ଆରାମକୋ ତେଲ କମ୍ପାନୀର ପ୍ରଭାବ ଭାରତ ଉପରେ ପଡ଼ିବ ନାହିଁ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ:  ସାଉଦି ଆରବର ତୈଳ କମ୍ପାନୀ ଆରାମକୋ ଉପରେ ହୋଇଥିବା ଆକ୍ରମଣର ପ୍ରଭାବ ଭାରତ ଉପରେ ଏବେ ପଡ଼ିବ ନାହିଁ। ଆଜି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। ଦେଶର ସମସ୍ତ ତେଲ କମ୍ପାନୀଙ୍କ ସହିତ ଚଳିତ ମାସର ଅଶୋଧିତ ତେଲ ବାବଦରେ ସମୀକ୍ଷା କରିସାରିଛୁ। ଏବେ ଯାହା ମହଜୁଦ ରହିଛି ତାହା ଅଭାବ ପକାଇବ ନାହିଁ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେ ଆହୁରି […]

dharmendra

Subhransu Sekhar
  • Published: Monday, 16 September 2019
  • , Updated: 16 September 2019, 05:21 PM IST

ନୂଆଦିଲ୍ଲୀ:  ସାଉଦି ଆରବର ତୈଳ କମ୍ପାନୀ ଆରାମକୋ ଉପରେ ହୋଇଥିବା ଆକ୍ରମଣର ପ୍ରଭାବ ଭାରତ ଉପରେ ଏବେ ପଡ଼ିବ ନାହିଁ। ଆଜି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। ଦେଶର ସମସ୍ତ ତେଲ କମ୍ପାନୀଙ୍କ ସହିତ ଚଳିତ ମାସର ଅଶୋଧିତ ତେଲ ବାବଦରେ ସମୀକ୍ଷା କରିସାରିଛୁ। ଏବେ ଯାହା ମହଜୁଦ ରହିଛି ତାହା ଅଭାବ ପକାଇବ ନାହିଁ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ସେ ଆହୁରି କହିଛନ୍ତି ଆରାମକୋ କମ୍ପାନୀର ମୁଖ୍ୟ ଅଧିକାରୀଙ୍କ ସହିତ ରିଆଦରେ ଅବସ୍ଥାପିତ ଭାରତୀୟ ରାଜଦୂତ କଥା ହୋଇସାରିଛନ୍ତି। ତେଲ ରପ୍ତାନୀରେ ଆରାମକୋ ପକ୍ଷରୁ ସେମିତି କିଛି ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି। ଆରାମକୋ ସାଉଦି ଆରବର ରାଷ୍ଟ୍ରୀୟ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ କମ୍ପାନୀ ଅଟେ। ଏହି କମ୍ପାନୀ ଭାରତକୁ ବିପୁଳ ପରିମାଣର ଅଶୋଧିତ ତୈଳ ରପ୍ତାନୀ କରିଥାଏ।

https://twitter.com/dpradhanbjp/status/1173545887437471745

ସୂଚନାଯୋଗ୍ୟ,  ଗତ ସପ୍ତାହରେ ସାଉଦି ଆରବରେ ଥିବା ତୈଳ କମ୍ପାନୀ ଆରାମକୋର ଦୁଇଟି ପ୍ଲାଣ୍ଟ ଉପରେ ଆକ୍ରମଣ ହେବା ପରେ ଏହାର ପ୍ରଭାବ ବିଶ୍ୱର ତେଲ ବଜାର ଉପରେ ପଡ଼ିଛି। ଆଜି ଅଶୋଧିତ ତେଲ ଦର ୧୦ ପ୍ରତିଶତ ବଢ଼ିଛି। ସାଉଦି ଆରବ ସାରା ବିଶ୍ୱକୁ ୯.୮ ନିୟୁତ ବାରେଲ୍ ଅଶୋଧିତ ତେଲ ଯୋଗାଉଥିବା ବେଳେ ଏବେ ଏହା ଅଧା ଯୋଗାଉଛି। ଯାହାକୁ ନେଇ ଏବେ ବିଶ୍ୱର ତେଲ ବଜାର ଏବେ ସଙ୍କଟରେ ପଡ଼ିବାକୁ ଯାଉଛି।

ସାରା ବିଶ୍ୱକୁ ଆରାମକୋ ସବୁଠୁ ଅଧିକ ଅଶୋଧିତ ତେଲ ଯୋଗାଇ ଥାଏ। କହିବାକୁ ଗଲେ ତିନି ଭାଗରୁ ଗୋଟିଏ ଭାଗ। ମୁଖ୍ୟତଃ ସାଉଦି ଆରବର ଅଶୋଧିତ ତେଲ ଉପରେ ଚାଇନା, ଜାପାନ, ଦକ୍ଷିଣ କୋରିଆ, ଭାରତ ଏବଂ ଆମେରିକା ନିର୍ଭର କରିଥାଏ।

ଚାଇନା ୧.୮୮ ନିୟୁତ ବାରେଲ୍ ଅଶୋଧିତ ତେଲ, ଜାପାନ୍ ୧.୦୨ ନିୟୁତ ବାରେଲ୍, ସାଉଥ କୋରିଆ ୦.୮୯ ବାରେଲ୍, ଭାରତ ୦.୭୪ ବାରେଲ୍ ଏବଂ ଆମେରିକା ୦.୫୮ ବାରେଲ୍ ତେଲ ଆମଦାନୀ କରିଥାଏ।

Related story