ଡୋକଲାମ ସୀମାରେ ଚୀନ ସେନାର ଗତିବିଧି ସତ୍ୟ ନୁହେଁ: ବୈଦେଶିକ ବ୍ୟାପାର ମୁଖପାତ୍ର

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଡୋକଲାମ ସୀମାରେ ଚୀନ ସେନାର ଗତିବିଧି ଖବରକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ବୈଦେଶିକ ବ୍ୟାପାର ମୁଖପାତ୍ର ରବିଶ କୁମାର। ଅଗଷ୍ଟ ୨୮ ତାରିଖ ପରେ ସୀମାରେ କୌଣସି ପ୍ରକାରର ଗତିବିଧି ହୋଇନାହିଁ। ଭାରତୀୟ ସେନା ସୀମାରେ ମୁତୟନ ରହିବା ସହ ପରିସ୍ଥିତି ଉପରେ ନଜର ରଖିଛି। ଚୀନର OBOR ପ୍ରକଳ୍ପକୁ ନେଇ ଭାରତର ଆଭିମୁଖ୍ୟ ପୂର୍ବ ଭଳି ରହିଛି। ଉଭୟ ରାଷ୍ଟ୍ରଙ୍କ ମଧ୍ୟରେ ସହଯୋଗ ଓ ବନ୍ଧୁତ୍ୱର ବାତାବରଣ ରହିବା ନେଇ ଭାରତ […]

Rakesh Mallick
  • Published: Friday, 27 October 2017
  • , Updated: 27 October 2017, 10:08 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଡୋକଲାମ ସୀମାରେ ଚୀନ ସେନାର ଗତିବିଧି ଖବରକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ବୈଦେଶିକ ବ୍ୟାପାର ମୁଖପାତ୍ର ରବିଶ କୁମାର। ଅଗଷ୍ଟ ୨୮ ତାରିଖ ପରେ ସୀମାରେ କୌଣସି ପ୍ରକାରର ଗତିବିଧି ହୋଇନାହିଁ। ଭାରତୀୟ ସେନା ସୀମାରେ ମୁତୟନ ରହିବା ସହ ପରିସ୍ଥିତି ଉପରେ ନଜର ରଖିଛି। ଚୀନର OBOR ପ୍ରକଳ୍ପକୁ ନେଇ ଭାରତର ଆଭିମୁଖ୍ୟ ପୂର୍ବ ଭଳି ରହିଛି। ଉଭୟ ରାଷ୍ଟ୍ରଙ୍କ ମଧ୍ୟରେ ସହଯୋଗ ଓ ବନ୍ଧୁତ୍ୱର ବାତାବରଣ ରହିବା ନେଇ ଭାରତ ଆଶା ରଖିଥିବା ଜଣାଇଛନ୍ତି ରବିଶ କୁମାର। ଏହାସହ ବର୍ତ୍ତମାନ ଏହାକୁ ନେଇ କୌଣସି ସମସ୍ୟ ନଥିବା କଥା ସେ କହିଛନ୍ତି। ଡୋକଲାମ ସୀମାରେ ଚୀନ ଗତିବିଧିକୁ ସମ୍ପୂର୍ଣ୍ଣ ଭାବେ ଭାରତ ଲକ୍ଷ୍ୟ ରଖିଛି।

Related story