ସେପ୍ଟେମ୍ବର ୧୭ ଯାଏ ମିରା-ଭାଏନ୍ଦରରେ ମାଂସ ବିକ୍ରି ବନ୍ଦ

ମୁମ୍ବାଇ: ମୁମ୍ବାଇର ମିରା-ଭାଏନ୍ଦରରେ ମାଂସ ବିକ୍ରିକୁ ଆସନ୍ତା ସେପ୍ଟେମ୍ବର ୧୭ ଯାଏ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ। ଦୁଇଦିନ ପାଇଁ ସଲ୍ଟର (ଖାଦ୍ୟ ପାଇଁ ପଶୁ ହତ୍ୟା) ବନ୍ଦ କରିବାକୁ ଏପରି ନିର୍ଦ୍ଦେଶ ଶୁଣାଇଛନ୍ତି ହାଇକୋର୍ଟ। ତେବେ କେବଳ ଏହି ଅଞ୍ଚଳକୁ ଛାଡିଦେଲେ ମାହାରାଷ୍ଟ୍ରର ବାକି ଅଞ୍ଚଳରେ ମାଂସ ବିକ୍ରି ପୂର୍ବବତ ଜାରି ରହିବ । ଗତ ୧୦ ତାରିଖରେ ବମ୍ବେ ହାଇକୋର୍ଟ ସାରା ମୁମ୍ବାଇରେ ମାଂସ ବିକ୍ରି ଉପରେ ରୋକ ଲାଗାଇଥିଲେ। ଅନ୍ୟପକ୍ଷରେ […]

MEAT_SALE_MAHA_AFP5

Rakesh Mallick
  • Published: Monday, 14 September 2015
  • , Updated: 14 September 2015, 05:44 PM IST

ମୁମ୍ବାଇ: ମୁମ୍ବାଇର ମିରା-ଭାଏନ୍ଦରରେ ମାଂସ ବିକ୍ରିକୁ ଆସନ୍ତା ସେପ୍ଟେମ୍ବର ୧୭ ଯାଏ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ। ଦୁଇଦିନ ପାଇଁ ସଲ୍ଟର (ଖାଦ୍ୟ ପାଇଁ ପଶୁ ହତ୍ୟା) ବନ୍ଦ କରିବାକୁ ଏପରି ନିର୍ଦ୍ଦେଶ ଶୁଣାଇଛନ୍ତି ହାଇକୋର୍ଟ। ତେବେ କେବଳ ଏହି ଅଞ୍ଚଳକୁ ଛାଡିଦେଲେ ମାହାରାଷ୍ଟ୍ରର ବାକି ଅଞ୍ଚଳରେ ମାଂସ ବିକ୍ରି ପୂର୍ବବତ ଜାରି ରହିବ । ଗତ ୧୦ ତାରିଖରେ ବମ୍ବେ ହାଇକୋର୍ଟ ସାରା ମୁମ୍ବାଇରେ ମାଂସ ବିକ୍ରି ଉପରେ ରୋକ ଲାଗାଇଥିଲେ।

ଅନ୍ୟପକ୍ଷରେ ମିରା-ଭାଏନ୍ଦରବାସୀ କହିଛନ୍ତି, ପ୍ରତିବର୍ଷ ପର୍ୟୁଶାନ ମେଳା ବେଳେ ବମ୍ବେ ହାଇକୋର୍ଟ  ମାଂସ ବିକ୍ରି ଉପରେ ରୋକ ଲଗାଇଥାନ୍ତି । ସୂଚନାଯୋଗ୍ୟ, ମିରା-ଭାଏନ୍ଦର ମୁନିପାଲ କର୍ପୋରେସନ ସେପ୍ଟେମ୍ବର ୪ରୁ ମାଂସ ବିକ୍ରି କରିବାକୁ ରୋକ ଲଗାଇ ଥିଲା। ଏହା ଉପରେ ବମ୍ବେ ହାଇକୋର୍ଟ ଶୁଣାଣି କରି ୨ ଦିନ ମାଂସ ବିକ୍ରି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Related story