ବଢ଼ିବନି ଟୋଲ୍‌ ଫି

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଟୋଲ୍‌ ଗେଟ୍‌ରେ ବର୍ତ୍ତମାନ କାର୍‌ ଏବଂ ଲଘୁ ଯାନ ପାଇଁ ଯେତିକି ଟୋଲ୍‌ ଫି ଦେବାକୁ ପଡ଼ୁଛି ସେତିକି ହିଁ ଦେବାକୁ ପଡ଼ିବ। ଏହି ଦର ବୃଦ୍ଧି କରାଯିବ ନାହିଁ। ସଡ଼କ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏହା ସ୍ପଷ୍ଟ କରିଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ ନିୟୋଜିତ ଏକ ବିଶ୍ୱସ୍ଥରୀୟ କନ୍‌ସଲ୍‌ଟାନ୍ସି ଫାର୍ମ ଟୋଲ୍‌ ଫି ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଥିବା ବେଳେ ଏହି ପ୍ରସ୍ତାବକୁ ମନ୍ତ୍ରଣାଳୟ ଅଗ୍ରାହ୍ୟ କରି ଦେଇଛି। […]

toll

Puspanjali Panda
  • Published: Tuesday, 19 February 2019
  • , Updated: 19 February 2019, 11:59 AM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଟୋଲ୍‌ ଗେଟ୍‌ରେ ବର୍ତ୍ତମାନ କାର୍‌ ଏବଂ ଲଘୁ ଯାନ ପାଇଁ ଯେତିକି ଟୋଲ୍‌ ଫି ଦେବାକୁ ପଡ଼ୁଛି ସେତିକି ହିଁ ଦେବାକୁ ପଡ଼ିବ। ଏହି ଦର ବୃଦ୍ଧି କରାଯିବ ନାହିଁ। ସଡ଼କ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏହା ସ୍ପଷ୍ଟ କରିଛନ୍ତି।

ମନ୍ତ୍ରଣାଳୟ ପକ୍ଷରୁ ନିୟୋଜିତ ଏକ ବିଶ୍ୱସ୍ଥରୀୟ କନ୍‌ସଲ୍‌ଟାନ୍ସି ଫାର୍ମ ଟୋଲ୍‌ ଫି ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଥିବା ବେଳେ ଏହି ପ୍ରସ୍ତାବକୁ ମନ୍ତ୍ରଣାଳୟ ଅଗ୍ରାହ୍ୟ କରି ଦେଇଛି।

ସୂଚନା ଅନୁସାରେ ଅନ୍ୟ ଦେଶ ତୁଳନାରେ ଭାରତରେ ଟୋଲ୍‌ ଫି’ ତୁଳନାତ୍ମକ ଭାବେ କମ୍ ଆଦାୟ ହେଉଥିବା ଦର୍ଶାଇ ଏହାକୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଥିଲା। ସେହିପରି ଥ୍ରୀ-ଏକ୍ସଲ୍‌ ଓ ମଲ୍ଟି ଏକ୍ସଲ୍ ଭେହିକିଲ୍(ଏମ୍‌ଏଭି) ଗୁଡ଼ିକ ପାଇଁ ଟୋଲ୍‌ ହ୍ରାସ କରିବା ପ୍ରସ୍ତାବ ମଧ୍ୟ ଦେଇଥିଲା। କିନ୍ତୁ ଉକ୍ତ ସଂସ୍ଥାର କୌଣସି ବି ପରାମର୍ଶକୁ ମନ୍ତ୍ରଣାଳୟ ପକ୍ଷରୁ ଗ୍ରହଣ କରାଯାଇ ନାହିଁ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Related story