ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଏନଜିଟର ସବୁଜ ସଙ୍କେତ ସତ୍ୱେ ଦିଲ୍ଲୀରେ ଲାଗୁ ହେବନି ଯୁଗ୍ମ ଅଯୁଗ୍ମ ନିୟମ। ଏନଜିଟିର ସବୁଜ ସଙ୍କେତର ମାତ୍ର କିଛି ଘଣ୍ଟା ଭିତରେ ଜରୁରୀ ବୈଠକ ଡାକି ଏଭଳି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ। ବିଶେଷକରି ମହିଳା ଓ ଦୁଇଚକିଆ ଯାନକୁ ଏହି ନିୟମରେ ଅନ୍ତର୍ଭୁକ୍ତ କଲେ ଅଧିକ ୩୫ ଲକ୍ଷ ଗାଡ଼ି ରାସ୍ତା ଉପରେ ଚଳାଚଳ କରିବ। ଯାହାକୁ ନିୟନ୍ତ୍ରଣ କରିବା ଆଦୌ ସହଜ ହେବ ନାହିଁ ତେଣୁ ମହିଳା ଓ ଦୁଇଚକିଆ ଯାନକୁ ଏଥିରୁ ବାଦ୍ ଦେବା ପାଇଁ ପୁଣିଥରେ ପୁନର୍ବିଚାର କରିବାକୁ ଏନଜିଟିଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ଦିଲ୍ଲୀ ସରକାର।
ପୂର୍ବରୁ ଆଜି ଏନଜିଟି ଯୁଗ୍ମ ଅଯୁଗ୍ମ ନିୟମ ଲାଗୁ କରିବାକୁ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ସବୁଜ ସଙ୍କେତ ଦେଇଥିଲେ। ତେବେ ଦୁଇଚକିଆ ଯାନ, ମହିଳା ଓ ଭିଭିଆଇପି ମାନଙ୍କୁ ଏଥିରୁ ବାଦ୍ ନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। କେବଳ ଜରୁରୀକାଳୀନ ସେବା ଯୋଗାଉଥିବା ଆମ୍ବୁଲାନ୍ସ, ଦମକଳ ଓ ଅଳିଆ ଉଠାଉଥିବା ଗାଡ଼ି ପାଇଁ ଏହି ନିୟମ ଲାଗୁ ହେବ ନାହିଁ ମାମଲାର ଶୁଣାଣି କରି ଏନଜିଟି ଆଜି ମଧ୍ୟ ଦିଲ୍ଲୀ ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଥିଲେ। କେଉଁ ବୈଜ୍ଞାନିକ ତଥ୍ୟ ଆଧାରରେ ମହିଳା ଓ ଦୁଇଚକିଆ ଯାନକୁ ଏଥିରୁ ବାଦ୍ ଦିଆଯାଇଥିଲା ବୋଲି ପ୍ରଶ୍ନ କରିଥିଲେ ଏନଜିଟି। ଚାରି ଚକିଆ ଯାନଠାରୁ ଦୁଇ ଚକିଆ ଯାନ ଅଧିକ ପ୍ରଦୂଷଣ କରିଥାଏା ତେଣୁ ଯଦି, ଦିଲ୍ଳୀରେ ଚାରି ଚକିଆ ବଦଳରେ ଅଧିକ ଦୁଇ ଚକିଆ ଯାନ ଚାଲିବ ତେବେ ଏହି ନିୟମ ଲାଗୁ କରିବାର ଅର୍ଥ କିଛି ନାହିଁ। ପୂର୍ବରୁ ଏହି ନିୟମ କାହିଁକି ଲାଗୁ କରାଗଲା ନାହିଁ ବୋଲି ମଧ୍ୟ ପ୍ରଶ୍ନ କରିଥିଲେ ଏନଜିଟି।
ଆଜି ଶୁଣାଣୀ ବେଳେ ଏନଜିଟି କିଛି ସର୍ତ୍ତ ମଧ୍ୟ ରଖିଥିଲେ। ପାଣି-ସ୍ପ୍ରେ ସହ ଅଧିକରୁ ଅଧିକ ସିଏନଜି ବସ୍ ବ୍ୟବହାର କରିବା, ଦିଲ୍ଲୀକୁ ପ୍ରବେଶ କରୁଥିବା ଯାନବାହନ ଗୁଡିକ ଯେପରି ସୀମାରେ ଜାମ୍ ନ ହୁଅନ୍ତି ଧ୍ୟାନ ଦେବା ୩୦୦ କିଲୋମିଟର ଭିତରେ ଥିବା ଥିବା ଥର୍ମାଲ ପ୍ଲାଣ୍ଟଗୁଡ଼ିକୁ ଅପଗ୍ରେଡ କରିବା ଉପରେ ବି ଗୁରୁତ୍ୱ ଦେଇଥିଲେ ଏନଜିଟି।