'ଟିକା ନେବା ପରେ ହସ୍ପିଟାଲ ଯିବାର ଆବଶ୍ୟକତା ନାହିଁ'

ପୁଣେ: କରୋନାକୁ ରୋକିବା ପାଇଁ ଟିକା ନେବାପରେ ଏହି ଘାତକ ଭାଇରସ ଅନ୍ୟ ଜଣଙ୍କ ପାଖକୁ ଏହା ସଂକ୍ରମିତ ହେବନାହିଁ। ଏମିତିକି ଟିକା ନେବା ପରେ ହସ୍ପିଟାଲ ଯିବାର ଆବଶ୍ୟକତା ନାହିଁ। କରୋନା ଟିକା ପ୍ରସ୍ତୁତ କରୁଥିବା ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦାର ପୁନାଓ୍ୱାଲା ଶନିବାର ପ୍ରେସ କନଫରେନସ କରି ଏହି ସୂଚନା ଦେଇଛନ୍ତି। ଏହି କମ୍ପାନୀ ଦ୍ୱାରା ପ୍ରସ୍ତୁତ ହେଉଥିବା ଟିକାର ନାମ କୋଭିଶିଲ୍ଡ ରହିଛି। କୋଭିଶିଲ୍ଡ ଟିକା ନେବା ପରେ ମୃତ୍ୟୁ […]

ceo-of-serum-institute

Subhransu Sekhar
  • Published: Saturday, 28 November 2020
  • , Updated: 28 November 2020, 09:02 PM IST

ପୁଣେ: କରୋନାକୁ ରୋକିବା ପାଇଁ ଟିକା ନେବାପରେ ଏହି ଘାତକ ଭାଇରସ ଅନ୍ୟ ଜଣଙ୍କ ପାଖକୁ ଏହା ସଂକ୍ରମିତ ହେବନାହିଁ। ଏମିତିକି ଟିକା ନେବା ପରେ ହସ୍ପିଟାଲ ଯିବାର ଆବଶ୍ୟକତା ନାହିଁ। କରୋନା ଟିକା ପ୍ରସ୍ତୁତ କରୁଥିବା ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦାର ପୁନାଓ୍ୱାଲା ଶନିବାର ପ୍ରେସ କନଫରେନସ କରି ଏହି ସୂଚନା ଦେଇଛନ୍ତି।

ଏହି କମ୍ପାନୀ ଦ୍ୱାରା ପ୍ରସ୍ତୁତ ହେଉଥିବା ଟିକାର ନାମ କୋଭିଶିଲ୍ଡ ରହିଛି। କୋଭିଶିଲ୍ଡ ଟିକା ନେବା ପରେ ମୃତ୍ୟୁ ହାର କମିବ। ହସ୍ପିଟାଲ ଯିବା ସଂଖ୍ୟା ଶୂନ ପ୍ରତିଶତ ହେବାର ସମ୍ଭାବନା ରହିଛି। ସେହିପରି ଭାଇରସର ପ୍ରଭାବ ୬୦ ପ୍ରତିଶତ ପ୍ରଭାବୀ ହେବ। କୋଭିଶିଲ୍ଡର ପରୀକ୍ଷା ହେବା ବେଳେ ଏହି ସବୁ ପରିଣାମ ଆସିଛି ବୋଲି କମ୍ପାନୀର ସିଇଓ କହିଛନ୍ତି।

ଟିକା ସହ ଜଡିତ ସମସ୍ତ ସୂଚନା ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଛି। ଟିକା ପ୍ରସ୍ତୁତିକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଆଜି ମୋଦି ସିରମ୍ ଲାବରୋଟରୀ ପରିଦର୍ଶନ କରିଆସିବା ପରେ ପୁନାୱାଲା ଏହା କହିଛନ୍ତି।

ପୁନାୱାଲା ଆହୁରି କହିଛନ୍ତି ଯେ ସରକାର କେତେ ଡୋଜ କିଣିବେ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ହେଲେ ୨୦୨୧ ଜୁଲାଇ ସୁଦ୍ଧା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ୩୦୦ ରୁ ୪୦୦ ନିୟୁତ ଡୋଜ ତିଆରି ନେଇ ବିଚାର ଚାଲୁଥିବା ଜଣାପଡିଛି।

Related story