କୋଲକାତା (ଓଡ଼ିଶା ରିପୋର୍ଟର): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ବିବାଦ ଘେରକୁ ଆସିଯାଇଛନ୍ତି। ଦଶହରା ପରଦିନ ଦୁର୍ଗାପୂଜା ଭଷାଣି ନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦିନ ମହରମ୍ ପଡୁଥିବାରୁ ଭଷାଣିକୁ ବନ୍ଦ ରଖିହାକୁ ସେ କହିଛନ୍ତି। ପୂର୍ବବର୍ଷ ମଧ୍ୟ ପଶ୍ଚିମବଙ୍ଗରେ ଦୁର୍ଗାପୂଜା ଭଷାଣିରେ ରୋକ୍ ଲଗାଇଥିଲେ ମମତା। ଯାହାକୁ ନେଇ ସାରା ରାଜ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।
ଚଳିତ ବର୍ଷ ମଧ୍ୟ ମହରମ୍ ପର୍ବ ପାଇଁ ଦୁର୍ଗାପୂଜା ଭସାଣି ସ୍ଥଗିତ ରହିବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ଦ୍ଦେଶ ଦେବା ପରେ ଏହାକୁ କଡ଼ା ଭାଷାରେ ସମାଲୋଚନା କରିଛି ବିଜେପି। ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ଏହାଦ୍ୱାରା ହିନ୍ଦୁ ଓ ମୁସଲମାନ ଭାଇ ଭଉଣୀ ମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି ହେବ। କେବଳ ଭୋଟବ୍ୟାଙ୍କ ରାଜନୀତି ପାଇଁ ମମତା ଏପରି ନିର୍ଦ୍ଦେଶ ଦେଇଥିବା କହିଛନ୍ତି ସମ୍ବିତ ପାତ୍ର। ଅନ୍ୟପଟେ କେବଳ ବିଜେପି ନୁହେଁ ଅନ୍ୟ ଦଳଗୁଡ଼ିକ ମଧ୍ୟ ଏହାକୁ ବିରୋଧ କରିଛନ୍ତି।