେହେଟ୍ଟା ସ୍ପଷ୍ଟ କରିଛନ୍ତି ଯେ କେନ୍ଦ୍ର ସରକାର ଏଭଳି କୌଣସି ନିର୍ଦ୍ଦେଶାନାମା ଜାରି କରିନାହାନ୍ତି।

ପୋଷ୍ଟର ଲଗାଇବା ନିଷ୍ପତ୍ତି ରାଜ୍ୟ ସରକାରଙ୍କର ଥିଲା। ପଡ଼ୋଶୀ କିମ୍ବା ସେମାନଙ୍କ ସମ୍ପର୍କୀୟଙ୍କୁ ସତର୍କ କରାଇବା ପାଇଁ ରାଜ୍ୟ ସରକାରମାନେ ଏଭଳି ନିର୍ଦ୍ଦେଶାନାମା ଜାରି କରିଥିଲେ। ଏହା ଉପରେ ସୁପ୍ରିମ୍ କୋର୍ଟ କହିଛନ୍ତି, ବାସ୍ତବ ଚିତ୍ର ଅଲଗା କହୁଛି। ପୋଷ୍ଟର ଲଗାଯିବା ଦ୍ୱାରା ଲୋକେ ରୋଗୀଙ୍କୁ ଅଛୁଆଁ ଭାବୁଛନ୍ତି। ତେଣୁ ଏବେ କାହା ଘର ବାହାରେ ପୋଷ୍ଟର ଲାଗିବନି ବୋଲି ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଭାରତରେ ଏବେ କରୋନା ପଜିଟିଭ୍ ମାମଲା ହ୍ରାସ ପାଇଛି। କରୋନା ଆକ୍ଟିଭ୍ ମାମଲାରେ ଭାରତ ଏବେ ସପ୍ତମରୁ ଅଷ୍ଟମ ସ୍ଥାନରେ ପହଞ୍ଚିଛି। ଆକ୍ଟିଭ୍ ମାମଲାରେ ସବୁଠାରୁ ଖରାପ ସ୍ଥିତି ଆମେରିକାରେ ରହିଛି। ଭାରତରେ ଏବେ ୩ଲକ୍ଷ ୭୮ହଜାର ୯୦୯ ରୋଗୀଙ୍କ ଚିକିତ୍ସା ଚାଲିଛି। ସେହି ତୁଳନାରେ ଆମେରିକାରେ ୬୦.୯୬ ଲକ୍ଷ ରୋଗୀଙ୍କ ଚିକିତ୍ସା ଚାଲିଛି।

Related story