ଅଜୟ ରାୟ ହେଲେ ବାରଣାସୀରୁ ପ୍ରଧାନମନ୍ତ୍ରୀଙ୍କ ବିପକ୍ଷରେ କଂଗ୍ରେସ ପ୍ରାର୍ଥୀ, ନିର୍ବାଚନ ଲଢ଼ିବେନି ପ୍ରିୟଙ୍କା !

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବହୁଚର୍ଚ୍ଚିତ ବାରଣାସୀ ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ମହାସଚିବ ପ୍ରିୟଙ୍କା ଗାନ୍ଧି ଭାଡ୍ରାଙ୍କ ବଦଳରେ ଅଜୟ ରାୟଙ୍କୁ ଏଠାରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପ୍ରାର୍ଥୀ କରିଛି କଂଗ୍ରେସ। ୨୦୧୪ ସାଧାରଣ ନିର୍ବାଚନରେ ମଧ୍ୟ ସେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ ଓ ତୃତୀୟ ସ୍ଥାନରେ ରହିଥିଲେ। ବାରଣାସୀରେ ପ୍ରଧାନମନ୍ତ୍ରୀଙ୍କର ଆଜି ରାଲି ଥିବା ବେଳେ ଆସନ୍ତାକାଲି ନାମାଙ୍କନ ଭରିବେ। ଏହା ପୂର୍ବରୁ ଦେଶର ଏହି ଚର୍ଚ୍ଚିତ ଲୋକସଭା ଆସନ ପାଇଁ […]

ajy rai varanasi congress candidate (1)

Subhransu Sekhar
  • Published: Thursday, 25 April 2019
  • , Updated: 25 April 2019, 02:13 PM IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବହୁଚର୍ଚ୍ଚିତ ବାରଣାସୀ ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ମହାସଚିବ ପ୍ରିୟଙ୍କା ଗାନ୍ଧି ଭାଡ୍ରାଙ୍କ ବଦଳରେ ଅଜୟ ରାୟଙ୍କୁ ଏଠାରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପ୍ରାର୍ଥୀ କରିଛି କଂଗ୍ରେସ। ୨୦୧୪ ସାଧାରଣ ନିର୍ବାଚନରେ ମଧ୍ୟ ସେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ ଓ ତୃତୀୟ ସ୍ଥାନରେ ରହିଥିଲେ।

ବାରଣାସୀରେ ପ୍ରଧାନମନ୍ତ୍ରୀଙ୍କର ଆଜି ରାଲି ଥିବା ବେଳେ ଆସନ୍ତାକାଲି ନାମାଙ୍କନ ଭରିବେ। ଏହା ପୂର୍ବରୁ ଦେଶର ଏହି ଚର୍ଚ୍ଚିତ ଲୋକସଭା ଆସନ ପାଇଁ କଂଗ୍ରେସ ଶେଷରେ ଅଜୟ ରାୟଙ୍କୁ ହିଁ ଯୋଗ୍ୟ ବୋଲି ଅନୁଭବ କରିଛି।

ଦୀର୍ଘ ଦିନରୁ କଂଗ୍ରେସ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ 'ବ୍ରହ୍ମାସ୍ତ୍ର' କରିବ ବୋଲି ଘୋଷଣା କରିଥିଲା। ଏ ନେଇ ଅନେକ କଂଗ୍ରେସ ନେତା ବି ଖୋଲାଖୋଲି ନିଜ ମତ ପ୍ରକାଶ କରିଥିଲେ। ଏପରିକି ନିଜେ ପ୍ରିୟଙ୍କା ମଧ୍ୟ କେରଳର ଓ୍ୱାଇନାଡରେ କହିଥିଲେ ଯେ, ବାରଣାସୀ ଲୋକସଭା ଆସନରୁ ପ୍ରାର୍ଥୀ ହେବାକୁ ତାଙ୍କର ଇଚ୍ଛା ଅଛି। ତେବେ ଦଳ ତାଙ୍କ ବଦଳରେ ପୁଣି ଥରେ ଅଜୟଙ୍କୁ ବାଛିଛି।

୨୦୧୪ ସାଧାରଣ ନିର୍ବାଚନରେ ବାରଣାସୀ ଆସନରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଆମ୍‌ ଆଦ୍‌ମୀ ପାର୍ଟିରୁ ପ୍ରାର୍ଥୀ ହୋଇଥିଲେ। ପାଖାପାଖି ୨ ଲକ୍ଷ ଭୋଟ୍‌ ବ୍ୟବଧାନରେ ସେ ପ୍ରଧାନମନ୍ତ୍ରୀଙ୍କ ଠାରୁ ପରାସ୍ତ ହୋଇଥିଲେ। ସେହିପରି ଅଜୟ ରାୟ ୫.୮ ଲକ୍ଷ ଭୋଟ୍‌ ବ୍ୟବଧାନରେ ଶୋଚନୀୟ ଭାବେ ପରାସ୍ତ ହୋଇଥିଲେ। ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି-ବହୁଜନ ସମାଜ ପାର୍ଟି ମେଣ୍ଚ କରିଥିବାରୁ ଏଠି ଏସପି ଶାଲିନୀ ଯାଦବଙ୍କୁ ପ୍ରଧାନମନ୍ତ୍ରୀଙ୍କ ବିପକ୍ଷରେ ପ୍ରାର୍ଥୀ କରାଯାଇଛି।

କଂଗ୍ରେସ ମୋଟ ୪୨୪ଟି ଆସନରେ ପ୍ରାର୍ଥୀ ଦେଇସାରିଥିବା ବେଳେ ପ୍ରିୟଙ୍କା ଗାନ୍ଧି ଏଥର ନିର୍ବାଚନରେ ପ୍ରାର୍ଥୀ ହେବେ ନାହିଁ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି।

Related story